Lord Jagannath: ଛତିଆ ଜଗନ୍ନାଥ ମନ୍ଦିର ସ୍ନାନବେଦିରେ ଶ୍ରୀଜିଉ
"ଛତିଆ: ପବିତ୍ର ସ୍ନାନପୂର୍ଣ୍ଣିମାରେ ଆଜି ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉଙ୍କୁ।
ସୁରୁଖୁରୁରେ ଚତୁର୍ଦ୍ଧାମୂରତିଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଛି।
ଯାଜପୁର ଜିଲ୍ଲା ଛତିଆ ଜଗନ୍ନାଥ ମନ୍ଦିର ସ୍ନାନଯାତ୍ରା ପାଇଁ ଆଜି ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା।
ଭୋରରୁ ପହୁଡ଼ ଫିଟିବା ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା।
ସକାଳ ୮ ଟାରେ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ଓ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ସ୍ନାନବେଦିଙ୍କୁ ଅଣାଯାଇଥିଲା।
Advertisment ଏଠାରେ ଠାକୁରଙ୍କ ବିଭିନ୍ନ ନୀତି କରାଯିବା ପରେ ଠାକୁରଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା।
ପରେ ରଥ କମିଟି ମୁଖ୍ୟ ପ୍ରଦୁମ୍ନ ଓଝା ଛେରା ପହଁରା କରିଥିଲେ।
ମଧ୍ୟାହ୍ନ ୧ଟାରେ ପହୁଡ଼ ପଡ଼ିଥିଲା।
ସନ୍ଧ୍ୟା ୬ଟାରେ ପହୁଡ଼ ଖୋଲିବା ପରେ ଠାକୁର ଗଜବେଶରେ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ।।
ସାହାଣମେଲା ଦର୍ଶନ ଶେଷ ହେବା ପରେ ରାତିରେ ଠାକୁରଙ୍କ ଗଜାନନ ବେଶ ଉଲାଗି କରାଯାଇଥିଲା।
ଆଜି ପାଗ ଭଲଥିବାରୁବହୁ ଶ୍ରଦ୍ଧାଳୁ ଠାକୁରଙ୍କ ଏହି ସ୍ନାନଯାତ୍ରାରେ ସାମିଲ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏଥିପାଇଁ ବୈରୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
Puri Jagannath: ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟକୁ ଗଲା ୩୮୦ କିଲୋ ବାସୁଙ୍ଗା ପାଟ "