Manipur: ଭୟଙ୍କର ରୂପ ନେଉଛି ମଣିପୁର ହିଂସା: ଜମିରେ କାମ କରୁଥିବାବେଳେ ୨ ଆଦିବାସୀ ମହିଳାଙ୍କୁ ଗୁଳି କରି ହତ୍ୟା
"ଇମ୍ଫାଲ: ମଣିପୁରରେ ହିଂସା ଭୟଙ୍କର ରୂପ ନେଉଛି।
ରବିବାର କୁକି ସମ୍ପ୍ରଦାୟର ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଆଜି ପୁଣି ଜିରିବାମ ଜିଲ୍ଲାର ଲେସାଙ୍ଗ କୁକି ଗ୍ରାମରେ ୨ ଜଣ ଆଦିବାସୀ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ସେହିପରି ଅନେକ ଫାର୍ମହାଉସ୍ରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଛନ୍ତି।
ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ବଢ଼ିବା ସହ ନାଗରିକଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି।Advertisment ପୀଡ଼ିତା ମହିଳାମାନେ ସେମାନଙ୍କ ଚାଷଜମିରେ କାମ କରୁଥିବାବେଳେ ଆଜି ଅପରାହ୍ଣ ପ୍ରାୟ ୩ଟାରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା।
ସ୍ଥାନୀୟ ସୂତ୍ର ଅନୁଯାୟୀ, ଆକ୍ରମଣ ସମୟରେ ଆହୁରି ଅନେକ ଗ୍ରାମବାସୀ ଚାଷଜମିରେ କାମ କରୁଥିଲେ।
ତେବେ ସେମାନଙ୍କ ସମ୍ପର୍କରେ କିଛି ଖୋଜଖବର ମିଳିନାହିଁ।
ମୃତ ୨ ମହିଳାଙ୍କୁ ଚିହ୍ନଟ କରାଯାଇଛି।
ସେମାନେ ହେଲେ ଚୋଙ୍ଗା ସିତଲୋଉ (୬୦) ଓ କିମବୋଇ ସିଙ୍ଗସନ୍ (୩୦)।
ଉଭୟ ଲେସାଙ୍ଗ ଗ୍ରାମର ବାସିନ୍ଦା।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଚୋଙ୍ଗା ତାଙ୍କ ଚାଷଜମିରେ ଜାଳେଣି କାଠ ସଂଗ୍ରହ କରି ରଖୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।
କିମବୋଇ ସିଙ୍ଗସନ୍ ନିକଟରେ ନର୍ସିଂ ପାଠ ଶେଷ କରିଥିଲେ।
ସେ ଚାଷକାମରେ ବାପାମାଆଙ୍କୁ ସହଯୋଗ କରିବା ପାଇଁ ଘରକୁ ଆସିଥିଲେ।
ତେବେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି।
ନିକଟସ୍ଥ ଅଞ୍ଚଳର ଅନେକ ଫାର୍ମହାଉସ୍ରେ ମଧ୍ୟ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଛନ୍ତି।
ଏଥିଯୋଗୁଁ ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ ହୋଇଛି।
ଆହୁରି ପଢନ୍ତୁ: Supreme Court: ସୁପ୍ରିମ୍କୋର୍ଟଙ୍କୁ ରିପୋର୍ଟ ଦେଲା କମିଟି; ୨,୨୪୨ ଏକର ଜମି ଜବରଦଖଲମୁକ୍ତ ହୋଇଛିଉଲ୍ଲେଖଯୋଗ୍ୟ, ଗତ ୨ ଦିନ ମଧ୍ୟରେ ତାମେଙ୍ଗଲଙ୍ଗ ଓ ନୋନି ଜିଲ୍ଲାରେ ୨ଟି ପୃଥକ୍ ଘଟଣାରେ ୪ ଜଣଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା।
ତାମେଙ୍ଗଲଙ୍ଗର ଟୋଲ୍ଲେନ ଗ୍ରାମରେ ଜଣେ ଦମ୍ପତିଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା।
ଉକ୍ତ ଦମ୍ପତିଙ୍କ ୬ ବର୍ଷର ପୁଅ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛି।
ଗୁଳିମାଡ଼ରେ ଅନ୍ୟ ୨ ଜଣ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ଲେସାଙ୍ଗ ଗ୍ରାମର ସଦ୍ୟ ହିଂସା ପରେ ଜିରିବାମ-ତାମେଙ୍ଗଲଙ୍ଗ ସୀମାରେ ରହୁଥିବା ଗ୍ରାମବାସୀଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତା ପ୍ରକାଶ ପାଇଛି।
ବିଶେଷକରି ଦୁର୍ଗମ ଚାଷଜମି ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନ ଅଧିକ ବିପଦରେ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
