Iran's trade infrastructure: ଇରାନର ବାଣିଜ୍ୟ ଭିତ୍ତିଭୂମି ଛାରଖାର: ପ୍ରବଳ ବୋମାମାଡ଼ରେ ବନ୍ଦର ନେଟ୍‌ୱର୍କ ଧ୍ୱଂସ

Jul 18, 2026 - 03:13
Iran's trade infrastructure: ଇରାନର ବାଣିଜ୍ୟ ଭିତ୍ତିଭୂମି ଛାରଖାର: ପ୍ରବଳ ବୋମାମାଡ଼ରେ ବନ୍ଦର ନେଟ୍‌ୱର୍କ ଧ୍ୱଂସ

"ଟେହେରାନ: ଆମେରିକାର ଶକ୍ତିଶାଳୀ ଏବଂ ସୁଚିନ୍ତିତ ବିମାନ ଆକ୍ରମଣ ଯୋଗୁଁ ଦକ୍ଷିଣ ଇରାନର ସମଗ୍ର ପରିବହନ ଓ ସାମୁଦ୍ରିକ ବାଣିଜ୍ୟ ଭିତ୍ତିଭୂମି ଛାରଖାର ହୋଇଯାଇଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକା ସେନା ପକ୍ଷରୁ କ୍ରମାଗତ ଷଷ୍ଠ ରାତି ପାଇଁ ଏହି ଭୀଷଣ ବୋମାମାଡ଼ କରାଯାଇଛି, ଯାହା ଇରାନ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ସାମୁଦ୍ରିକ କରିଡର୍‌ଗୁଡ଼ିକରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି।

ଇରାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ହୋସେନ୍ କେରମାନପୁର ସ୍ପଷ୍ଟ କରିଛନ୍ତି ଯେ ଚଳିତ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୮ରେ ପହଞ୍ଚିଛି ଏବଂ ୪୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

ଆମେରିକାର ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ରେ ଇରାନର ପ୍ରମୁଖ ଗଭୀର ସମୁଦ୍ର ବନ୍ଦର "ଚବାହାର୍"ର ମୁଖ୍ୟ ସାମୁଦ୍ରିକ ଟ୍ରାଫିକ୍ କଣ୍ଟ୍ରୋଲ୍ ଟାୱାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି।

ଇରାନର ସରକାରୀ ଗଣମାଧ୍ୟମ "ଇରନା" ଅନୁଯାୟୀ, ଏହି ଟାୱାରଟି କେବଳ ସାଧାରଣ ବାଣିଜ୍ୟିକ ଜାହାଜ ଚଳାଚଳ ଏବଂ ମତ୍ସ୍ୟଜୀବୀଙ୍କ ସୁରକ୍ଷା କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିଲା।

ଏହା ପୂର୍ବରୁ ଆମେରିକା ସେନା ନିକଟସ୍ଥ "ସିରିକ୍" ବନ୍ଦରର ମାଲବାହୀ ପ୍ରତିଷ୍ଠାନ ଏବଂ ସାଧାରଣ ମତ୍ସ୍ୟଜୀବୀ ଜେଟିଗୁଡ଼ିକୁ ମଧ୍ୟ ବୋମାମାଡ଼ କରି ନଷ୍ଟ କରିଦେଇଥିଲା।

Advertisment Rath Yatra: ରଥଯାତ୍ରାରେ "ବ୍ୟାଙ୍କ ଅଫ୍ ବରୋଦା "ର ସେବା ପ୍ରବଳ ବୋମାମାଡ଼ରେ  ବନ୍ଦର ନେଟ୍‌ୱର୍କ ଧ୍ୱଂସଚବାହାର୍ ବନ୍ଦରରେ ବ୍ୟାପକ କ୍ଷୟକ୍ଷତିମାଟିରେ ମିଶିଲା ୬ଟି ପ୍ରମୁଖ ସେତୁ ଆମେରିକୀୟ ବାୟୁସେନା ଉପକୂଳ ହରମୋଜଗାନ୍ ପ୍ରଦେଶର "ବନ୍ଦର ଖମୀର" ଅଞ୍ଚଳକୁ ସଂଯୋଗ କରୁଥିବା ୬ଟି ଗୁରୁତ୍ୱପୂର୍ଣ୍ଣ  ସେତୁକୁ ମିସାଇଲ୍ ମାଡ଼ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି।

