Illegal Sand Smuggling: ଟ୍ରାକ୍ଟରରେ ‘ପ୍ରେସ’ ଲେଖି ବାଲି ଚାଲାଣ, ଜଣେ ଗିରଫ
"କାଲିମେଳା: ବାଲି ଚୋରା ଚାଲାଣର ଭିନ୍ନ ତରିକା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ।
ଜଣେ ଯୁବକ ନିଜ ଟାକ୍ଟରରେ ପ୍ରେସ ଲେଖି ବାଲି ଚୋରା ଚାଲାଣ କରୁଥିବାବେଳେ ପୁଲିସ ହାବୁଡ଼ରେ ପଡ଼ି ଯାଇଥିବାର ଖବର ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।Advertisment Bhitarkanika: ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକମାନେ କରିପାରିବେ ରାତ୍ରିଯାପନ ଅନେକ ସମୟରେ ବିଭିନ୍ନ ଗଣମାଧ୍ୟମରେ କାମ କରୁଥିବା ବ୍ୟକ୍ତିବିଶେଷ ନିଜ ଯାନବାହାନରେ ପ୍ରେସ ଲେଖି ବୁଲୁଥିବାର ଆପଣମାନେ ଦେଖିଥିବେ ।
ହେଲେ ଟ୍ରାକ୍ଟରରେ ପ୍ରେସ ଲେଖି ବୁଲିବା ଆପଣ କେବେ ଦେଖି ନଥିବେ।
ଏପରି ଏକ ଘଟଣା ଗତକାଲି ଦେଖିବାପରେ ପୁଲିସ ବି ଆଶ୍ଚଯ୍ୟ ହୋଉଯାଇଥିଲା।
ପ୍ରେସ ଲେଖି ପୁଲିସ ଆଖିରେ ଧୁଳି ଦେଇ ଖସି ଯିବାର ଏହିପରି ଘଟଣା ବି ପୁଲିସ ପାଇଁ ପ୍ରଥମ ବୋଲି କୁହାଯାଉଛି ।
ଅଧିକ ତଦନ୍ତ ଜାରି ତେବେ ଏପରି ଏକ ଘଟଣା ବିଷୟରେ ସୂଚନା ପାଇବାପରେ ଏସଡ଼ିପିଓ ଦିବ୍ୟରଂଜନ ଦଳେଇଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳ ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ବାଳ ଓ ତାଙ୍କ ଟିମ ଚଢ଼ାଉ କରି କାଲିମେଳା ଥାନା ଠାରୁ ମାତ୍ର ୮ କିମି ଦୂର ଏମପିଭି-୩୩ ଗ୍ରାମ ନିଟକରୁ ଏହି ଟ୍ରାକ୍ଟରଟିକୁ ଜବତ କରିବା ସହିତ ଏମଭି-୭୯ ଥାନା ଅନ୍ତର୍ଗତ ଗିରଜାନପାଲୀ ଗ୍ରାମର ବିଷ୍ଣୁ ଝରାବଲ( ୨୩) ନାମଜ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡ଼ିଛି।
ବାଲି ଓ ଟ୍ରାକ୍ଟରକୁ ପୁଲିସ ଜବତ କରିବା ସହିତ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବାର ଜଣାପଡ଼ିଛି ।
ଜବତ ବାଲି ଓ ଟ୍ରାକ୍ଟରର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।