Donald-trump: ଓମାନକୁ ଟ୍ରମ୍ପଙ୍କ ଧମକ: ପ୍ରତିବନ୍ଧକ ହେଲେ ଉଡ଼ାଇ ଦେବୁ
"ୱାସିଂଟନ: ହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନ ସହିତ ଯୁକ୍ତରାଷ୍ଟ୍ର ଆମେରିକାରଚାଲିଥିବା ସଂଘର୍ଷ ରାସ୍ତାରେ ମଧ୍ୟପ୍ରାଚ୍ୟର କୌଣସି ରାଷ୍ଟ୍ର ପ୍ରତିବନ୍ଧକ ହେଲେ ତାହାକୁ ଉଡ଼ାଇ ଦିଆଯିବ।
ଓମାନ ଯଦି ଏହି ରାସ୍ତାରେ ଆସେ ତାକୁ ବି ଉଡ଼ାଇ ଦିଆଯିବ ବୋଲି ସୋମବାର ଫକ୍ସ ନ୍ୟୁଜ୍କୁ ସାକ୍ଷାତ୍କାର ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଗତ କିଛି ସପ୍ତାହ ହେଲା ଇରାନ ଓ ଓମାନ ମଧ୍ୟରେ ଆଲୋଚନା ଚାଲିଛି।Advertisment ଆହୁରି ପଢନ୍ତୁ :Jai Kisan Navratna Fertilizers ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ବୃକ୍ଷରୋପଣ ଓ ପୂର୍ବ ସୈନିକ-କୃଷକଙ୍କୁ ସମ୍ବର୍ଦ୍ଧନା ଏହି ପ୍ରମୁଖ ଜଳମାର୍ଗର ପରିଚାଳନା ପାଇଁ ସମାନ୍ତରାଳ ଭାବେ ମଧ୍ୟପ୍ରାଚ୍ୟର ଉକ୍ତ ଦୁଇ ଦେଶ ଆଲୋଚନା ଚଳାଇଛନ୍ତି କି ବୋଲି ପ୍ରଶ୍ନ ହେବାରୁ ଟ୍ରମ୍ପ ଉପରୋକ୍ତ ଉତ୍ତର ରଖିଛନ୍ତି।
ଏଥିସହିତ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଇରାନ ଯୁଦ୍ଧ ବନ୍ଦ ହେବା ଉଚିତ।
ଯୁଦ୍ଧ ବନ୍ଦ ପାଇଁ ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ୬୦ ଦିନିଆ ରାଜିନାମାର ଅବଧି ମଧ୍ୟ ଶେଷ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ଟ୍ରମ୍ପ କହିଛନ୍ତି, ମୁଁ କୌଣସି ସମୟସୀମା ରଖିନାହିଁ।
ମୁଁ ତରତର ବି ନୁହେଁ।
ଆହୁରି ପଢନ୍ତୁ :truck overturned ଜାତୀୟ ରାଜପଥରେ ଓଲଟିଲା ପରିବା ବୋଝେଇ ଟ୍ରକ, ୩ ଗୁରୁତର ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ପ୍ରଭାବ ମୋ ଚିନ୍ତାଧାରା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ୍ରେ କହିଛନ୍ତି ଯେ ଆମେରିକାର ମୁଖ୍ୟ ଲକ୍ଷ୍ୟ ହେଲାଇରାନ ପାଖରେ କୌଣସି ଆଣବିକ ଅସ୍ତ୍ର ଯେଭଳି ନ ରହିବ ତାହାକୁ ନିଶ୍ଚିତ କରିବା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
