Doping violation: ଡୋପିଂ ଉଲ୍ଲଙ୍ଘନ ପାଇଁ ପାକିସ୍ତାନୀ କ୍ରିକେଟର୍ ନିଲମ୍ବିତ
"ଦୁବାଇ: ଡୋପିଂ ଉଲ୍ଲଙ୍ଘନ ଲାଗି ପାକିସ୍ତାନୀ କ୍ରିକେଟ୍ର ମହମ୍ମଦ ନୱାଜ୍ଙ୍କ ଉପରେ ତିନିମାସ ପାଇଁ ନିଲମ୍ବନ ଲଗାଇଛି ଆଇସିସି।
ସେ କେତେକ ଗଞ୍ଜେଇ ଜାତୀୟ ପଦାର୍ଥ ସେବନ କରିଥିବା ସ୍ପଷ୍ଟ ହେବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଲଗାଯାଇଛି।
ତେବେ ନୱାଜ ଆଇସିସିର ନିର୍ଦ୍ଦିଷ୍ଟ ପୁନଃସୁଧାର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପୂର୍ଣ୍ଣ କଲେ ତାଙ୍କର ତିନି ମାସର ନିଲମ୍ବନ ଅବଧି ହ୍ରାସ ପାଇପାରେ।
ଏହି ୩୨ ବର୍ଷୀୟ ଖେଳାଳିଙ୍କ ନମୁନାରେ ଗଞ୍ଜେଇରୁ ପ୍ରସ୍ତୁତ ଏକ ଚେତନାହାରକ ପଦାର୍ଥ "କାର୍ବୋକ୍ସି-ଟିଏଚ୍ସି" ଥିବା ଜଣାପଡ଼ିଥିଲା।
Advertisment Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ ଏହି ନମୁନା ଗତ ଫେବ୍ରୁଆରି ମାସରେ ଚାଲିଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପାକିସ୍ତାନ-ନେଦରଲାଣ୍ଡସ୍ ମ୍ୟାଚ୍ ପରେ ନିଆଯାଇଥିଲା।
ଆଇସିସିର ଡୋପିଂ ନିରୋଧୀ ଆଇନ ଅନୁସାରେ "କାର୍ବୋକ୍ସି-ଟିଏଚ୍ସି"କୁ ନିଷିଦ୍ଧ ପଦାର୍ଥ ଶ୍ରେଣୀରେ ରଖାଯାଇଛି।
ଏହି ନିଷିଦ୍ଧ ସେବନକୁ ନୱାଜ୍ ସ୍ବୀକାର କରିଛନ୍ତି।
ତେବେ ଉକ୍ତ ପ୍ରତିଯୋଗିତା (ଟ୍ବେଣ୍ଟି-୨୦ ବିଶ୍ବକପ୍) ବାହାରେ ସେ ଏହି ସେବନ କରିଥିଲେ ଏବଂ ତାଙ୍କର ପ୍ରଦର୍ଶନ ସହିତ ଏହାର କୌଣସି ସମ୍ପର୍କ ନଥିଲା ବୋଲି ଯୁକ୍ତି ବାଢ଼ିଛନ୍ତି।
Odisha: ନିଟ୍ ୟୁଜିରେ ଆଲେନ୍ ଓଡ଼ିଶାର ସଫଳତା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।