12 SEPTEMBER 2026

Welcome!

Unlock your personalized experience.
Sign Up

Low BP in Children: ଜ୍ୱରରେ କମିପାରେ ପିଲାଙ୍କ ବିପି, ଜାଣନ୍ତୁ ତୁରନ୍ତ ବଞ୍ଚିବାର ଜରୁରୀ ଉପାୟ

Aug 28, 2026 - 15:46
Low BP in Children: ଜ୍ୱରରେ କମିପାରେ ପିଲାଙ୍କ ବିପି, ଜାଣନ୍ତୁ ତୁରନ୍ତ ବଞ୍ଚିବାର ଜରୁରୀ ଉପାୟ

ବଦଳୁଥିବା ଋତୁରେ ପିଲାଙ୍କୁ ଜ୍ୱର ଆସିବା ଏକ ସାଧାରଣ କଥା, କିନ୍ତୁ ଅନେକ ସମୟରେ ପ୍ରବଳ ଜ୍ୱର ସହିତ ପିଲାଙ୍କ ବ୍ଲଡ୍ ପ୍ରେସର ଅର୍ଥାତ୍ ବିପି ମଧ୍ୟ କମିବାକୁ ଲାଗେ, ଯାହା ବାପା-ମା'ଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥାଏ। ପ୍ରକୃତରେ ପ୍ରବଳ ଜ୍ୱର ଆସିଲେ ଶରୀରରୁ ଝାଳ ଜରିଆରେ ବହୁତ ପାଣି ବାହାରିଯାଏ, ଯାହା ଦ୍ୱାରା ଶରୀରରେ ପାଣିର ଅଭାବ ହୋଇଥାଏ। ଏହି ଡିହାଇଡ୍ରେସନ୍ ପିଲାଙ୍କଠାରେ ବିପି କମିବାର ସବୁଠାରୁ ବଡ଼ କାରଣ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ଯଦି ଜ୍ୱର କୌଣସି ଗମ୍ଭୀର ସଂକ୍ରମଣ (ଇନଫେକ୍ସନ୍) ଯୋଗୁଁ ଆସିଥାଏ, ତେବେ ମଧ୍ୟ ଶରୀରରେ ବିପି କମିବା ସମସ୍ୟା ଦେଖିବାକୁ ମିଳିପାରେ। ଏପରି ପରିସ୍ଥିତିରେ ଅନେକ ଲୋକ ବୁଝିପାରନ୍ତି ନାହିଁ ଯେ କ’ଣ କରିବେ। ଆସନ୍ତୁ ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା।

କେଉଁ ଲକ୍ଷଣରୁ ଚିହ୍ନଟ କରିବେ ଯେ ବିପି କମୁଛି

ପିଲାଙ୍କଠାରେ ବିପି କମିବାର କିଛି ବିଶେଷ ଲକ୍ଷଣ ଥାଏ, ଯାହାକୁ ଚିହ୍ନଟ କରିବା ବାପା-ମା'ଙ୍କ ପାଇଁ ଜରୁରୀ। ଯଦି ପିଲା ଅଳସୁଆ ହୋଇପଡ଼େ, ବାରମ୍ବାର ଶୋଇପଡ଼େ କିମ୍ବା ଠିକ୍ ଭାବରେ ଉତ୍ତର ଦେଇପାରେ ନାହିଁ, ତେବେ ଏହା ବିପି କମିବାର ସଙ୍କେତ ହୋଇପାରେ। ଏହା ବ୍ୟତୀତ ପିଲାର ହାତ-ପାଦ ଥଣ୍ଡା ପଡ଼ିଯିବା, ଚର୍ମର ରଙ୍ଗ ଫିକା ହଳଦିଆ ପଡ଼ିଯିବା, ନିଶ୍ୱାସ ପ୍ରଶ୍ୱାସ ଦ୍ରୁତ କିମ୍ବା ଅନିୟମିତ ହେବା ଏବଂ ମୁଣ୍ଡ ବୁଲାଇବା ଭଳି ଅଭିଯୋଗ ମଧ୍ୟ ଏହାର ଲକ୍ଷଣ ମଧ୍ୟରେ ସାମିଲ ଅଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ଓ ଭୂସ୍ଖଳନରେ ଗୋଟିଏ ପରିବାରର ୨୯ଜଣ ସଦସ୍ୟ ନିଖୋଜ

