LPG: ଏଲ୍ପିଜି ଇ-କେୱାଇସି ମହଲତ ୨୩କୁ ବଢ଼ିଲା
"ନୂଆଦିଲ୍ଲୀ: ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପାଇଁ ଇ-କେୱାଇସିକରିବାର ଶେଷ ତାରିଖକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ପୂର୍ବରୁ ଏହି ମହଲତ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଥିଲା।
ତୈଳ କମ୍ପାନିଗୁଡ଼ିକର ସର୍ଭର ଡାଉନ୍ ରହିବା ଓ ମୋବାଇଲ୍ ଆପ୍ ଠିକ୍ ଭାବେ କାମ କରୁ ନଥିବା ଅଭିଯୋଗ ଆସିଛି।
ଲୋକମାନେ ବାରମ୍ବାର ଉଦ୍ୟମ କରିବା ସତ୍ତ୍ବେ ଭେରିଫିକେସନ କରିପାରୁନାହାନ୍ତି।Advertisment ଆହୁରି ପଢନ୍ତୁ :J&K: ସିକିମ୍ରେ ଏସ୍ଆଇଆର୍ ପାଇଁ ୨୦୦୨କୁ ଆଧାର ବର୍ଷ ରଖିବା ନିଷ୍ପତ୍ତି ଠିକ୍: ସୁପ୍ରିମ୍କୋର୍ଟ ଦେଶର ବିଭିନ୍ନ ସ୍ଥାନରେ ଗ୍ୟାସ୍ ଏଜେନ୍ସିଗୁଡ଼ିକରରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।
ଘଣ୍ଟା ଘଣ୍ଟା ଠିଆ ହେବା ପରେ ଇ-କେୱାଇସି ହୋଇଯିବ ବୋଲି ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ।
ଇ-କେୱାଇସି ପ୍ରକ୍ରିୟା ତେଲ କମ୍ପାନିଗୁଡ଼ିକର କେନ୍ଦ୍ରୀୟ ଡିଜିଟାଲ ଭିତ୍ତିଭୂମି ଓ ସର୍ଭରକୁ ଆଧାର କରି ଚାଲୁଛି।
ସର୍ଭର ଡାଉନ୍ ହେଲେ ସେହି ଅନୁସାରେ ଆପ୍ ମଧ୍ୟ ମନ୍ଥର ହୋଇଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
