CNG Price Hiked Again: ୧୧ ମାସରେ ୮ ଥର ବଢ଼ିଲା CNG ଦର, ଗାଡ଼ି ଚାଳକଙ୍କୁ ମହଙ୍ଗା ମାଡ଼

Nov 15, 2026 - 11:30
CNG Price Hiked Again: ୧୧ ମାସରେ ୮ ଥର ବଢ଼ିଲା CNG ଦର, ଗାଡ଼ି ଚାଳକଙ୍କୁ ମହଙ୍ଗା ମାଡ଼

ମହଙ୍ଗା ମାଡ଼ରୁ ମିଳୁନି ମୁକ୍ତି!

ପେଟ୍ରୋଲ ଓ ଡିଜେଲ୍ ପରେ ଏବେ CNG ଗାଡ଼ି ଚାଳକଙ୍କ ପକେଟ୍‌କୁ ବି ଲାଗିବ ଝଟକା।

ମାତ୍ର ୧୧ ମାସ ଭିତରେ ୮ ଥର ବଢ଼ିଲାଣି CNG ଦର।

ମୁମ୍ବାଇରେ ପୁଣି ବଢ଼ିଛି କିଲୋ ପିଛା ୧ ଟଙ୍କା ୫୦ ପଇସା।

ଫଳରେ ଏବେ କିଲୋ ପିଛା ୯୧ ଟଙ୍କା ୫୦ ପଇସା ଦେଇ CNG କିଣିବେ ଗାଡ଼ି ଚାଳକ।

ତେବେ କାହିଁକି ବାରମ୍ବାର ବଢ଼ୁଛି ଗ୍ୟାସ୍ ଦର?

ଆଉ ଏହାର ପ୍ରଭାବ କାହା ଉପରେ ପଡ଼ିବ?

Advertisment ମୁମ୍ବାଇରେ ପୁଣି ମହଙ୍ଗା ହେଲା CNG।

ଗ୍ୟାସ୍ ଦର ବୃଦ୍ଧି କରିଛି ମହାନଗର ଗ୍ୟାସ୍ ଲିମିଟେଡ୍ ବା MGL।

କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିବା ପରେ ନୂଆ ଦର ହୋଇଛି ୯୧ ଟଙ୍କା ୫୦ ପଇସା।

ମୁମ୍ବାଇ ସହ ଏହାର ଆଖପାଖ ଅଞ୍ଚଳ ତଥା ମୁମ୍ବାଇ ମେଟ୍ରୋପଲିଟାନ୍ ରିଜନ୍‌ରେ ଏହି ନୂଆ ଦର ଲାଗୁ ହୋଇଛି।

ସବୁଠୁ ବଡ଼ କଥା ହେଉଛି, ଚଳିତ ବର୍ଷ ଜାନୁଆରୀରେ CNG ଦର ଥିଲା କିଲୋ ପିଛା ୮୦ ଟଙ୍କା ୫୦ ପଇସା।

ଆଉ ଏବେ ଏହା ୯୧ ଟଙ୍କା ୫୦ ପଇସାରେ ପହଞ୍ଚିଛି।

ଅର୍ଥାତ୍ ୧୧ ମାସରେ କିଲୋ ପିଛା ମୋଟ ୧୧ ଟଙ୍କା ବଢ଼ିଲାଣି ଦର।

ପ୍ରାୟ ୧୪ ପ୍ରତିଶତ ମହଙ୍ଗା ହୋଇଛି CNG।

Advertisment ଏହାର ସିଧାସଳଖ ପ୍ରଭାବ ପଡ଼ିବ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଉପରେ।

ଏଥିସହ CNGରେ ଚାଲୁଥିବା ଘରୋଇ କାର୍ ବ୍ୟବହାରକାରୀଙ୍କୁ ମଧ୍ୟ ଏବେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ମାସିକ ଇନ୍ଧନ ଖର୍ଚ୍ଚ ବଢ଼ିବା ନିଶ୍ଚିତ।

କାହିଁକି ବଢ଼ିଲା ଦର?

MGLର କହିବା ଅନୁସାରେ, ଗ୍ୟାସ୍ କିଣିବା ଖର୍ଚ୍ଚ ବଢ଼ିବାରୁ ଦର ବୃଦ୍ଧି କରିବାକୁ ପଡ଼ିଛି।

ମଧ୍ୟପ୍ରାଚ୍ୟରେ ଜାରି ସଙ୍କଟ, ଦେଶ ଭିତରୁ ଗ୍ୟାସ୍ ଯୋଗାଣ କମିବା ଏବଂ ଦାମୀ ଆମଦାନୀ ଗ୍ୟାସ୍ ଉପରେ ନିର୍ଭରତା ବଢ଼ିବା ଏହାର ମୁଖ୍ୟ କାରଣ।

ବିଶେଷକରି ଆନ୍ତର୍ଜାତୀୟ ବଜାର ଦର ସହ ଜଡ଼ିତ ରି-ଗ୍ୟାସିଫାଏଡ୍ LNG ବା RLNGର ବ୍ୟବହାର ବଢ଼ିବାରୁ କମ୍ପାନୀର ଖର୍ଚ୍ଚ ବଢ଼ିଛି।

ଅନ୍ୟପଟେ CNGର ଚାହିଦା ମଧ୍ୟ ଅଧିକ ରହିଛି।

କମ୍ପାନୀ କହିଛି, ବଢ଼ୁଥିବା ଖର୍ଚ୍ଚର କିଛି ଅଂଶ ଗ୍ରାହକଙ୍କ ଉପରେ ଲଦାଯାଇଛି, ଯାହାଦ୍ୱାରା ଗ୍ୟାସ୍ ଯୋଗାଣ ସ୍ଥିର ରଖାଯାଇପାରିବ।

ତେବେ ଖର୍ଚ୍ଚ କମାଇବା ପାଇଁ ମଧ୍ୟ ବିକଳ୍ପ ଖୋଜୁଥିବା କହିଛି MGL।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)