Loot: ବ୍ୟବସାୟୀଙ୍କ ଘରୁ ଲୁଟ୍: ୪ ଲକ୍ଷ ୫୦ ହଜାର ଟଙ୍କା ଓ ସୁନା ରୁପା ଲୁଟିନେଲେ ଦୁର୍ବୃତ୍ତ
"କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କଲେଜ ରୋଡରେ ରହୁଥିବା ବ୍ୟବସାୟୀ ଯୁଗଳ ଅଗ୍ରୱାଲଙ୍କ ଘରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପ୍ରାୟ ୪ ଲକ୍ଷ ୫୦ ହଜାର ନଗଦ ଟଙ୍କା, ୩ ଶହ ଗ୍ରାମ ରୁପା, ୧୫ ଗ୍ରାମ ସୁନା ଓ ଲାପଟପ ଆଦି ଲୁଟି ନେଇଛନ୍ତି।
ସେ ବାବା ଧାମ ଶିବଙ୍କ ପାଖରେ ଜଳ ଚଢ଼େଇବା ପାଇଁ ଗତ ୫/୬ ଦିନ ହେଲା ଯାଇଥିଲେ।
ଗତକାଲି ସେ ଘରକୁ ରାତି ୧ ଟାରେ ଫେରିବା ବେଳେ ତାଲା ଭଙ୍ଗା ହୋଇ ସବୁ ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ।Advertisment ଗତ କିଛି ଦିନ ମଧ୍ୟରେ ଦୁଇଟି ବଡ଼ ଚୋରି ପରେ ଏନେଇ ସେ କେସିଙ୍ଗା ପୁଲିସକୁ ଜଣାଇଥିଲେ।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
କେସିଙ୍ଗା ସହରରେ ଗତ କିଛି ଦିନ ମଧ୍ୟରେ ଦୁଇଟି ବଡ଼ ଚୋରି ହୋଇଥିବାବେଳେ ପୁଲିସ ତାର ଟେର୍ ପାଉ ନାହିଁ, ଯେଉଁଥି ଲାଗି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।
Harishankar: ଶ୍ରାବଣ ଦ୍ବିତୀୟ ସୋମବାର: ହରିଶଙ୍କର ପୀଠ ଚଳଚଞ୍ଚଳ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
