Judge: ଚାରି ମାସରେ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲେ ୟୁପିର ବିଚାରପତି
"ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗର ଫାଷ୍ଟ୍ ଟ୍ରାକ୍ କୋର୍ଟ-୩ର ଅତିରିକ୍ତ ଜିଲ୍ଲା ଓ ସେସନ୍ସ ବିଚାରପତି ରବି କୁମାର ଦିବାକର ଗତ ଚାରି ମାସରେ ୧୦ଟି ମାମଲାରେ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି।
ହତ୍ୟା, ଡକାୟତି ସହ ହତ୍ୟା ଓ ଅନ୍ୟ ଗୁରୁତର ଅପରାଧ ମାମଲାରେ ଏପ୍ରିଲ୍ରୁ ଅଗଷ୍ଟ ମଧ୍ୟରେ ଏହି ରାୟ ଦିଆଯାଇଛି।
ଏତେ କମ୍ ସମୟରେ ଏତେ ସଂଖ୍ୟକ ମୃତ୍ୟୁଦଣ୍ଡ ଘୋଷଣା ପରେ ବିଚାରପତି ରବି କୁମାର ଦିବାକରଙ୍କ ନାମ ଚର୍ଚ୍ଚାକୁ ଆସିଛି।Advertisment ରବି କୁମାର ଦିବାକର ୨୦୨୫ ନଭେମ୍ବରରୁ ମୁଜାଫରନଗରରେ ଫାଷ୍ଟ୍ ଟ୍ରାକ୍ କୋର୍ଟ-୩ର ଦାୟିତ୍ବରେ ଅଛନ୍ତି।
ଏପ୍ରିଲ୍ ୬ରେ ୨୦୧୯ର ଆଇନଜୀବୀ ମହମ୍ମଦ ସମୀର ସୈଫି ହତ୍ୟା ମାମଲାରେ ରିଜୱାନ, ସିଙ୍ଗୋଲ ଅଲ୍ଭି ଓ ଶାଲୁ ଓରଫ ଆରବାଜଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା।
ମାମଲାଟି ପ୍ରାୟ ୪୫ ଲକ୍ଷ ଟଙ୍କାର ଆର୍ଥିକ ବିବାଦକୁ ନେଇ ସମୀରଙ୍କୁ ଅପହରଣ ଓ ହତ୍ୟା ସହ ଜଡିତ ଥିଲା।
ସହଅଭିଯୁକ୍ତ ଦିନେଶଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୭ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା।
ଆହୁରି ପଢନ୍ତୁ: Piyush Goyal: ଚର୍ଚ୍ଚାରେ ମୋଦୀ ସରକାରଙ୍କ କ୍ୟାବିନେଟ୍ ପୁନର୍ଗଠନ ଏପ୍ରିଲ୍ ୨୮ରେ ଏକ ହତ୍ୟା ମାମଲାରେ ଜଣେ ମହିଳା ଓ ତାଙ୍କର ତିନି ପୁଅଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
ଜୁନ୍ ୨୦ରେ କୃଷକ ରାଜେନ୍ଦ୍ର ସୈନୀଙ୍କ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା।
ଜୁଲାଇ ୨ରେ ଡ୍ୟୁଟିରେ ଥିବା ହୋମଗାର୍ଡ ରତିରାମଙ୍କୁ ହତ୍ୟା ମାମଲାରେ ଦୀପକଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା।
ଜୁଲାଇ ୧୭ରେ ୨୦୧୧ର ରାଜପଥ ଡକାୟତି-ହତ୍ୟା ମାମଲାରେ ଚାରି ଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ଜଷ୍ଟିସ ଦିବାକର।
ଏହି ମାମଲାଗୁଡ଼ିକୁ ଅଦାଲତ "ବିରଳରୁ ବିରଳତମ" ଶ୍ରେଣୀର ବୋଲି ବିବେଚନା କରିଥିଲେ।
୨୦୨୫ରେ ସାରା ଉତ୍ତରପ୍ରଦେଶର ଟ୍ରାଏଲ୍ କୋର୍ଟଗୁଡ଼ିକ ୨୦ଟି ମାମଲାରେ ମୋଟ ୨୮ଟି ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।
ସେହି ବର୍ଷ ସାରା ଦେଶରେ ୧୨୮ଟି ମୃତ୍ୟୁଦଣ୍ଡ ଘୋଷଣା ହୋଇଥିଲା।
ତେଣୁ ଚଳିତ ବର୍ଷ ମାତ୍ର ଚାରି ମାସରେ ଜଣେ ବିଚାରପତିଙ୍କ ଦ୍ୱାରା ୨୨ଟି ମୃତ୍ୟୁଦଣ୍ଡ ଘୋଷଣା ହେବା ଘଟଣା ବିଶେଷ ଚର୍ଚ୍ଚା ସୃଷ୍ଟି କରିଛି।
ଆହୁରି ପଢନ୍ତୁ: Unemployment rate: ବେକାରି ହାର ୫.୧%କୁ ହ୍ରାସ ଗ୍ରାମାଞ୍ଚଳରେ କମିଲା, ସହରାଞ୍ଚଳରେ ବଢ଼ିଲା ରବି କୁମାର ଦିବାକରଙ୍କ ଜନ୍ମ ୧୯୮୦ ଜୁଲାଇରେ।
୨୦୦୯ରେ ସେ ସିଭିଲ୍ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ।
ସେ ସୁଲତାନପୁର, ବଦାୟୁଁ, ବାରାଣସୀ ଓ ବରେଲି ଆଦି ଜିଲ୍ଲାରେ କାମ କରିଛନ୍ତି।
୨୦୨୨ରେ ବାରାଣସୀର ସିଭିଲ୍ ଜଜ୍ ଥିବା ସମୟରେ ଜ୍ଞାନବାପି ମସଜିଦ୍ ପରିସରର ଭିଡିଓଗ୍ରାଫିକ୍ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇ ସେ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିଲେ।
ପରେ ତାଙ୍କୁ ଧମକପୂର୍ଣ୍ଣ ଫୋନ୍ ଆସିଥିବା ନେଇ ସେ ଅଭିଯୋଗ କରିଥିଲେ।
ତେବେ ଟ୍ରାଏଲ୍ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡ ତୁରନ୍ତ କାର୍ଯ୍ୟକାରୀ ହୁଏ ନାହିଁ।
ଆଇନ ଅନୁଯାୟୀ, ସେସନ୍ସ କୋର୍ଟର ମୃତ୍ୟୁଦଣ୍ଡାଦେଶକୁ ହାଇକୋର୍ଟ ନିଶ୍ଚିତ କରିବା ଆବଶ୍ୟକ।
ତେଣୁ ଏହି ସମସ୍ତ ରାୟର ଶେଷ ଆଇନଗତ ସ୍ଥିତି ହାଇକୋର୍ଟର ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
