Lower Suktel Project: ଲୋୟର୍‌ ସୁକ୍‌ତେଲ୍ ପ୍ରକଳ୍ପ: ସମ୍ପୂର୍ଣ୍ଣ ବିସ୍ଥାପନ ପ୍ରସ୍ତୁତି ଆରମ୍ଭ, ୩ ଗାଁ ଛାଡ଼ିବାକୁ ନୋଟିସ୍‌

Jul 18, 2026 - 03:13
Lower Suktel Project: ଲୋୟର୍‌ ସୁକ୍‌ତେଲ୍ ପ୍ରକଳ୍ପ: ସମ୍ପୂର୍ଣ୍ଣ ବିସ୍ଥାପନ ପ୍ରସ୍ତୁତି ଆରମ୍ଭ, ୩ ଗାଁ ଛାଡ଼ିବାକୁ ନୋଟିସ୍‌

"ବଲାଙ୍ଗୀର: ଲୋୟର୍‌ ସୁକ୍‌ତେଲ୍ ପ୍ରକଳ୍ପ ପାଇଁ ଚିହ୍ନଟ ସମସ୍ତ ବୁଡ଼ି ଅଞ୍ଚଳରୁ ‌ଲୋକଙ୍କୁ ବିସ୍ଥାପିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ବର୍ତ୍ତମାନ ଜଳଭଣ୍ଡାର ପରିସରରେ ଥିବା କୁମିଆପାଲି, ଖୁଣ୍ଟପାଲି ଓ ତବଲବାଞ୍ଜି ଗାଁର କିଛି ପରିବାର ଘର ଛାଡ଼ି ନାହାନ୍ତି।

ଏହି ତିନୋଟି ଗାଁର ପାଖାପାଖି ୨ ଶହ ପରିବାର ଭିଟାମାଟି ଛାଡ଼ିବାକୁ ନାରାଜ।

୨୦୧୩ ମସିହାର ଯୋଜନା ଅନୁଯାୟୀ କ୍ଷତିପୂରଣ, ୨୦୨୬ ପହିଲା ସୁଦ୍ଧା ମୁଣ୍ଡପିଛା କ୍ଷତିପୂରଣ ଏବଂ ଉଚିତ କ୍ଷତିପୂରଣ ରାଶି ଭଳି ୧୦ ଦଫା ଦାବି ପୂରଣ ନହେବା ଯାଏଁ ସେମାନେ ଭିଟାମାଟି ଛାଡ଼ିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି।

ଗାଁ ଗାଁରେ ଏ ନେଇ ସଭା ହୋଇ ସାରିଛି।

ଜଳଭଣ୍ଡାର ପୂର୍ଣ୍ଣଗର୍ଭା ହେଲେ ଏହି ଗାଁଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଜଳସମାଧି ନେବ।

ତେଣୁ କୌଣସି ଅଘଟଣ ଏଡ଼ାଇବାକୁ ଗାଁଗୁଡ଼ିକୁ ଆଗୁଆ ଖାଲି କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଏ ସଂପର୍କରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ଜାରି ହେବା ସହ ଗାଁ ଛାଡ଼ିବାକୁ ନିର୍ଦ୍ଦେଶାନାମା ଛପା ହୋଇଛି।Advertisment Rath Yatra: ରଥଯାତ୍ରାରେ "ବ୍ୟାଙ୍କ ଅଫ୍ ବରୋଦା "ର ସେବା ୩ ଗାଁ ଛାଡ଼ିବାକୁ ନୋଟିସ୍‌ଜଳସମାଧି ନେବୁ ପଛେ ଭିଟାମାଟି ଛାଡ଼ିବୁନି ଶୁକ୍ରବାର ଦିନ ତବଲବାଞ୍ଜି ଗାଁରୁ ଏହି ଅଭିଯାନ ଆରମ୍ଭ ହେବା କଥା।

କିନ୍ତୁ ପ୍ରବଳ ବର୍ଷା ଯୋଗୁଁ କିଛି ପଦକ୍ଷେପ ନିଆଯାଇ ନାହିଁ।

ତେବେ ୨୧ ତାରିଖ ଭିତରେ ସମ୍ପୂର୍ଣ୍ଣ ବିସ୍ଥାପନ ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ସୂଚନା ଦେଇଛନ୍ତି।

ଶନିବାର ଖୁଣ୍ଟପାଲି ଏବଂ ୨୧ ତାରିଖ ଭିତରେ କୁମିଆପାଲି ଗାଁ ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଦୁଇ ଦିନ ହେଲା ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି।

ଶୁକ୍ରବାର ସନ୍ଧ୍ୟାରେ ଜଳଭଣ୍ଡାରର ଜଳସ୍ତର ୧୯୬ ମିଟର୍‌ ଛୁଇଁଛି।

ଜଳଭଣ୍ଡାରକୁ ୭୫.୫୦ କ୍ୟୁମେକ୍ ଜଳ ପ୍ରବେଶ କରୁଛି।

ପ୍ରୋଟୋକଲ୍‌ ଅନୁଯାୟୀ, ଏଥର ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ଯାଏଁ ପାଣି ରଖାଯିବ।

ସେପ୍ଟେମ୍ବର ମାସରେ ଜଳସେଚନ ସକାଶେ ଜଳ ନିଷ୍କାସନ ହେବ।

ଆଗକୁ ବର୍ଷା ଥିବାରୁ ଜଳଭଣ୍ଡାର ଆହୁରି ଫୁଲିବାର ଆଶଙ୍କା ରହିଛି।

ଜଳସ୍ତର ୨୦୬ ମିଟର୍‌ ପହଞ୍ଚିଲେ ଉକ୍ତ ଗ୍ରାମଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପାଣି ଭିତରକୁ ଚାଲିଯିବ।

ତେଣୁ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି।

ଦୁଇ ବର୍ଷରୁ ଅଧିକ ସମୟ ଧରି ଶିକ୍ଷାନୁଷ୍ଠାନ ଏବଂ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ବନ୍ଦ କରାଯାଇଛି।

ପିଇବା ପାଣି ମଧ୍ୟ ନାହିଁ।

ବିତରକ ସଂସ୍ଥାକୁ ବିଜୁଳି କାଟି ଦେବାକୁ ନିର୍ଦ୍ଦେଶ ରହିଛି।

ଏଣେ ଲୋକେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଭିଟାମାଟି ଛାଡ଼ିବୁ ନାହିଁ, ବରଂ ଜଳସମାଧି ନେବୁ ବୋଲି ଶପଥ ନେଇଛନ୍ତି।

ଫଳରେ ଆଗକୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି।

Odisha: ନିଟ୍‌ ୟୁଜିରେ ଆଲେନ୍‌ ଓଡ଼ିଶାର ସଫଳତା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।