Mahanadi Water Level Rising: ବଢ଼ୁଛି ମହାନଦୀ ଜଳସ୍ତର, ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍

Jul 08, 2026 - 11:06
Mahanadi Water Level Rising: ବଢ଼ୁଛି ମହାନଦୀ ଜଳସ୍ତର, ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍

ବଢ଼ୁଛି ମହାନଦୀ ଜଳସ୍ତର। ଲଗାଣ ବର୍ଷା ପରେ ଗତକାଲିଠୁ ପାଗ ଶୁଖିଲା ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜମା ହୋଇରହିଥିବା ବର୍ଷା ଜଳ ମଧ୍ୟ ଧିରେ ଧିରେ ନିଷ୍କାସନ ହେବାରେ ଲାଗିଛି। କିନ୍ତୁ ସେପଟେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି। ସୋନପୁର ଠାରେ ମହାନଦୀରେ ତେଲନଦୀ ବନ୍ୟାପାଣି ମିଶିବା ପରେ ତଳମୁଣ୍ଡରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି।

ଏବେ ମହାନଦୀର ଉଭୟ କୂଳ ଖାଇ ବନ୍ୟାପାଣି ପ୍ରବାହିତ ହେଉଛି। ଆସନ୍ତାକାଲି ହୀରାକୁଦ ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ଛଡାଯିବ। ୧୦ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିବ ବନ୍ୟାଜଳ। ବନ୍ୟାଜଳ ସୁବର୍ଣ୍ଣପୁରରେ ପହଞ୍ଚିବା ପରେ ମହାନଦୀର ଜଳସ୍ତର ଆଉ ଅଧିକ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।