Man Eating Dead Dog Meat: ମଣିଷ ଖାଇଲା କୁକୁର ମାଂସ, ଭୋକର ଜ୍ୱାଳା ନା ପାଗଳାମୀ ?
ଏ ଦୃଶ୍ୟ ଦେଖିଲେ ଯେ କେହି ବିଚଳିତ ହୋଇଯିବେ।
ଜାତୀୟ ରାଜପଥ କଡ଼ରେ ପଡ଼ିଥିବା ଏକ ମୃତ କୁକୁରର ମାଂସ ଖାଉଛନ୍ତି ଜଣେ ବ୍ୟକ୍ତି।
ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଗତକାଲି ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
Advertisment ସୂଚନା ଅନୁସାରେ, ଗାଡ଼ି ଧକ୍କାରେ ଏକ କୁକୁରର ମୃତ୍ୟୁ ହୋଇଥିଲା।
ତେବେ ରାସ୍ତାକଡ଼ରେ ପଡ଼ିଥିବା ସେହି ମୃତ କୁକୁରର ଶରୀରରୁ ମାଂସ କାଢ଼ି ଜଣେ ବ୍ୟକ୍ତି ଖାଉଥିବା ଦେଖିବାକୁ ମିଳିଥିଲା।
ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ କିଛି ସ୍ଥାନୀୟ ଲୋକ ତାଙ୍କୁ ବାରଣ କରିବା ସହ ସେଠାରୁ ଚାଲିଯିବାକୁ କହିଥିଲେ।
ତେବେ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ।
ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
ଘଟଣା ସମ୍ପର୍କରେ ଲୋକେ ପ୍ରଶାସନକୁ ଖବର ଦେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।
Advertisment ଏହି ଘଟଣାର ଦୃଶ୍ୟ ସାମ୍ନାକୁ ଆସିବା ପରେ ସମ୍ବଲପୁର ସମେତ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ତେବେ ବ୍ୟକ୍ତିଙ୍କ ପରିଚୟ ଓ ତାଙ୍କର ଅବସ୍ଥା ସମ୍ପର୍କରେ ଅଧିକ ତଥ୍ୟ ଅପେକ୍ଷାରେ ସମସ୍ତେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
