Government Forms High-Level Committee: ଡାକ୍ତର ଆନ୍ଦୋଳନ: ୫ ଜଣିଆ କମିଟି ଗଠନ କଲେ ସରକାର
ଡାକ୍ତରଙ୍କ ଦାବି ଶୁଣିବେ ସରକାର। ଏଥିପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟିରେ GA ଏବଂ PG ବିଭାଗ ସଚିବ, ଆଇନ ସଚିବ, ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅଛନ୍ତି। OMSAର ୧୦ ଦଫା ଦାବି ନେଇ କମିଟି ଅନୁଧ୍ୟାନ କରିବ। ପରେ ସରକାରଙ୍କୁ ପରାମର୍ଶ ଦେବ। ୧୦ ଦଫା ଦାବିରେ ଓମସା ୪ ଦିନ ଧରି ଆନ୍ଦୋଳନ କରିଥିଲା।
ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଆନ୍ଦୋଳନରୁ ଓହରିଥିଲେ ଡାକ୍ତର ଏବଂ କାର୍ଯ୍ୟରେ ଯୋଗ ଦେଇଥିଲେ। ଡାକ୍ତରଙ୍କ ଦାବି ପୂରଣ ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏନେଇ କମିଟି ଗଠନ ହୋଇଥିବା ବେଳେ ଜୁଲାଇ ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବ। କମିଟି ଆଗରେ OMSA ତାର ଦାବି ଉପସ୍ଥାପନ କରିବ। ଦାବି ପୂରଣ ନେଇ ସରକାର ସକାରାତ୍ମକ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।