ଜୁଡୋରୁ ଐତିହାସିକ ଯୁଗଳ ସ୍ବର୍ଣ୍ଣ: ନୀରଜଙ୍କୁ ରୌପ୍ୟ, ୟଶବୀରଙ୍କୁ କାଂସ୍ୟ
"ଗ୍ଲାସ୍ଗୋ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ବର୍ଣ୍ଣିମ ସଫଳତା ଆଣିଛନ୍ତି ଜୁଡୋକା ଅସ୍ମିତା ଦେ ଓ ହର୍ଷ ସିଂହ।
ଉଭୟ ଜୁଡୋକା ଲଢୁଆ ପ୍ରଦର୍ଶନ କରି ଭାରତ ପାଇଁ ଯୁଗଳ ସ୍ବର୍ଣ୍ଣ ଆଣିଦେଇଛନ୍ତି।
ଶୁକ୍ରବାର ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣିମ ସଫଳତା ଆଣିଥିଲେ ଅସ୍ମିତା ଦେ।
ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ମହିଳା ୪୮ କିଲୋଗ୍ରାମ ଫାଇନାଲ୍ରେ ତ୍ରିପୁରାର ଏହି ୨୩ ବର୍ଷୀୟା ଜୁଡୋକା କାନାଡାର ହେଇଦି କ୍ବାଚ୍ଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।
ଆରମ୍ଭରୁ ସେ ନିଜ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ କଠିନ ଆହ୍ବାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଥିଲେ।
ଏହାର କିଛି ମିନିଟ୍ ପରେ ପୁରୁଷ ୬୦ କେଜିରେ ହର୍ଷ ସିଂହ ଅଷ୍ଟ୍ରେଲିଆର ଜୋସୁଆ କାଜ୍ଙ୍କୁ ଏକତରଫା ଭାବେ ପରାସ୍ତ କରିଥିଲେ।
ଏହି ସ୍ବର୍ଣ୍ଣ ଯୁଗଳକୁ ଐତିହାସିକ କୁହାଯାଉଛି କାରଣ ଭାରତ ପୂର୍ବରୁ କେବେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ନଥିଲା।Advertisment ଯାମିନୀଙ୍କୁ ରୌପ୍ୟଜୁଡ଼ୋରେ ହ୍ୟାଟ୍ରିକ୍ ସ୍ବର୍ଣ୍ଣ ପଦକରୁ ଭାରତ ବଞ୍ଚିତ ହୋଇଛି।
୫୭ କିଲୋଗ୍ରାମ ମହିଳା ଫାଇନାଲ୍ରେ ଯାମିନୀ ମୌର୍ଯ୍ୟ ଇଂଲଣ୍ଡର ଆସେଲ୍ୟା ଟୋପରାକଙ୍କଠାରୁ ହାରିଯାଇଥିଲେ।
ଯାମିନୀଙ୍କ ରୌପ୍ୟ ସହ ଭାରତ ୨୦ତମ ପଦକ ଜିତିଥିଲା।
ଗ୍ଲାସ୍ଗୋ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭଲିନ୍ ଥ୍ରୋ ଇଭେଣ୍ଟ୍ରୁ ଭାରତକୁ ୨ ପଦକ ମିଳିଛି।
ଡବଲ୍ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ୟଶବୀର ସିଂହ କାଂସ୍ୟ ପଦକ ହାସଲ କରିଛନ୍ତି।
ଫଳରେ ନୀରଜଙ୍କ ସ୍ବର୍ଣ୍ଣ ବିଜୟ ଅବସୋସ ଭାରତର ଯୁଗଳ ପଦକରେ ଭରଣା ହୋଇଛି।
ୟଶବୀର ସିଂହ ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ସହିତ ନିଜ ଜୀବନର ବଡ଼ ସଫଳତା ପାଇଛନ୍ତି।
ନୀରଜ ନିଜ ଦ୍ବିତୀୟ ପ୍ରୟାସରେ ଫିଙ୍ଗିଥିବା ୮୫.୮୩ ମିଟର୍ ଏବଂ ୟଶବୀରଙ୍କ ୮୫.୪୧ ମିଟର୍ ସେମାନଙ୍କୁ ଏହି ସଫଳତା ଦେଇଥିଲା।
ଶ୍ରୀଲଙ୍କାର ଯୁବ ଖେଳାଳି ରୁମେଶ ଥରଙ୍ଗା ପଥରାଗେ (୮୯.୭୫ ମିଟର୍) ସ୍ବର୍ଣ୍ଣ ପଦକ ଜିତି ଶ୍ରୀଲଙ୍କାକୁ ଅପୂର୍ବ ସଫଳତା ଆଣି ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।