​​Britain: ୨୦ ବର୍ଷ ଧରି ପତ୍ନୀଙ୍କୁ ନିଶା ଦେଇ ଦୁଷ୍କର୍ମ, ଫଟୋ ବାଣ୍ଟୁଥିଲେ ସ୍ୱାମୀ

Sep 15, 2026 - 21:44
​​Britain: ୨୦ ବର୍ଷ ଧରି ପତ୍ନୀଙ୍କୁ ନିଶା ଦେଇ ଦୁଷ୍କର୍ମ, ଫଟୋ ବାଣ୍ଟୁଥିଲେ ସ୍ୱାମୀ

"ମାଞ୍ଚେଷ୍ଟର: ବ୍ରିଟେନ୍‌ର ଗ୍ରେଟର ମାଞ୍ଚେଷ୍ଟର ଅଞ୍ଚଳରେ ୨୦ ବର୍ଷରୁ ଅଧିକ ସମୟ ଧରି ନିଜ ପତ୍ନୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା, ଯୌନ ନିର୍ଯାତନା ଦେବା ଓ ଅନ୍ୟ ପୁରୁଷଙ୍କୁ ଏହି ଅପରାଧରେ ସାମିଲ କରିବା ଅଭିଯୋଗ ଥିବା ୬୦ ବର୍ଷରୁ ଅଧିକ ବୟସ୍କ ଜଣେ ବ୍ୟକ୍ତି ନିଜ ଅପରାଧ ସ୍ୱୀକାର କରିଛନ୍ତି।

ସୋମବାର ମାଞ୍ଚେଷ୍ଟରର ମିନ୍‌ଶୁଲ୍‌ ଷ୍ଟ୍ରିଟ୍‌ କ୍ରାଉନ୍‌ କୋର୍ଟରେ ସେ ୪୫ଟି ଅପରାଧରେ ଦୋଷ ସ୍ୱୀକାର କରିଥିଲେ।

ପୂର୍ବରୁ ସେ ୧୫ଟି ଅପରାଧ ସ୍ୱୀକାର କରିଥିବାରୁ ତାଙ୍କ ବିରୋଧରେ ମୋଟ ୬୦ଟି ଅପରାଧ ସ୍ୱୀକୃତ ହୋଇଛି।

ଅଭିଯୁକ୍ତଙ୍କ ନାମ ପ୍ରକାଶ କରାଯାଇନାହିଁ।

ତାଙ୍କ ପତ୍ନୀଙ୍କ ପରିଚୟ ଗୋପନ ରଖିବା ପାଇଁ ଆଇନ ଅନୁଯାୟୀ ଏହି ସୁରକ୍ଷା ଦିଆଯାଇଛି।Advertisment ଅଭିଯୋଗ ଅନୁଯାୟୀ, ୨୦୦୪ରୁ ୨୦୨୫ ମଧ୍ୟରେ ଗ୍ରେଟର ମାଞ୍ଚେଷ୍ଟରର ଷ୍ଟକପୋର୍ଟସ୍ଥିତ ପରିବାର ଘରେ ଏହି ଅପରାଧ ଘଟିଥିଲା।

ସ୍ୱାମୀ ପତ୍ନୀଙ୍କୁ ନିଶା ଦେଇ ଅଚେତ କରିବା ପରେ ତାଙ୍କ ସହ ଦୁଷ୍କର୍ମ ଓ ଅନ୍ୟ ଯୌନ ଅପରାଧ କରୁଥିଲେ।

ଅଭିଯୋଗଗୁଡ଼ିକ ମଧ୍ୟରେ ୨୧ଟି ଦୁଷ୍କର୍ମ, ଯୌନ ନିର୍ଯାତନା, ଦୁଷ୍କର୍ମ ଉଦ୍ୟମ ଏବଂ ପତ୍ନୀଙ୍କୁ ନିଶା ଦେବା ଭଳି ଅପରାଧ ରହିଛି।

ପତ୍ନୀଙ୍କ ଅନୁମତି ବିନା ତାଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ବାଣ୍ଟିବା ଅଭିଯୋଗକୁ ମଧ୍ୟ ସେ ପୂର୍ବରୁ ସ୍ୱୀକାର କରିଥିଲେ।

ସୋମବାର କୋର୍ଟରେ ଅଭିଯୁକ୍ତ ଭାବପ୍ରବଣ ହୋଇପଡ଼ିଥିଲେ।

ସେ ବାରମ୍ବାର ନିଜକୁ "ଦୋଷୀ" ବୋଲି କହିଥିଲେ।

ତାଙ୍କ ପତ୍ନୀ ମଧ୍ୟ ପରିବାରର ସଦସ୍ୟଙ୍କ ସହ କୋର୍ଟରେ ଉପସ୍ଥିତ ଥିଲେ।

ଏହି ମାମଲାରେ ଆଉ ୧୨ ଜଣ ପୁରୁଷଙ୍କ ବିରୋଧରେ ମଧ୍ୟ ସେହି ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ରହିଛି।

ସେମାନଙ୍କ ବୟସ ୨୮ରୁ ୭୪ ବର୍ଷ ମଧ୍ୟରେ।

୨୦୧୮ରୁ ୨୦୨୫ ମଧ୍ୟରେ ଘଟିଥିବା ଘଟଣାକୁ ନେଇ ସେମାନଙ୍କ ବିରୋଧରେ ଦୁଷ୍କର୍ମ ସମେତ ବିଭିନ୍ନ ଅଭିଯୋଗ ରହିଛି।

ତେବେ ସମସ୍ତ ୧୨ ଜଣ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ଏହି ମାମଲାରେ ଆଉ ଜଣେ ପୁରୁଷ ପୂର୍ବରୁ ଯୌନ ଅପରାଧ ସ୍ୱୀକାର କରିସାରିଛନ୍ତି।

ଅନ୍ୟ ଅଭିଯୁକ୍ତମାନଙ୍କ ବିଚାର ମଧ୍ୟ ମିନ୍‌ଶୁଲ୍‌ ଷ୍ଟ୍ରିଟ୍‌ କ୍ରାଉନ୍‌ କୋର୍ଟରେ ହେବ ଏବଂ ଏହା ଆହୁରି କିଛି ସପ୍ତାହ ଚାଲିବା ଆଶା କରାଯାଉଛି।

ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ଶବସତ୍କାରକୁ ମିଳିଲାନି ଶ୍ମଶାନ, ଉତ୍ତେଜନା ଓ ପୁଲିସ ମୁତୟନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)