29 JUNE 2026

Welcome!

Unlock your personalized experience.
Sign Up

Rajasthan: ଜୟପୁରରେ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ୩ ମୃତ, ୧୨ ଆହତ

Jun 29, 2026 - 21:02
Rajasthan: ଜୟପୁରରେ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ୩ ମୃତ, ୧୨ ଆହତ

ଜୟପୁର: ଜୟପୁର‌ରେ ଆଜି ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ୨ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦାୟିତ୍ବରେ ଅବହେଳା ପାଇଁ ପୁଲିସ ଏହି ଘଟଣା‌ରେ ନିର୍ମାଣ କଣ୍ଟ୍ରାକ୍ଟର ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୃତକମାନେ ହେଉଛନ୍ତି ସବିତା (୪୨), ରିଙ୍କୁ (୩୨) ଓ ରାମଜୀଲାଲ (୨୮)। ଜୟପୁର-ଦିଲ୍ଲୀ ରାଜପଥ ପାର୍ଶ୍ବରେ ଆଜି ଆରାବଳୀ ପ୍ୟାଲେସ ରିସୋର୍ଟ‌ରେ ଶ୍ରମିକମାନେ ଏକ ମରାମତି କାମ କରୁଥିବାବେଳେ ଦୁର୍ଘଟଣା ହୋଇଥିଲା।

ଆହୁରି ପଢନ୍ତୁ :Lord Jagannath: ଦେବଗଡ଼ ପୁରୁଣାଗଡ଼ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

 ଉକ୍ତ ଘଟଣା ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଜୟପୁର ରୁରାଲ ଡିସିପି ହନୁମାନ ପ୍ରସାଦ ମୀନା କହିଛନ୍ତି, ତାଲାମୋଡ଼ର ଚନ୍ଦୱାଜୀ ଅଞ୍ଚଳରେ ଏକ କାନ୍ଥ ଭୁଶୁଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ସ୍ଥାନୀୟ ଲୋକ, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଉଦ୍ଧାର କରାଯାଇଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବିହାର ଗୟାର ଜଣେ ଶ୍ରମିକ ମମତା‌ କହିଛନ୍ତି, ଦୁର୍ଘଟଣା ଘଟିବା ସମୟରେ ନିର୍ମାଣ ସ୍ଥଳରେ ୨୧ ଜଣ ଶ୍ରମିକ ଥିଲେ।