Man Dies After Brutal Beating: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଯୁବକଙ୍କୁ ପିଟିପିଟି ହତ୍ୟା!

Nov 20, 2026 - 18:37
Man Dies After Brutal Beating: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଯୁବକଙ୍କୁ ପିଟିପିଟି ହତ୍ୟା!

୭ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ପିଟିପିଟି ମାରିଦେଲେ ଗାଁଲୋକେ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରଥାନା ଅଞ୍ଚଳରେ।

ପ୍ରଥମେ ନାବାଳିକାର ବାପା ଓ ମାମୁ ଅଭିଯୁକ୍ତ ଯୁବକକୁ ଗୋଟିଏ ଘରେ ବାନ୍ଧି ଦେଇଥିଲେ।

ପରେ ପରିବାର ଲୋକେ ଓ ଗ୍ରାମବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି।

ସଦର ଥାନା ପୋଲିସ ଯୁବକକୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

Advertisment ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତ ଯୁବକ ଜଣକ ହେଲେ ଇନ୍ଦିପୁର ଗାଁର ଜିତେନ୍ଦ୍ର ପ୍ରଧାନ ।

ନାବାଳିକା ପରିବାର ପକ୍ଷରୁ ସମ୍ପୃକ୍ତ ଯୁବକଙ୍କ ନାଁରେ ସଦର ଥାନାରେ ଏକ ଅଭିଯୋଗ ହୋଇଥିଲା ।

ଏବେ ଯୁବକଙ୍କ ମୃତ୍ୟୁ ହେବା ପରେ ସଦର ଥାନା ପୋଲିସ ଆକ୍ରମଣକାରୀଙ୍କ ନାଁରେ ମାମଲା କରି ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ପର୍ଯ୍ୟାୟରେ ନାବାଳିକାର ବାପା ଓ ମାମୁଙ୍କୁ ଗିରଫ କରିଛି ପୋଲିସ ।.....

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ଯୁବକକୁ ପିଟିପିଟି ମାରିଦେଲେ ଗାଁଲୋକେ !

ନାବାଳିକାଙ୍କ ବାପା ଓ ମାମୁଙ୍କୁ ଗିରଫ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)