ତ୍ରିରଙ୍ଗା ଉତ୍ତୋଳନ ପୂର୍ବରୁ ଅଘଟଣ: ପିଲାଙ୍କୁ ଧକ୍କା ଦେଲା ଦ୍ରୁତଗାମୀ କାର୍

Aug 15, 2026 - 15:34
ତ୍ରିରଙ୍ଗା ଉତ୍ତୋଳନ ପୂର୍ବରୁ ଅଘଟଣ: ପିଲାଙ୍କୁ ଧକ୍କା ଦେଲା ଦ୍ରୁତଗାମୀ କାର୍

ବରଗଡ଼; ସ୍ୱାଧୀନତା ଦିବସ ପାଳନ ପାଇଁ ଘରୁ ବାହାରି ସ୍କୁଲ ଯିବା ରାସ୍ତାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଲା କାର। ଦୁର୍ଘଟଣାରେ ୫ ଆହତ ଛାତ୍ରଛାତ୍ରୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବରପାଲିପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଚାରପାଲି ଠାରେ ପିଲାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଜଣଙ୍କର ହାଡ଼ ଭାଙ୍ଗିଥିବା ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media