Rajasthan: କୁଖ୍ୟାତ ଡକାୟତ ଜଗନ ଗୁର୍ଜରର ଆଜମେର ଜେଲ୍ରେ ମୃତ୍ୟୁ: ହତ୍ୟା ସନ୍ଦେହ କରୁଛି ପୁଲିସ
"ଆଜମେର: କୁଖ୍ୟାତ ଚମ୍ବଲ ଡକାୟତ ଜଗନ ଗୁର୍ଜର ରାଜସ୍ଥାନର ଉଚ୍ଚ ସୁରକ୍ଷାସମ୍ପନ୍ନ ଆଜମେର ଜେଲ୍ରେ ରହିଥିଲେ ସୁଦ୍ଧା ରବିବାର ସକାଳେ ତା"ର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି।
ଜଗନକୁ ହତ୍ୟା କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି।
ଏସ୍ପି ହର୍ଷବର୍ଦ୍ଧନ ଅଗ୍ରୱାଲ ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି।Advertisment ପୁଲିସ କହିଛି ଯେ ଜେଲ୍ ପ୍ରୋଟୋକଲ ଅନୁଯାୟୀ କଏଦୀମାନଙ୍କୁ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସେମାନଙ୍କ ବାରାକ୍ରେ ରଖାଯାଏ।
ତେବେ ଏକ ରୁଟିନ ଯାଞ୍ଚ ସମୟରେ ବାରାକ୍ ଖୋଲାଯିବା ପରେ ଜଗନ ମୃତ ଅବସ୍ଥାରେ ପଡ଼ିଥିବା କର୍ତ୍ତୃପକ୍ଷମାନେ ଦେଖିଥିଲେ।
ଜଗନ ସହ ଅନ୍ୟଜଣେ ମଧ୍ୟ ତା" ବାରାକ୍ରେ ଉପସ୍ଥିତ ଥିଲା।
ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି।
ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ କେଉଁ ପରିସ୍ଥିତିରେ ଜଗନର ମୃତ୍ୟୁ ହେଲା ସେନେଇ ତଦନ୍ତ ଚଳାଇଛି।
ଆହୁରି ପଢନ୍ତୁ : Lord Jagannath: ନୂଆପଡ଼ା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅଧିକାରୀମାନେ କହିଛନ୍ତି, ଜଗନ ଅନ୍ୟ ଏକ ହାଇ ପ୍ରୋଫାଇଲ୍ ହତ୍ୟା ମାମଲାରେ ଜେଲ୍ରେ ଥିବା ଜଣେ ଅଭିଯୁକ୍ତ ବିଷ୍ଣୁ ସହ ଗୋଟିଏ ବାରାକ୍ରେ ରହୁଥିଲା।ଉଲ୍ଲେଖଯୋଗ୍ୟ, ଜଗନ ହେଉଛି ଚମ୍ବଲର ଜଣେ କୁଖ୍ୟାତ ଡକାୟତ।
ତା" ବିରୋଧରେ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ହତ୍ୟା, ଡକାୟତି, ଦାଦାବଟି ଆଦାୟ, ଅପହରଣ ଓ ଅସ୍ତ୍ରଶସ୍ତ୍ର ଆଇନ ଅଧୀନରେ ଅପରାଧ ସମେତ ଶତାଧିକ ମାମଲା ଥିଲା।
୨୦୦୮ରେ ସେ ଗୁର୍ଜର ସଂରକ୍ଷଣ ଆନ୍ଦୋଳନକୁ ନେଇ ଚର୍ଚ୍ଚାକୁ ଆସିଥିଲା।
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପ୍ରାସାଦ ଉଡ଼ାଇଦେବାକୁ ଧମକ ଦେଇ ସେ ଚର୍ଚ୍ଚାକୁ ଆସିଥିଲା।
"