Manushi's question: ମାନୁଷୀଙ୍କ ପ୍ରଶ୍ନପତ୍ର ଲିକ୍‌ କଷଣ

Aug 01, 2026 - 08:40
Manushi's question: ମାନୁଷୀଙ୍କ ପ୍ରଶ୍ନପତ୍ର ଲିକ୍‌ କଷଣ

"୨୦୧୭ ମସିହାରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିବା ପରେ ମାନୁଷୀ ଛିଲ୍ଲର ୨୦୨୨ ମସିହାରୁ ବଲିଉଡ୍‌ ଅଭିନେତ୍ରୀ ଭାବେ ସକ୍ରିୟ ଅଛନ୍ତି।

ତେବେ ସେ ଲୋକଲୋଚନକୁ ଆସିବା ପୂର୍ବରୁ ଖୁବ୍ ମେଧାବୀ ଛାତ୍ରୀ ଥିଲେ।

ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ସେ ୯୬% ନମ୍ବର ରଖିଥିଲେ ଏବଂ ଇଂରେଜୀ ବିଷୟରେ ସର୍ବଭାରତୀୟ ସ୍ତରରେ ସିବିଏସ୍‌ଇ ଟପର୍‌ ହୋଇଥିଲେ।

ଏହା ପରେ ସେ ପିତାମାତାଙ୍କ ପରି ଡାକ୍ତର ହେବାର ସ୍ବପ୍ନ ନେଇ ୨୦୧୫ରେ "ଏଆଇପିଏମ୍‌ଟି" (୨୦୧୬ରେ "ନିଟ୍‌"କୁ ରୂପାନ୍ତରିତ ହେଲା) ପରୀକ୍ଷା ଦେଇଥିଲେ।

ତେବେ ସେହି ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଯାଇଥିଲା।

ସୋହା ଅଲୀ ଖାଁଙ୍କ ୟୁଟ୍ୟୁବ୍‌ ପଡ୍‌କାଷ୍ଟ "ଅଲ୍‌ ଏବାଉଟ୍‌ ହର୍‌"ରେ ଯୋଗ ଦେଇ ମାନୁଷୀ ସେ ସମୟର କଷଣକୁ ମନେ ପକାଇ ମନଖୋଲା ଆଲୋଚନା କରିଛନ୍ତି।Advertisment Letter writing campaign: "ଢାଇ ଅକ୍ଷର" ପତ୍ର ଲିଖନ ଅଭିଯାନ; କେମିତି ସାମିଲ ହେବେ ଛାତ୍ରଛାତ୍ରୀ ଜାଣନ୍ତୁ ସେଥିରେ ସେ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ଓ ପ୍ରଶ୍ନପତ୍ର ଲିକ୍‌ର ବ୍ୟକ୍ତିଗତ ଅଭିଜ୍ଞତା କଥା ପ୍ରକାଶ କରି କହିଛନ୍ତି ଯେ ତାଙ୍କ ପିତାମାତା ଉଭୟ ଏହି ପରୀକ୍ଷାଜନିତ ଚାପ ଓ ଅନିଶ୍ଚିତତା ଦେଇ ଗତି କରିଥିବାରୁ ସେ ମାନସିକ ସ୍ତରରେ ସବୁ ଆହ୍ବାନ ପାଇଁ ପ୍ରସ୍ତୁତ ଥିଲେ।

ତଥାପି ପ୍ରସ୍ତୁତି ବେଳେ ତାଙ୍କୁ ବର୍ଷକ ପାଇଁ କୁଚିପୁଡ଼ି ନୃତ୍ୟ, ଚିତ୍ରକଳା ଭଳି ପ୍ରିୟ ସଉକରୁ ଦୂରେଇ ରହିବାକୁ ପଡ଼ିଥିଲା।

ମାସ ମାସର ପ୍ରସ୍ତୁତି ପରେ ପରୀକ୍ଷା ଦେଇ ବାହାରିବା ପରେ ଯେତେବେଳେ ପ୍ରଶ୍ନପତ୍ର ଲିକ୍‌ କଥା ଜଣାପଡ଼ିଲା, ପୁଣି ଆହୁରି ୪୫ ଦିନ ପଢ଼ା ଜାରି ରଖିବା କଥା ଭାବିଲା ବେଳକୁ ତାଙ୍କ ମାନସିକ ଚାପ ବଢ଼ିଯାଇଥିଲା।

ତାହା ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ଥିଲା ବୋଲି ମାନୁଷୀ ସ୍ବୀକାର କରନ୍ତି।

ପୁନଃପରୀକ୍ଷାରେ ସେ ଭଲ ରାଙ୍କ୍‌ ହାସଲ କରିବାରେ ସଫଳ ହୋଇଥିଲେ ଏବଂ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଯୋଗ ଦେଲେ।

ବିଶ୍ବ ସୁନ୍ଦରୀ ହେବା ସମୟରେ ସେ ତୃତୀୟ ବର୍ଷର ଏମ୍‌ବିବିଏସ୍‌ ଛାତ୍ରୀ ଥିଲେ।

୨୦୧୮ରେ ସେ ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରି ଡାକ୍ତର ହେଲେ, କିନ୍ତୁ ଧୀରେ ଧୀରେ ସେ ଅଭିନୟ ଆଡ଼କୁ ଆକର୍ଷିତ ହେଲେ।

Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।