କେତେକ କ୍ଷେତ୍ରରେ ପିଲାକୁ ଝାଡ଼ା କିମ୍ବା ବାନ୍ତି ମଧ୍ୟ ହୋଇପାରେ, ଯାହା ଦ୍ୱାରା ଶରୀରରେ ପାଣିର ଅଭାବ ଆହୁରି ବଢ଼ିଯାଏ ଏବଂ ପରିସ୍ରା ମଧ୍ୟ କମ୍ ହୁଏ। ଯଦି ପିଲା ଅତ୍ୟନ୍ତ ଦୁର୍ବଳତା ଅନୁଭବ କରୁଥାଏ କିମ୍ବା କାନ୍ଦୁ କାନ୍ଦୁ ହଠାତ୍ ଶାନ୍ତ ହୋଇ ଅଳସୁଆ ପଡ଼ିଯାଏ, ତେବେ ଏହାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ, କାରଣ ଏହା ଗମ୍ଭୀର ପରିସ୍ଥିତିର ସଙ୍କେତ ହୋଇପାରେ।

ଜରୁରୀ ପଦକ୍ଷେପ

ଯଦି ଜ୍ୱର ସହିତ ପିଲାର ବିପି କମିବାକୁ ଲାଗେ, ତେବେ ସବୁଠାରୁ ପ୍ରଥମେ ବ୍ୟସ୍ତ ନହୋଇ ଶାନ୍ତ ରହି ସଠିକ୍ ପଦକ୍ଷେପ ନେବା ଜରୁରୀ। ପିଲାକୁ ଶୁଆଇ ଦିଅନ୍ତୁ ଏବଂ ତା'ର ଗୋଡ଼କୁ ଟିକିଏ ଉପରକୁ ଟେକି ରଖନ୍ତୁ, ଏହା ଦ୍ୱାରା ମସ୍ତିଷ୍କକୁ ରକ୍ତସଞ୍ଚାଳନ ଭଲ ହୋଇଥାଏ। ଏହା ସହିତ ପିଲାକୁ ଟିକିଏ ଟିକିଏ ସମୟ ବ୍ୟବଧାନରେ ଓଆର୍‌ଏସ୍‌, ପାଣି, ନଡ଼ିଆ ପାଣି କିମ୍ବା ଲୁଣ-ଚିନି ଘୋଳ ପିଆଉଥାନ୍ତୁ, ଯାହା ଦ୍ୱାରା ଶରୀରରେ ପାଣିର ଅଭାବ ପୂରଣ ହୋଇପାରିବ।

ଜ୍ୱର କମ୍ କରିବା ପାଇଁ ପିଲାର କପାଳ ଓ ଶରୀରରେ ହାଲୁକା ଉଷୁମ କିମ୍ବା ସାଧାରଣ ପାଣିରେ ଭିଜା କପଡ଼ା ରଖନ୍ତୁ, କିନ୍ତୁ ଅତ୍ୟଧିକ ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ। ପିଲାକୁ ଚିପା ପୋଷାକରୁ ମୁକ୍ତ ରଖନ୍ତୁ ଓ ତାକୁ ଖୋଲା ଓ ପବନ ଚଳାଚଳ ହେଉଥିବା ସ୍ଥାନରେ ରଖନ୍ତୁ। ଏହି ସବୁ ସହିତ ସବୁଠାରୁ ଜରୁରୀ କଥା ହେଉଛି ଯଦି ପିଲା ଅଳସୁଆ ପଡ଼ିଯାଉଥାଏ, ଅଚେତ ହେବା ଭଳି ଅବସ୍ଥାକୁ ଯାଉଥାଏ, ହାତ-ପାଦ ଥଣ୍ଡା ପଡ଼ିଯାଉଥାଏ କିମ୍ବା ନିଶ୍ୱାସ ଦ୍ରୁତ ହେଉଥାଏ, ତେବେ ଆଦୌ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ।

ଆହୁରି ପଢ଼ନ୍ତୁ: ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ବରଗଡ଼ରୁ ଦୁଇ ଜଣ ନିଖୋଜ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)