Loot: ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ବାଲିକପିଳେଶ୍ୱର ମନ୍ଦିରରୁ କଳା କନା ବୁଲାଇଲେ ଦୁର୍ବୁତ୍ତ

Nov 21, 2026 - 15:49
Loot: ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ବାଲିକପିଳେଶ୍ୱର ମନ୍ଦିରରୁ କଳା କନା ବୁଲାଇଲେ ଦୁର୍ବୁତ୍ତ

ରାମଚଣ୍ଡୀ: ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଧୀନ ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ୱର ମନ୍ଦିର ରୁ କଳା କନା ବୁଲାଇଲେ ଦୁର୍ବୃତ୍ତ।

ଗତ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ ୨ କେଜିରୁ ଉର୍ଦ୍ଧ ରୂପା ଅଳଙ୍କାର ସମେତ ମାଙ୍କର ସୁନାର କିରିଟି ସହିତ ହୁଣ୍ଡି ଭାଙ୍ଗି ନଗଦ ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି ଦୁର୍ବୁତ୍ତ।

ଘଟଣାସ୍ଥଳରେ ରାମଚଣ୍ଡୀ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ ପୁରୀ ଜିଲ୍ଲା ଗୋପ ବ୍ଲକ ତରକୋର ଓ ସୁତନ ପଞ୍ଚାୟତ ଅଧିନରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ବାଲିକପିଳେଶ୍ୱର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ଆସି ମନ୍ଦିରର ପ୍ରଥମେ ଗେଟ ତାଲା କଟରରେ କାଟିବା ସହ ମନ୍ଦିର ଭିତରେ ଦୁଇଟି ଗେଟ ତାଲା କାଟି ବାବା ବାଲିକପିଳେଶ୍ୱରଙ୍କର ରୁପା ମୁକୁଟ ସହ ହୁଣ୍ଡି ଭାଙ୍ଗି ପ୍ରାୟ ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିବା ପରେ ମା ପାର୍ବତୀଙ୍କ ସୁନା ଆଖି, ନୋଥ, ଆଖିପତା ନାସା, ମା'ଙ୍କ ଚିତା ସହ ମୁକୁଟ ଲୁଟି ଫେରାର ହୋଇଛନ୍ତି।

Advertisment ଆହୁରି ପଢନ୍ତୁ: HPV Vaccination: ଗର୍ଭାଶୟ ଗ୍ରୀବା କର୍କଟ ଲଢ଼େଇରେ ବଡ଼ ସଫଳତା: ନଅ ମାସରେ ଏକ କୋଟିରୁ ଅଧିକ ଏଚପିଭି ଟିକାକରଣ ସକାଳୁ ବାବାଙ୍କ ପୂଜକ ଭାସ୍କର ନାୟକ ଓ ମାନସ ପଣ୍ଡା ପହଞ୍ଚି ଦେଖିବାପରେ ତୁରନ୍ତ ମନ୍ଦିର ସଭାପତିଙ୍କୁ ସୂଚନା ଦେଇଥିଲେ।

ସଭାପତି ମନ୍ଦିରକୁ ଆସି ରାମଚଣ୍ଡୀ ଥାନାକୁ ତୁରନ୍ତ ଖବର ଦେବାପରେ ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ବାଳ ତୁରନ୍ତ ଘଟଣା ସ୍ଥଳରେ ୫ଜଣିଆ ଟିମ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମ ଡାକି ତଦନ୍ତ ଚଳାଇଛନ୍ତି।

ମନ୍ଦିରରୁ ପାଖାପାଖି ୨୦ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଜିନିଷପତ୍ର ସହ ନଗଦ ୩ଲକ୍ଷ ଟଙ୍କା ଚୋରି ହେବା ସୂଚନା ମିଳିଛି।

ମନ୍ଦିରରୁ କଳାକନା ବୁଲାଇବା ପୋଲିସ ପ୍ରଶାସନ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ରାମଚଣ୍ଡୀ ପୋଲିସ ମନ୍ଦିର ପଛପାର୍ଶ୍ୱରେ ଥିବା ପୋଖରୀରୁ ମନ୍ଦିରରୁ କଟା ଯାଇଥିବା ତାଲା ଦୁଇଟିକୁ ପୋଲିସ ଜବତ କରିଛି।

ଏଇ କିଛିଦିନ ଧରି ଅଞ୍ଚଳରେ ଥିବା ମଠ ମନ୍ଦିରକୁ ଦୁର୍ବୁତ୍ତ ମାନେ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି।

ଖୁବ୍ ଶୀଘ୍ର ମନ୍ଦିର ଚୋରିରେ ସଂପୃକ୍ତ ଥିବା ଦୁର୍ବୁତ୍ତମାନଙ୍କୁ ଧରାଯିବ ବୋଲି ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ବାଳ ପ୍ରକାଶ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)