Lord Jagannath: ସ୍ନାନବେଦୀରେ ହାତୀବେଶ: ଦର୍ଶନ କଲେ ଶ୍ରଦ୍ଧାଳୁ
"ବୌଦ୍ଧ (ଜ୍ଞାନ ରଥ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଦିନ ସାରା ବୌଦ୍ଧଗଡ଼ର ପ୍ରାଚୀନ ଜଗନ୍ନାଥ ମନ୍ଦିର ଚଳଚଂଚଳ ହୋଇପଡ଼ିଥିଲା।
ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧାମୂରତିଙ୍କୁ ସକାଳ ୮ଟାରେ ରନ୍ନମଣ୍ଡପରୁ ଧାଡ଼ି ପହଣ୍ଡିରେ ଅଣାଯାଇ ସ୍ନାନ ମଣ୍ଡପରେ ବିରାଜିତ କରାଯାଇଥିଲା।
ଏହାପରେ ନିକଟସ୍ଥ ମହାନଦୀ ଘାଟରୁ ୧୦୮ଗରା ଜଳ ସଂଗ୍ରହ କରି ଅଣାଯାଇଥିଲା।
Advertisment ସ୍ନାନବେଦୀରେ ଶ୍ରୀଜିଉଙ୍କ ଷୋଡ଼ଶ ପୂଜା ହେବା ପରେ ସକାଳ ୧୦ଟା ୧୫ମିନିଟ୍ରେ ମହାସ୍ନାନ ଆରମ୍ଭ ହୋଇଥିଲା।
ବିଧି ମୁତାବକ, ଶ୍ରୀଜଗନ୍ନାଥଙ୍କୁ ୪୪ଗରା, ଶ୍ରୀବଳଭଦ୍ରଙ୍କୁ ୩୩ଗରା ଏବଂ ମା" ସୁଭଦ୍ରାଙ୍କୁ ୩୧ଗରା (ମୋଟ ୧୦୮ଗରା) ସୁଗନ୍ଧିତ ଜଳରେ ମହାସ୍ନାନ କରାଯାଇଥିଲା।
Lord Jagannath: ନୂଆପଡ଼ା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅପରାହ୍ଣ ପ୍ରାୟ ୨ଟା ବେଳକୁ ଶ୍ରୀଜିଉ ଗଜ ବେଶ ଧାରଣ କରିଥିଲେ।
ଏହି ଦିବ୍ୟ ସ୍ବରୂପ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଭରି ରହିଥିଲା।
ରାତି ପ୍ରାୟ ୯ଟାରେ ଶ୍ରୀଜିଉ ଅଣସର ଘରକୁ ବିଜେ କରିଥିବା ସୂଚନା ମିଳିଛି।
ମୁଖ୍ୟ ପୂଜକ ଭାବେ ବିଭୁଦତ୍ତ ପଣ୍ଡାଙ୍କ ସହ ମାନସ କୁମାର ମିଶ୍ର, ଶଶାଙ୍କ ଶେଖର ମିଶ୍ର, ରଂଜିତ ହୋତା, ବିଶ୍ବଜିତ ମିଶ୍ର, ଦତ୍ତାତ୍ରେୟ ମିଶ୍ର ପ୍ରମୁଖ ଶ୍ରୀଜିଉଙ୍କ ନୀତିକାନ୍ତି ସମ୍ପାଦନ କରିଥିବା ବେଳେ ମନ୍ଦିର ପରିଚାଳନା କମିଟି ସଭାପତି ମୃତୁଞ୍ଜୟ ମିଶ୍ର କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ।
ମନ୍ଦିର ପରିସରରେ କେଉଟସାହି, ନୂଆ ସାହି, ପୋଡ଼ାପଡ଼ା କାଲେଶ୍ବର ସଙ୍କିର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ।
ତେବେ ଆଜି ସ୍ନାନ ଯାତ୍ରାରେ ଏକ ଭିନ୍ନ ପରମ୍ପରା ନଜରକୁ ଆସିଥିଲା।
ଶ୍ରୀକ୍ଷେତ୍ରରେ ସ୍ନାନବେଦୀରେ ଜଗନ୍ନାଥଙ୍କ ବାମପାର୍ଶ୍ବରେ ସୁଦର୍ଶନ ବିରାଜିତ ହେଉଥିବା ବେଳେ ଏଠାରେ କିନ୍ତୁ ଜଗନ୍ନାଥ ଏବଂ ମା" ସୁଭଦ୍ରାଙ୍କ ନିକଟରେ ସୁଦର୍ଶନ ବିଜେ କରିଥିଲେ।
"