US Attacks Iran: ଇରାନ ଉପରେ ବଡ଼ ଆକ୍ରମଣ, ଏକାଧିକ ସ୍ଥାନରେ ବୋମାମାଡ଼

Jul 08, 2026 - 11:06
US Attacks Iran: ଇରାନ ଉପରେ ବଡ଼ ଆକ୍ରମଣ, ଏକାଧିକ ସ୍ଥାନରେ ବୋମାମାଡ଼

ପୁଣି ଇରାନ ଉପରେ ଆକ୍ରମଣ କଲା ଆମେରିକା। ଷ୍ଟ୍ରେଟ୍ ଅଫ ହର୍ମୁଜରେ ଇରାନର ଆକ୍ରମଣ ପରେ ଆମେରିକାର ଜବାବ। ବନ୍ଦର ଆବାସର ପୋର୍ଟ ଅଫ ସିରିକ, କେଶେମ ଦ୍ବୀପ ଉପରେ ଆକ୍ରମଣ କରିଛି ଆମେରିକା। ଏକାଧିକ ସ୍ଥାନ ଉପରେ ଆକ୍ରମଣ କରିବା ସହ ବୋମାମାଡ। କାଲି କାତାର ଓ ସାଉଦି ଆରବର ଟ୍ୟାଙ୍କର ଉପରେ ଆକ୍ରମଣ କରିଥିଲା ଇରାନ୍। 

ଆମେରିକା ଇରାନର ଆନ୍ତର୍ଜାତୀୟ ତୈଳ ବିକ୍ରି ଉପରେ ଦେଇଥିବା ସମସ୍ତ ରିହାତିକୁ ମଧ୍ୟ ରଦ୍ଦ କରିଦେଥିବା ଜଣାପଡିଛି। ସୂଚନା ଅନୁସାରେ 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍'ରେ ତିନୋଟି ବ୍ୟବସାୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିବା ସହ ଏହାକୁ ଅସ୍ତ୍ରବିରତିର ଉଲ୍ଲଂଘନ ବୋଲି କହିଛି ଆମେରିକା। 

ଆମେରିକା ସେନା ଇରାନର ଏୟାର ଡିଫେନ୍ସ ସିଷ୍ଟମ, ମିସାଇଲ୍ ସିଷ୍ଟମ, ଉପକୂଳ ନିରୀକ୍ଷଣ କେନ୍ଦ୍ର ଏବଂ ଡ୍ରୋନ୍ ଲଞ୍ଚ ସାଇଟ୍ ଗୁଡ଼ିକୁ ଟାର୍ଗେଟ୍ କରିଛି।ବନ୍ଦର ଆବାସର ପୋର୍ଟ ଅଫ ସିରିକ, କେଶେମ ଦ୍ବୀପରେ ଏକାଧିକ ବିସ୍ଫୋରଣ ହୋଇଥିବା ଜଣାପଡିଛି। ସାମରିକ ଆକ୍ରମଣ ସହିତ ଆମେରିକା ଇରାନ ଉପରେ ବଡ଼ ଆର୍ଥିକ ପ୍ରତିବନ୍ଧକ ଲଗାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।