Manoj Kumar: ସ୍ବାଧୀନତା ଦିବସରେ ମନେପଡ଼ନ୍ତି ‘ମିଷ୍ଟର ଭାରତ’ ଓରଫ ମନୋଜ କୁମାର
"ଭୁବନେଶ୍ବର: ଆଜି ହେଉଛି ସ୍ବାଧୀନତାଦିବସ।
ଆଜିର ଦିନରେ କେତେକ ହିନ୍ଦୀ ସିନେମାର ଦେଶାତ୍ମବୋଧକ ଗୀତ ବିଭିନ୍ନ ସ୍ଥାନରେ ବାଜିଥାଏ।
ଆଉ ସେହି ଗୀତ ଭିତରୁ ବୋଧହୁଏ ସବୁଠାରୁ ଅଧିକ ଥାଏ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ମନୋଜ କୁମାରଙ୍କ ସିନେମାର।
ତାଙ୍କ ସିନେମା "ଉପକାର୍"ର ମେରେ ଦେଶକି ଧରତୀ.., "ପୂରବ ଔର୍ ପଶ୍ଚିମ"ର ହେ ପ୍ରୀତ୍ ଯାହାଁକି ରୀତ୍ ସଦା.., "ଶହିଦ୍"ର ଏ ବତନ୍ ହେ ବତନ୍ ହମ୍କୋ ତେରି କସମ୍...ଆଦି ଉଲ୍ଲେଖଯୋଗ୍ୟ।Advertisment ତାଙ୍କୁ ବଲିଉଡର ମିଷ୍ଟର୍ ଭାରତ ବୋଲି କୁହାଯାଏ।
ଦାଦା ସାହେବ୍ ଫାଲକେ ପୁରସ୍କାରପ୍ରାପ୍ତ ମନୋଜ କୁମାରଙ୍କ ସିନେମାରେ ଦେଶପ୍ରେମ ଓ ସାମାଜିକ ପ୍ରସଙ୍ଗକୁ ମୁଖ୍ୟ ଆଧାର କରାଯାଇଥିବା ଯୋଗୁଁ ତାଙ୍କୁ "ମିଷ୍ଟର ଭାରତ" ନାଆଁରେ ସମସ୍ତେ ଜାଣନ୍ତି ।
ମନୋଜ କୁମାରଙ୍କ ପ୍ରକୃତ ନାମ ହେଲା ହରିକିଷନ୍ ଗୋସ୍ୱାମୀ।
ତାଙ୍କର ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ପଞ୍ଜାବ ରାଜ୍ୟରେ ହୋଇଥିଲା ।
ତାଙ୍କୁ ଯେତେବେଳେ ଦଶବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ପରିବାର ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଆସିଥିଲେ।
ମନୋଜଙ୍କ ପରିବାର ନୂଆଦିଲ୍ଲୀର ପଟେଲନଗରରେ ବସବାସ କରିଲେ ।
ସେ କଲେଜ୍ ଶିକ୍ଷା ହିନ୍ଦୁ କଲେଜ୍ରୁ ଆରମ୍ଭ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ ।
ଦିଲୀପ କୁମାରଙ୍କର ଦୃଢ଼ ପ୍ରଶଂସକ ଥିଲେ ସେ ପିଲାଦିନରୁ ସିନେମା ଦେଖୁଥିଲେ।
ବିଶେଷଭାବେ ସେ ଦିଲୀପ କୁମାରଙ୍କର ଜଣେ ଦୃଢ଼ ପ୍ରଶଂସକ ଥିଲେ, ଦିଲୀପ କୁମାରଙ୍କ ଅଧିକାଂଶ ଫିଲ୍ମ ଦେଖିଥିଲେ ।
୧୯୪୯ରେ ଦିଲୀପ କୁମାରଙ୍କ ଅଭିନୀତ " ଶବନମ୍ ମୁକ୍ତିଲାଭ କରିଥିଲା ।
ଏହି ସିନେମାଟି ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା ।
ଏଥିରେ ତାଙ୍କ ଚରିତ୍ରର ନାଆଁ ଥିଲା "ମନୋଜ୍" ।
ଏଣୁ ସେ ଯେତେବେଳେ ବଲିଉଡ୍ରେ ପ୍ରବେଶ କରିଲେ, ନିଜର ସ୍କ୍ରିନ୍ ନାଆଁ ରଖିଥିଲେ ମନୋଜ କୁମାର ।
ଏହିପରି ଭାବେ ହରିକିଷନ ଗୋସ୍ୱାମୀରୁ ସେ ହୋଇଥିଲେ ମନୋଜ କୁମାର।
Death: ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ତଳେ ପଡ଼ିଗଲେ ବୃଦ୍ଧ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
