Brahmani-Kharasrota: ବ୍ରାହ୍ମଣୀ-ଖରସ୍ରୋତା-କାଣୀରୁ ମାଡ଼ିଆସିଲା ପାଣି ଜଳବନ୍ଦି ସିଂହଗାଁ: ଗୋଟିଏ ଘରେ ମଣିଷ-ଗାଈଗୋରୁ
"କେନ୍ଦ୍ରାପଡ଼ା: ବ୍ରାହ୍ମଣୀ, ଖରସ୍ରୋତା ଏବଂ କାଣୀ ନଈର ବନ୍ୟା ପାଣି ପଟ୍ଟାମୁଣ୍ଡାଇ ବ୍ଲକ୍ ସିଂହଗାଁ ପଞ୍ଚାୟତରେ ବିପର୍ଯ୍ୟୟ ସୃଷ୍ଟି କରିଛି।
ତିନି ଦିନ ହେବ ୫ ହଜାରରୁ ଅଧିକ ଲୋକେ ଜଳବନ୍ଦି ଥିଲେ ବି ବିପନ୍ନଙ୍କ ପାଖେ ଏଯାଏଁ ପ୍ରଶାସନ ପହଞ୍ଚି ନାହିଁ।
ଗାଁ ଦାଣ୍ଡରେ ପାଣିର ସୁଅ ସାଙ୍ଗକୁ କୁମ୍ଭୀର ଭୟ ଲୋକମାନଙ୍କୁ ଘର ଭିତରେ ଏକପ୍ରକାର ବନ୍ଦୀ ଜୀବନ କାଟିବାକୁ ବାଧ୍ୟ କରିଛି।
ସ୍କୁଲ୍, ସ୍ବାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ଗୁହାଳ ଆଦି ପାଣି ଘେରରେ ରହିଛି।
ନଳକୂପ ବୁଡ଼ିଯାଇଛି।
ପିଇବାକୁ ପାଣି ନାହିଁ।
ଘରେ ମହଜୁଦ ଥିବା ରାସନ ସାମଗ୍ରୀ ସରିସରି ଆସୁଛି।
ଖାଦ୍ୟ ଅଭାବରୁ ଗାଈଗୋରୁ କଲବଲ ହେଉଛନ୍ତି।
ବିଜୁଳି ଆଲୁଅ ଅଭାବ ଅବସ୍ଥାକୁ ଆହୁରି ସଂଗିନ କରିଛି।
ମଣିଷ-ଗାଈଗୋରୁ ଗୋଟିଏ ଘରେ ରହୁଛନ୍ତି।
ପ୍ରଶାସନ ପକ୍ଷରୁ ରିଲିଫ୍ ତ ଦୂରର କଥା ଗୋଟିଏ ଡଙ୍ଗା ବି ଯୋଗାଇ ଦିଆଯାଇପାରିନଥିବା ବିପନ୍ନମାନେ ଅଭିଯୋଗ କରିଛନ୍ତି।Advertisment Letter writing campaign: "ଢାଇ ଅକ୍ଷର" ପତ୍ର ଲିଖନ ଅଭିଯାନ; କେମିତି ସାମିଲ ହେବେ ଛାତ୍ରଛାତ୍ରୀ ଜାଣନ୍ତୁ ପିଇବାକୁ ପାଣି ନାହିଁ; ଖାଦ୍ୟର ଘୋର ଅଭାବପ୍ରଶାସନର ଅବହେଳାକୁ ନେଇ ବର୍ଷିଲେ ବିପନ୍ନ ସି˚ହଗାଁ ପଞ୍ଚାୟତକୁ ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଈ ଘେରି ରହିଛି।
ଏଥର ତିନିଟି ନଈରେ ଏକାସାଙ୍ଗରେ ବନ୍ୟା ଆସିଥିବାରୁ ସି˚ହଗାଁରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି।
୧୨ଟି ଵାର୍ଡ ବିଶିଷ୍ଟ ସି˚ହଗାଁ ପଞ୍ଚାୟତର ସି˚ହଗାଁ, କୃଷ୍ଣଦାସପୁର, ବଡ଼ରାଉଳିଆ, ସାନରାଉଳିଆ ରାଜସ୍ବ ଗ୍ରାମଗୁଡ଼ିକ ପାଣି ଘେରରେ ରହିଛି।
ତିନି ଦିନ ହେଲା ସି˚ହଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।
ଗାଁ ଦାଣ୍ତରେ ଆଣ୍ଠୁଏ ଉପରେ ପାଣି ସୁଅ ଚାଲିଛି।
ସି˚ହଗାଁ ଗ୍ରାମର ୬୧ ବର୍ଷ ବୟସ୍କ ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ବୁଧବାର ଯାଏଁ ସବୁକିଛି ଠିକ୍ ଥିଲା।
ସନ୍ଧ୍ୟା ପରେ ହଠାତ୍ ପାଣି ମାଡ଼ି ଆସି ରାସ୍ତା ବୁଡ଼ିଗଲା।
ରାତି ପାହିଲା ବେଳକୁ ଆମ ଘର ଆଗରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି।
ଅନେକଙ୍କ ଘରେ ପାଣି ପଶିଗଲା।
ଏତେଶୀଘ୍ର ବନ୍ୟା ଆସିଯିବ ବୋଲି ଆମେ ଭାବିନଥିଲୁ।
ରାତି ମଧ୍ୟରେ ବନ୍ୟାପାଣି ଦ୍ରୁତ ଗତିରେ ବଢ଼ିଗଲା।
୧୯୯୯ ମସିହା ମହାବାତ୍ୟାଜନିତ ବନ୍ୟା ପରେ ଏବେ ପୁଣିଥରେ ଏତେ ବଡ଼ ବନ୍ୟା ଦେଖିବାକୁ ମିଳିଲା।
Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ କୃଷ୍ଣଦାସପୁର ଗ୍ରାମର ଉମେଶ ମହାନ୍ତି କହିଛନ୍ତି ଯେ ଦୁଇ ଦିନ ହେବ ଜଳବନ୍ଦି ଥିବାରୁ ଖାଇବାକୁ ଘରେ କିଛି ନାହିଁ।
ତା" ସାଙ୍ଗକୁ ପାନୀୟଜଳ ସମସ୍ୟା।
ମଇଳା ପାଣିକୁ ଛାଣି ପିଇବାକୁ ବାଧ୍ୟ ହେଉଛୁ।
ବଡ଼ରାଉଳିଆ ଗ୍ରାମର ପବିତ୍ର ସାମଲ କହିଛନ୍ତି, ବିଗତ କୋଡ଼ିଏ ପଚିଶ ବର୍ଷ ଭିତରେ ଏତେବଡ଼ ବନ୍ୟା କେବେ ଆସିନଥିଲା।
କୁମ୍ଭୀର ଓ ସାପ ଭୟ ଥିବାରୁ ପାଣି ଭିତରେ ଯାଆସ କରିବାକୁ ଭୟ ଲାଗୁଛି।
ଗୁହାଳରେ ପାଣି ପଶି ଯାଇଥିବାରୁ ମଣିଷ-ଗାଈଗୋରୁ ଗୋଟିଏ ଜାଗାରେ ରହୁଛନ୍ତି।
ଅନ୍ତତଃପକ୍ଷେ ଗୋଖାଦ୍ୟ ଯୋଗାଇ ଦେବାକୁ ସେ ପ୍ରଶାସନକୁ ନିବେଦନ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।