Lord Jagannath: ବାଲିଶଙ୍କରାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Jun 29, 2026 - 23:01
Lord Jagannath: ବାଲିଶଙ୍କରାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

"ବାଲିଶଙ୍କରା: ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ବାଲିଶଙ୍କରା ରାମ ଜାନକୀ ଜଗନ୍ନାଥ ମନ୍ଦିରର ଦେବ ମଣ୍ଡପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ସୁଦର୍ଶନଙ୍କ ଦେବସ୍ନାନ ଉତ୍ସବ ପାଳିତ ହୋଇଯାଇଛି।

Advertisment ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂରତିଙ୍କୁ ବିରାଜମାନ କରାଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା।

ଏଥିରେ କର୍ତ୍ତା ରୂପେ ସୁଶୀଲ ବାଘ ଓ ତାଙ୍କ ସହଧର୍ମିଣୀ ଲିଲି ବାଘ ତୁଲାଇଥିବାବେଳେ ପୂଜକ ରୂପେ ଟଙ୍କଧର ପଣ୍ଡା ତୁଲାଇଥିଲେ।

ଏହି ଦେବଉତ୍ସବରେ ଜଗନ୍ନାଥ ମନ୍ଦିର କମିଟି ସଭାପତି ଅଶୋକ କୁମାର ସା, ଉପସଭାପତି ଦିଲୀପ ଓରାମଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମରୁ କୀର୍ତ୍ତନ୍ୟମଣ୍ଡଳୀ ଆସି ଏହି ଦେବସ୍ନାନ ଉତ୍ସବ ସମ୍ପାଦନ କରିଥିଲେ।

Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶ ଆରମ୍ଭ ଠାକୁରଙ୍କ ସ୍ନାନ ଉତ୍ସବକୁ ଦେଖିବା ପାଇଁ ଆଖପାଖର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।

ସ୍ନାନ ପରେ ୩ ଠାକୁରଙ୍କୁ ଅଣସର ଗୃହରେ ରଖାଯାଇଥିଲା।

ସେହିପରି ଧୁଡିନୂଆଗାଁ, ମହୁଲଗାଁ, ଗଇକନପାଲି, ଭାଟିପଡା, ଘୋଘର, ତେଲିଯୋର, ଭଣ୍ଡାରୀଶଙ୍କରା ଏପରି ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ୩ଠାକୁରଙ୍କ ଦେବସ୍ନାନ ଉତ୍ସବ ପାଳିତ ହୋଇଛି।

"