Lord Jagannath: ଧରାକୋଟଗଡ଼-ଖଲିକୋଟ-ଜରଡ଼ାରେ ଦେବସ୍ନାନ ପୂର୍ଣ୍ଣିମା
"ଧରାକୋଟ: ଗଂଜାମ ଜିଲ୍ଲା ଧରାକୋଟଗଡ଼ରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।
ଗତକାଲି ରାତିରେ ସେନାପଟା ଲାଗି ହୋଇଥିଲା।
ଆଜି ଭୋର୍ରୁ ଅନ୍ୟାନ୍ୟ ନୀତିକାନ୍ତି ପରେ ତିନି ଠାକୁରଙ୍କୁ ସ୍ନାନମଣ୍ଡପରେ ବିଜେ କରାଯାଇଥିଲା।
ନୂଆବସ୍ତ୍ର ପରିଧାନ ପରେ ସୁନାକୂଅରୁ ୧୦୮ ଗରାରେ ଜଳ ଆଣି ସ୍ନାନ ନୀତି ସଂପନ୍ନ କରାଯାଇଥିଲା।
ରାଜା ସୁଲକ୍ଷଣା ଗୀତାଞ୍ଜଳି ତିନି ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଇବା ସହ ଛେରାପହଁରା ଓ ଆଳତି ପ୍ରଦାନ କରିଥିଲେ।
Advertisment ଏହାପରେ ଶ୍ରୀଜିଉ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିଥିଲେ।
ତ୍ରିନାଥ ବଡ଼ପଣ୍ଡା, ସ୍ୱାଧୀନ ପଣ୍ଡା, ସାଗର ଶତପଥୀଙ୍କ ସମେତ ପୁଟୁ ଓ ନନ୍ଦିଗୋରର ସମସ୍ତ ପଣ୍ଡାମାନେ ନୀତି ସଂପନ୍ନ କରିଥିଲେ।
ଗୁମାସ୍ତା କାଳିଆ ବେହେରା, ଟହଲିଆ ଭଗବାନ ଗୌଡ଼ ଓ ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।
ଜାନିବିଲିର ରାଧାକୃଷ୍ଣ ମହିଳା ସଙ୍କୀର୍ତ୍ତନମଣ୍ଡଳୀ ହରିନାମ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ।
ଶହ ଶହ ଲୋକଙ୍କ ସମାଗମ ହୋଇଥିଲା।
ପାତ୍ରପୁର ବ୍ଲକ୍ ଜରଡ଼ାସ୍ଥିତ ପାର୍ଥସାରଥିଧାମରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଓ ଶ୍ରୀଜିଉଙ୍କ ଗଜାନନ ବେଶ ନୀତି ଆଧ୍ୟାତ୍ମିକମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
ଆନ୍ଧ୍ରପ୍ରଦେଶ ବାରୁଆ ନିକଟସ୍ଥ ମହୋଦଧିରୁ ଜଳ ଅଣାଯାଇଥିବା ବେଳେ ପୁରୋହିତ ଲଳିତମୋହନ ପଣ୍ଡାଙ୍କ ଦ୍ୱାରା ନୀତିକାନ୍ତି ସଂପନ୍ନ ହୋଇଥିଲା।
ପହଣ୍ଡି ପରେ ପୂଜକ ସେବକ, ସୁଆର ଓ ସୁପକାରମାନେ ୧୦୮ ଗରା ମହୋଦଧି ଜଳରେ ମହାପ୍ରଭୁଙ୍କ ସ୍ନାନନୀତି ସଂପନ୍ନ କରିଥିଲେ।
ପରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।
ସଂକୀର୍ତ୍ତନ ମଣ୍ଡଳୀ ଓ ପରିଚାଳନା କମିଟି ସଦସ୍ୟଗଣ ସହଯୋଗ କରିଥିବା ବେଳେ ବହୁସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି।
ମଧ୍ୟରାତ୍ରିରେ ସେଣାପଟା ଲାଗି ପରେ ତିନିଠାକୁରଙ୍କୁ ରତ୍ନବେଦିରୁ ପହଣ୍ଡି ବିଜେ କରି ସ୍ନାନବେଦିକୁ ଅଣାଯାଇଥିଲା।
ଭୋର ୫ଟାରେ ମଙ୍ଗଳଆଳତି, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ହୋଇଥିଲା।
ପରେ ମହାପ୍ରଭୁ ବଳଦେବଙ୍କୁ ୩୫ ଗରା, ଜଗନ୍ନାଥଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା।
ସନ୍ଧ୍ୟାରେ ଶ୍ରୀଜୀଉ ହାତୀବେଶରେ ଦର୍ଶନ ଦେଇଥିଲେ।
"