Rath Yatra: ରଥଯାତ୍ରାରେ ‘ବ୍ୟାଙ୍କ ଅଫ୍ ବରୋଦା ’ର ସେବା
"ଭୁବନେଶ୍ଵର: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ପୁରୀ ରଥଯାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସେବାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଓଡ଼ିଶା ପୁଲିସ ସହ ସମନ୍ବୟ ରକ୍ଷା କରି ପ୍ରମୁଖ ସ୍ଥାନଗୁଡିକରେ ବ୍ରାଣ୍ଡେଡ୍ ବ୍ୟାରିକେଡ୍ ସ୍ଥାପନ କରିଥିଲା, ଯାହା ଗହଳି ସୁପରିଚାଳନାରେ ସହାୟକ ହୋଇଥିଲା।
ଏଥିସହିତ ଭକ୍ତମାନଙ୍କୁ ଟୋପି ଓ ଛତା ବଣ୍ଟନ କରାଯାଇଥିଲା।
Advertisment ସେବା ଶିବିର ସ୍ଥାପନ କରାଯାଇ ଥଣ୍ଡା ପାଣି ଓ ଜଳଖିଆ ବଣ୍ଟନ ସହିତ ଯାତ୍ରୀମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ ସ୍ଥଳୀର ଆୟୋଜନ କରାଯାଇଥିଲା।
ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ତଥା ମହାପ୍ରବନ୍ଧକ ଶରତ କୁମାର ପାଣିଗ୍ରାହୀ, ଉପ-ମହାପ୍ରବନ୍ଧକ ଦେବୀ ପ୍ରସାଦ ମହାନ୍ତି ଏବଂ ଉପ-ମହାପ୍ରବନ୍ଧକ (ସି ଆଣ୍ଡ୍ ଏ) ରାକେଶ ଝା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭକ୍ତମାନଙ୍କ ସହ ଆଲୋଚନା କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।