Karlapat mining: କର୍ଲାପାଟ ଖଣି ଦୌଡ଼ରେ ଅମ୍ବାନୀ, ଆଦାନୀ: ୨୦୨୧ରେ ଅଟକିଥିଲା ନିଲାମ

Jul 18, 2026 - 07:28
Karlapat mining: କର୍ଲାପାଟ ଖଣି ଦୌଡ଼ରେ ଅମ୍ବାନୀ, ଆଦାନୀ: ୨୦୨୧ରେ ଅଟକିଥିଲା ନିଲାମ

"ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାରେ ଥିବା କର୍ଲାପାଟ ବକ୍ସାଇଟ୍‌ ଖଣିକୁ ପାଇବା ପାଇଁ ଦେଶର ବଡ଼ ବଡ଼ ଶିଳ୍ପପତି ଦୌଡ଼ରେ ସାମିଲ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ ଓ ଅନିଲ ଅଗ୍ରୱାଲ ଏହି ଖଣି ପାଇଁ ଚାହିଁ ରହିଛନ୍ତି।

ରାଜ୍ୟ ସରକାର ଗତ ମେ ୨୯ରେ କର୍ଲାପାଟ ସମେତ ୧୧ଟି ଖଣିର ନିଲାମ ପାଇଁ ବିଡ୍‌ ଆହ୍ବାନ କରିଥିଲେ।

ସେଥିରୁ କର୍ଲାପାଟ ପାଇଁ ସର୍ବାଧିକ ଆଗ୍ରହ ଦେଖିବାକୁ ମିଳିଛି।

ଆଦାନୀ ଏଣ୍ଟରପ୍ରାଇଜେସ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌, ବେଦାନ୍ତ ଆଲୁମିନିୟମ,ପାୱାରମେକ୍‌ ଓ କୋଲ୍‌ ଇଣ୍ଡିଆ ଟେଣ୍ଡର କାଗଜପତ୍ର କିଣିଛନ୍ତି।

ଏହି ସମ୍ପୂର୍ଣ୍ଣ ନୂଆ ଖଣିରେ ୨୦୦ ନିୟୁତ ଟନ୍‌ ବକ୍ସାଇଟ୍‌ ଗଚ୍ଛିତ ରହିଛି ଓ ତାହା ୩୧୦୦ରୁ ଅଧିକ ହେକ୍ଟର ଜମିରେ ବ୍ୟାପିଛି।

ବର୍ତ୍ତମାନ ସମୟର ନିଲାମରେ ସାମିଲ ହୋଇଥିବା ଏହା ସବୁଠାରୁ ବଡ଼ ବକ୍ସାଇଟ୍‌ ଖଣି ପାଲଟିଛି।Advertisment Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ କର୍ଲାପାଟ ଖଣି ଉପରେ ଶିଳ୍ପ ଜଗତ ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକର ନଜର ରହିଛି।

ଏହି ଖଣି ପରିବେଶରେ ସମ୍ବେଦନଶୀଳ କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି।

ଖଣି ନିଲାମ କାର୍ଯ୍ୟ ଲୋକଲୋଚନକୁ ଆସିବା ପରଠାରୁ ବିବାଦ ଘେରରେ ରହିଛି।

ପୂର୍ବରୁ ଏହାକୁ ନିଲାମ କରିବାକୁ ଉଦ୍ୟମ କରାଯାଇଥିଲା।

କିନ୍ତୁ ତାହା ଆଇନଗତ ବିବାଦରେ ଫସିଯାଇଥିଲା ଓ ପରିବେଶ ସୁରକ୍ଷାକର୍ମୀମାନେ ମଧ୍ୟ ନିଲାମ ଉଦ୍ୟମକୁ ଘୋର ବିରୋଧ କରିଥିଲେ।

୨୦୨୧ରେ ଓଡ଼ିଶା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ନିଲାମ ପ୍ରକ୍ରିୟା ରଦ୍ଦ କରାଯାଇଥିଲା।

ପରିବେଶକର୍ମୀଙ୍କ ଅଭିଯୋଗ ହେଉଛି ଖଣି ହେଲେ ଏହା ପାଖରେ ଥିବା ଜଙ୍ଗଲ, ସେଥିରେ ବାସ କରୁଥିବା ବନ୍ୟଜନ୍ତୁଙ୍କ ବାସସ୍ଥଳୀ ଓ ଜଳ ସମ୍ବଳ ନଷ୍ଟ ହେବ।

ରାଜ୍ୟ ସରକାର ପୁଣି ଥରେ ଏହି ଖଣିକୁ ନିଲାମ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବାରୁ ବିରୋଧର ଶିକାର ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଗତ ମେ ମାସରେ ଯେଉଁ ୧୧ଟି ଖଣି ପାଇଁ ନିଲାମ ବିଡ୍‌ ଆହ୍ବାନ କରାଯାଇଥିଲା ସେଗୁଡ଼ିକ କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ରହିଛି।

Odisha: ନିଟ୍‌ ୟୁଜିରେ ଆଲେନ୍‌ ଓଡ଼ିଶାର ସଫଳତା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।