India Face Record T20 Setback: ଭାରତର ସବୁଠୁ ବଡ଼ ପରାଜୟ, ଆଗୁଆ ଘରୋଇ ଇଂଲଣ୍ଡ ଟିମ୍
ଟ୍ବେଣ୍ଟି-୨୦ ମୁକାବିଲାରେ ଭାରତର ସବୁଠୁ ବଡ଼ ପରାଜୟ। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଲଜ୍ଜାଜନକ ହାର। ୧୨୫ ରନର ବଡ଼ ବ୍ୟବଧାନରେ ପରାଜିତ ଟିମ୍ ଇଣ୍ଡିଆ। ୧୧.୪ ଓଭରରେ ମାତ୍ର ୭୬ ରନ୍ କରି ଶ୍ରେୟସ୍ ସେନା ଅଲ୍ ଆଉଟ୍। ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।
ଇଂଲଣ୍ଡ କିନ୍ତୁ ୭ ୱିକେଟ୍ ବିନିମୟରେ ୨୦୧ ରନ୍ ର ସମ୍ମାନ ଜନକ ସ୍କୋର୍ କରି ନେଇଥିଲା। ୨୦୨ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପ୍ରଭାବହୀନ ବ୍ୟାଟିଂ କରିଥିଲା। ଦୁଇ ଓପନର୍ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ପାୱାର ପ୍ଲେ’ ଭିତରେ ଅଧା ଦଳ ହରାଇ ଘୋର ସଙ୍କଟରେ ପଡ଼ିଥିଲା ଭାରତ।
ଦଳର ୬ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଶେଷରେ ଭାରତର ପାଳି ୧୧.୪ ଓଭରରେ ମାତ୍ର ୭୬ ରନ୍ ରେ ଅଟକି ଯାଇଥିଲା। ଅଗ୍ନିବର୍ଷୀ ବୋଲିଂ ପାଇଁ ଜୋଫ୍ରା ଆର୍ଚର ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହାସହ ନୂଆ ଅଧିନାୟକ ଶ୍ରେୟସ୍ ଆୟରଙ୍କ ଅଧୀନରେ ଭାରତ ଲଗାତାର ଚାରିଟି ମ୍ୟାଚ୍ ହାରିଛି।
ଏହି ଏକତରଫା ମୁକାବିଲାରେ ଭାରତ ମଧ୍ୟ ନିଜ ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର୍ କରିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ବଡ଼ ବିଜୟ ସହ ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।