Uttarpradesh: ଉତ୍ତର ପ୍ରଦେଶରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ; ପ୍ରଶିକ୍ଷାର୍ଥୀ ପାଇଲଟ ଆହତ

Jun 29, 2026 - 21:23
Uttarpradesh: ଉତ୍ତର ପ୍ରଦେଶରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ; ପ୍ରଶିକ୍ଷାର୍ଥୀ ପାଇଲଟ ଆହତ

"ଲକ୍ଷ୍ନୌ: ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ସୋମବାର ଅପରାହ୍ଣରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼କୁ ଖସି ପଡ଼ିଛି।

ବିମାନ ଉଡ଼ାଉ ଥିବା ପ୍ରଶିକ୍ଷାର୍ଥୀ ପାଇଲଟ ଦୁର୍ଘଟଣାରେ ଆହତ ହୋଇଛନ୍ତି।

ବିମାନ ସେସନା ୧୫୨ କାସଗଞ୍ଜରେ ନିର୍ମାଣ କାର୍ଯ୍ୟ ଚାଲିଥିବା ରାସ୍ତା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଅପରାହ୍ଣ ୪ଟା ସମୟରେ ବିମାନଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିବା ସମୟରେ ଓଭରହେଡ୍‌ ବିଦ୍ୟୁତ ତାରରେ ଛନ୍ଦି ହୋଇଯାଇଥିଲା ।

ବିମାନରେ ପାଇଲଟଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ।

ପାଇଲଟ ସୁରକ୍ଷିତ ଅଛନ୍ତି ଓ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ ବୋଲି ଜଣାପଡ଼ିଛି।

ବିମାନଟି ଆଲିଗଡ଼ ସ୍ଥିତ ଚେତକ ଏଭିଏସନ୍ ଏକାଡେମୀର ଥିଲା।

ଡିଜିସିଏ ଏକ ବିବୃତିରେ କହିଛି ଯେ, ସେସନା ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ତାଲିମପ୍ରାପ୍ତ ପାଇଲଟ୍ ଏକାକୀ ଉଡ଼ାଣ କରୁଥିଲେ।

ଡିଜିସିଏ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

ପାଇଲଟ୍ ସୁରକ୍ଷିତ ଥିବା କୁହାଯାଇଛି।Advertisment "