ଏହି ସେତୁଗୁଡ଼ିକ ନଷ୍ଟ ହେବା ଫଳରେ ଇରାନର ମୁଖ୍ୟ ଭୂଖଣ୍ଡ ସହିତ ବାଣିଜ୍ୟିକ ସହର "ବନ୍ଦର ଅବାସ"ର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ଏବଂ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି।

ସେହିପରି ଶୁକ୍ରବାର ଭୋର ସମୟରେ "ଇରାନସହର" ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଏକ ଗ୍ୟାସ୍‌ ଟ୍ୟାଙ୍କର ବିସ୍ଫୋରଣ ହେବା ସହ ବିଦ୍ୟୁତ୍‌ ସବ୍-ଷ୍ଟେସନ୍‌ ନଷ୍ଟ ହୋଇଯାଇଛି, ଯାହାଫଳରେ ସମଗ୍ର ଅଞ୍ଚଳ ଅନ୍ଧାରରେ ବୁଡ଼ି ଯାଇଛି।

ବନ୍ଦର ଅବାସର ମୁଖ୍ୟ ରେଳ ଷ୍ଟେସନ୍‌ ଏବଂ ପାୱାର ଗ୍ରିଡ୍ ଉପରେ ବୋମାମାଡ଼ ଯୋଗୁଁ ଇରାନର ଅନେକ ଦକ୍ଷିଣ ଉପକୂଳ ସହରରେ ବିଦ୍ୟୁତ୍‌ ସେବା ବନ୍ଦ ହୋଇଯାଇଛି।

ଆମେରିକାର ସେଣ୍ଟ୍ରାଲ୍‌ କମାଣ୍ଡ ସ୍ପଷ୍ଟ କରିଛି ଯେ ଯୁଦ୍ଧଜାହାଜ, ଫାଇଟର୍ ଜେଟ୍ ଏବଂ ଡ୍ରୋନ୍ ସାହାଯ୍ୟରେ ଇରାନର ସାମରିକ ଯୋଗାଣ, ଉପକୂଳ ସୁରକ୍ଷା କେନ୍ଦ୍ର ଏବଂ ବାୟୁ ପ୍ରତିରକ୍ଷା ଘାଟିଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରାଯାଉଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସ୍ୱତନ୍ତ୍ର ସମ୍ବୋଧନରେ ଚେତାବନୀ ଦେଇ କହିଛନ୍ତି, ଯେପର୍ଯ୍ୟନ୍ତ ତେହେରାନ ହର୍ମୁଜ ପ୍ରଣାଳୀରୁ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରୁ ନିଜର ବେଆଇନ ସାମୁଦ୍ରିକ ଅବରୋଧ ନହଟାଇଛି, ସେପର୍ଯ୍ୟନ୍ତ ଇରାନର ସମସ୍ତ ପରିବହନ ଓ ବନ୍ଦର ଭିତ୍ତିଭୂମି ଉପରେ ଏଭଳି ଆକ୍ରମଣ ଜାରି ରହିବ।

ଅନ୍ୟପଟେ ସାଧାରଣ ସମ୍ପତ୍ତିକୁ ଧ୍ବଂସ କରିବା ଏକ "ଯୁଦ୍ଧ ଅପରାଧ" ବୋଲି କହି ଇରାନ ପକ୍ଷରୁ ବାହାରିନ, କୁଏତ, ସିରିଆ ଏବଂ କତରରେ ଥିବା ଆମେରିକୀୟ ସେନା ପ୍ରତିଷ୍ଠାନ ଉପରକୁ ଶତାଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି, ଯାହା ସମଗ୍ର ମଧ୍ୟ-ପ୍ରାଚ୍ୟରେ ହଇଚଇ ସୃଷ୍ଟି କରିଛି।

Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।