Malaria Control in Malkangir ମାଲକାନଗିରିରେ ମ୍ୟାଲେରିଆ ନିୟନ୍ତ୍ରଣ, ପହଞ୍ଚିଲେ ରାଜ୍ୟସ୍ତରୀୟ ବିଶେଷଜ୍ଞ ଦଳ

Sep 08, 2026 - 19:18
Malaria Control in Malkangir ମାଲକାନଗିରିରେ ମ୍ୟାଲେରିଆ ନିୟନ୍ତ୍ରଣ, ପହଞ୍ଚିଲେ ରାଜ୍ୟସ୍ତରୀୟ ବିଶେଷଜ୍ଞ ଦଳ

"ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମ୍ୟାଲେରିଆ ନିୟନ୍ତ୍ରଣ ଓ ନିରାକରଣ ଦିଗରେ ମାଲକାନଗିରି ଜିଲ୍ଲାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।

ଜିଲ୍ଲାରେ ଚାଲିଥିବା ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ପରଖିବା ପାଇଁ ଏକ ରାଜ୍ୟସ୍ତରୀୟ ଟିମ୍ ମାଲକାନଗିରି ଗସ୍ତରେ ଆସିଛି।

ଚାରିଦିନିଆ ଗସ୍ତରେ ଆସିଥିବା ଏହି ଟିମ୍‌ରେ ଏଣ୍ଟମୋଲୋଜି ବିଶେଷଜ୍ଞ ଡ ସ୍ବାତୀ କୁମାରୀ, ଟ୍ରେନିଂ କନସଲ୍ଟାଣ୍ଟ ଅନୁପ କୁମାର ମିଶ୍ର ସମେତ ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି।

Advertisment Malaria: ମ୍ୟାଲେରିଆ ମୁକାବିଲା ପାଇଁ ଗଠନ ହେବ ରାଜ୍ୟସ୍ତରୀୟ ବୈଷୟିକ ଦଳ: ମାଲକାନଗିରି ଜିଲ୍ଲା ଗସ୍ତ କରିବ ରାଜ୍ୟସ୍ତରୀୟ ଟିମ୍‌ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଟିମ୍‌ର ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟର ତୃଣମୂଳ ସ୍ତରର ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମରେ କୌଣସି ତ୍ରୁଟି, ଅଭାବ କିମ୍ବା ଗ୍ୟାପ୍ ରହିଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି।

ଏଥିସହ ଚିହ୍ନଟ ହେଉଥିବା ସମସ୍ୟାକୁ କିପରି ଦୂର କରାଯିବ ଏବଂ ଆଗାମୀ ଦିନରେ ମ୍ୟାଲେରିଆ ନିୟନ୍ତ୍ରଣକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କେଉଁ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା କରାଯାଉଛି।

Malaria Symptoms: ମ୍ୟାଲେରିଆ ଟେଷ୍ଟ କେବେ କରିବା ଉଚିତ୍ ଓ ଏହାର ବିଭିନ୍ନ ପ୍ରଣାଳୀ ସମ୍ପର୍କରେ ଜାଣିବା...

ଆଜି ପ୍ରଥମ ଦିନରେ ଏହି ଟିମ ମାଥିଲି ବ୍ଲକର କିଆଙ୍ଗ ଓ କର୍ତ୍ତନପାଲ୍ଲୀ ପଞ୍ଚାୟତର ବିଭିନ୍ନ ଦୁର୍ଗମ ଗ୍ରାମ ଗସ୍ତ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି।

ଏପଟେ ଜିଲ୍ଲାରେ ମ୍ୟାଲେରିଆ ମାମଲା ହ୍ରାସ ପାଉଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜୁଲାଇ ମାସ ତୁଳନାରେ ବର୍ତ୍ତମାନ ମ୍ୟାଲେରିଆ ମାମଲାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ଘଟିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଏହି ହ୍ରାସ ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ଆଶା ପ୍ରକାଶ କରିଛି।

ରାଜ୍ୟସ୍ତରୀୟ ଟିମ୍‌ର ଗସ୍ତ ସମୟରେ ସଂଗୃହୀତ ତଥ୍ୟ ଓ ଅନୁଧ୍ୟାନ ରିପୋର୍ଟ ଆଧାରରେ ମାଲକାନଗିରି ପାଇଁ ନୂଆ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ।

ଏହି ଯୋଜନା ମାଧ୍ୟମରେ ଜିଲ୍ଲାରେ ମ୍ୟାଲେରିଆ ମାମଲାକୁ ଆହୁରି କମାଇବା ସହ ରୋଗ ନିୟନ୍ତ୍ରଣ ଦିଗରେ ଅଧିକ ପ୍ରଭାବୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)