Car Rams Assembly Barricade: ମଦ୍ୟପ ପାଇଁ ହାଇଆଲର୍ଟରେ ବିଧାନସଭା, ସ୍ପେଶାଲ ଟାକ୍ଟିକାଲ ଗ୍ରୁପ୍ କମାଣ୍ଡୋଙ୍କ ଛାନଭିନ୍
ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତ କାଣ୍ଡ। ବିଧାନସଭା ପରିସରରେ ଥିବା ବ୍ୟାରିକେଡକୁ ଧକ୍କା ଦେଲା କାର୍। ଅଳ୍ପକେ ବର୍ତ୍ତିଯାଇଛି ଏକ ବଡ଼ ବିପଦ। ବିଳମ୍ବିତ ରାତିରେ ଜଣେ ମଦ୍ୟପ ଚାଳକ ସୁରକ୍ଷା ବଳୟକୁ ଭେଦ କରି ସିଧାସଳଖ ବିଧାନସଭା ଆଗରେ ଥିବା ବ୍ୟାରିଗେଟ୍ ରେ କାର୍ ଟିକୁ ପିଟି ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବ୍ୟାରିଗେଟ୍ ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି।
ବିଧାନସଭା ଭଳି ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଘଟଣାକୁ ନେଇ ସନ୍ଦେହ ଆହୁରି ବଢିଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ସହିତ STG ତଥା ସ୍ପେଶାଲ ଟାକ୍ଟିକାଲ ଗ୍ରୁପ୍ ର କମାଣ୍ଡୋ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷାକର୍ମୀ ଓ STG ଟିମ୍ ସାରା ଅଞ୍ଚଳକୁ ଘେରିବା ସହ ଗାଡ଼ି ଚାରିପାଖରେ କଡ଼ା ତନାଘନା ଓ ଯାଞ୍ଚ ଆରମ୍ଭ କରିଛନ୍ତି। ସେପଟେ କାର୍ ଭିତରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ତତ୍କାଳ ଅଟକ ରଖି ପଚରାଉଚରା କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।