Malabar: ମାଲାବାରର ନୂଆ ବ୍ରାଣ୍ଡ୍‌ ଆମ୍ବାସଡର ଧୋନି

Aug 17, 2026 - 22:11
Malabar: ମାଲାବାରର ନୂଆ ବ୍ରାଣ୍ଡ୍‌ ଆମ୍ବାସଡର ଧୋନି

"ଭୁବନେଶ୍ବର: ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ କ୍ରିକେଟ ତାରକା ଏମ୍‌ଏସ୍‌ ଧୋନିଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ କରାଯାଇଛି। "ଦାୟିତ୍ବବାନ ଜୁଏଲର" ଅଧୀନରେ ଏହି ଦୀର୍ଘକାଳୀନ ସହଯୋଗିତା ହୋଇଛି ଯାହା ମାଲାବାରର ସମଗ୍ର ଗହଣା ମୂଲ୍ୟ ଶୃଙ୍ଖଳାରେ ଦାୟିତ୍ବବାନ ବ୍ୟବସାୟ ଅଭ୍ୟାସ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଧୋନିଙ୍କୁ ନେଇ କମ୍ପାନିର ଅଭିଯାନକୁ ଟିଭି, ଛାପା ଗଣମାଧ୍ୟମ, ସୋସିଆଲ ମିଡିଆ, ରେଡିଓ, ସିନେମାରେ ପ୍ରଚାରପ୍ରସାର କରାଯିବ।

ଏହି ସହଯୋଗିତା ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌ ପି ଅହମ୍ମଦ କହିଛନ୍ତି, ଆଜିର ଗ୍ରାହକମାନେ ଚୟନ କରୁଥିବା ବ୍ରାଣ୍ଡ୍‌ଠାରୁ ପ୍ରତି କ୍ରୟ ଉପରେ ସ୍ବଚ୍ଛତା, ଅସଲିପଣ ଓ ବିଶ୍ବାସ ଚାହୁଛନ୍ତି।

ନୈତିକ ବ୍ୟବସାୟ ଅଭ୍ୟାସ, ସାଲିସବିହୀନ ଗୁଣାତ୍ମକ ମାନ ଓ ଗ୍ରାହକ ପ୍ରଥମ ଆଭିମୁଖ୍ୟ ଜରିଆରେ ସେହି ଆଶାକୁ ପୂରଣ କରିବା ଗହଣା ଶିଳ୍ପର ଦାୟିତ୍ବ ବୋଲି ଆମେ ଭାବୁଛୁ।

ସେହି ଭାବନା ୩୩ ବର୍ଷରେ ମାଲାବାରକୁ ଗଢ଼ିଛି।Advertisment ଆହୁରି ପଢନ୍ତୁ: Electricity: ୩ ରାଜ୍ୟରେ କୃଷି-ସ୍ବତନ୍ତ୍ର ବିଦ୍ୟୁତ୍‌ କମ୍ପାନି: ଆଗକୁ ବଢ଼ିଲେ ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା ଧୋନି ନିଜର ସଚ୍ଚୋଟତା, ଶୃଙ୍ଖଳା, ନିରନ୍ତରତା ଓ ଗୁଣାତ୍ମକ ମାନ ପାଇଁ କୋଟି କୋଟି ଲୋକଙ୍କ ବିଶ୍ବାସ ଓ ଭରସା ଜିତିଛନ୍ତି।

ମାଲାବାର ପରିବାରକୁ ତାଙ୍କୁ ସ୍ବାଗତ କରି ଆମେ ଉଲ୍ଲସିତ ବୋଲି ସେ କହିଛନ୍ତି।

ସେହିପରି, ଏହି ସହବନ୍ଧନ ସମ୍ପର୍କରେ ଧୋନି କହିଛନ୍ତି, ମୋ କ୍ୟାରିୟର ସାରାରେ ମୋର ବିଶ୍ବାସ ଥିଲା ଯେ କେବଳ ପଦକ୍ଷେପ ଓ ନିରନ୍ତରତା ଜରିଆରେ ଭରସା ଜିତିହେବ।

ତାହା ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ସହିତ ସହଯୋଗିତାକୁ ଅର୍ଥପୂର୍ଣ୍ଣ କରିପାରିଛି।

ସ୍ବଚ୍ଛତା, ଦାୟିତ୍ବ ଓ ଗ୍ରାହକ ବିଶ୍ବାସ ପ୍ରତି ବ୍ରାଣ୍ଡ୍‌ର ଅତୁଟ ପ୍ରତିବଦ୍ଧତା ମୋତେ ଭଲ ଲାଗିଛି।

ସୂଚନା ଆଧାରିତ ଗ୍ରହଣା କ୍ରୟ ନିଷ୍ପତ୍ତି ନେବା ଓ ବିଶ୍ବାସର ସହ ତାହା ଚୟନ କରିବାରେ ଲୋକମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସକୁ ସହଯୋଗ କରିବାକୁ ମୁଁ ଚାହିରହିଛି ବୋଲି ‌ଧୋନି କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media