Long live life: ଜୀବନ ଜିନ୍ଦାବାଦ୍‌: ଜୀବନ ନୁହେଁ, ବଦଳିଛି ଜୀବନର ଧାରା

Jun 14, 2026 - 08:39
Long live life: ଜୀବନ ଜିନ୍ଦାବାଦ୍‌: ଜୀବନ ନୁହେଁ, ବଦଳିଛି ଜୀବନର ଧାରା

"ଅସ୍ମିତା ମୋରେ ବୃତ୍ତିରେ ଜଣେ ପବ୍ଲିକ୍‌ ରିଲେସନ୍‌ ପ୍ରଫେସ୍‌ନାଲ୍‌, ଏକ୍‌ସ୍‌ପ୍ଲୋରର୍‌ ଓ ଟ୍ରାଭେଲର୍‌।

ପୁଣି ସେ ସ୍ବଭାବତଃ ଥିଲେ ଉଚ୍ଚାଭିଳାଷୀ ଓ ସ୍ବାଧୀନଚେତା।

ସେ ନିୟମିତ ବିଭିନ୍ନ ସ୍ଥାନ ଭ୍ରମଣ କରି ନୂଆ ନୂଆ ଲୋକଙ୍କୁ ଭେଟୁଥିଲେ।

ଖୁବ୍‌ ଆନନ୍ଦ ମିଳୁଥିଲା ବୃତ୍ତିରୁ।

ସମୟ ସବୁବେଳେ ସମାନ ଯାଏନାହିଁ।

୨୦୨୧ରେ ହଠାତ୍‌ ତାଙ୍କୁ ଲାଗିଲା, ସେ ଯେମିତି ଆଗ ଅପେକ୍ଷା ଅଧିକ କ୍ଳାନ୍ତ ବୋଧ କରୁଛନ୍ତି।

କେବେ କେବେ ଦେହହାତ ବଧିରା ଲାଗୁଛି, ଆଖିକୁ ଜାଲୁଜାଲୁଆ ଦିଶୁଛି ଓ ମଥା ବି ବେଳେ ବେ‌େଳ ଘୂରାଉଛି।

ସେ ଏଥିପ୍ରତି ବି‌ଶେଷ ଧ୍ୟାନ ନ ଦେଇ କାମରେ ମଜ୍ଜି ରହିଲେ।

କିନ୍ତୁ ୨୦୨୩ ବେଳକୁ ଅବସ୍ଥା ଅସମ୍ଭାଳ ହେବାରୁ ଡାକ୍ତରୀ ପରୀକ୍ଷା କରାଇ ଜାଣିଲେ ସେ ମଲ୍‌ଟିପ୍‌ଲ୍‌ ‌େସ୍କ୍ଲରୋସିସ୍‌ ଦ୍ବାରା ଆକ୍ରାନ୍ତ।Advertisment Book Released: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତା ପୁସ୍ତିକା ଲୋକାର୍ପିତ ଏଥିଯୋଗୁଁ କାର୍ଯ୍ୟାବଳି ଓ ବୃତ୍ତିଗତ ଜୀବନ କିଭଳି ପ୍ରଭାବିତ ହେବ ସେକଥା ଭାବି ଅସ୍ମିତାଙ୍କ ମନ ଭାରାକ୍ରାନ୍ତ ହୋଇଗଲା।

ଅଗତ୍ୟା ନ୍ୟୁରୋଲୋଜିଷ୍ଟ୍‌ଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଭର୍ତ୍ତିହେଲେ।

ଚିକିତ୍ସା ଦ୍ବାରା ରୋଗ କିଛିମାତ୍ରାରେ ଉପଶମ ହେଲା, କିନ୍ତୁ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ନାହିଁ।

ଏ ପରିସ୍ଥିତିରେ କେବଳ ଦୃଢ଼ ମନୋବଳ ହିଁ ତାଙ୍କୁ ସହାୟକ ହେଲା।

ଅବସ୍ଥା ଦେଖି ବ୍ୟବସ୍ଥା କଲା ଭଳି ସେ ତାଙ୍କୁ ସୁହାଇବା ଭଳି ଢଙ୍ଗରେ କ୍ରମଶଃ ସବୁକିଛି ପୁଣିଥରେ ଶିଖିଲେ।

ଅସୁସ୍ଥତା ସ‌େତ୍ତ୍ବ ଆଜି ଅସ୍ମିତା ପୂର୍ବବତ୍‌ ତାଙ୍କର କ୍ୟାରିୟର୍‌ ଓ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ମଲ୍‌ଟିପ୍‌ଲ୍‌ ‌େସ୍କ୍ଲରୋସିସ୍‌ ଏଭଳି ଗୋଟାଏ ଶାରୀରିକ ଅସୁସ୍ଥତା ଯେଉଁଥିରେ ରୋଗପ୍ରତିରୋଧକ ବ୍ୟବସ୍ଥା ସ୍ନାୟୁର ସୁରକ୍ଷା ଆବରଣ ଉପରେ ଆକ୍ରମଣ କରି ମସ୍ତିଷ୍କ ଓ ଶରୀର ମଧ୍ୟରେ ସଙ୍କେତ ଆତଯାତ ବେଗ ମନ୍ଥର କରିପକାଏ।

ଫଳସ୍ବରୂପ ଚାଲବୁଲ କରିବା, ନିରନ୍ତର ଚିନ୍ତା କରିବା ଓ ନିର୍ଦ୍ଦିଷ୍ଟ ସମୟାନୁସାରେ ନିତ୍ୟନୈମିତିକ କ୍ରିୟା ଭଳି ଦୈନନ୍ଦିନ କାର୍ଯ୍ୟ କରିବା ମନୁଷ୍ୟ ପକ୍ଷେ କଷ୍ଟକର ହୋଇପଡ଼େ।

୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଏ ବ୍ୟାଧିରେ ଆକ୍ରାନ୍ତ ହୋଇଥିବା ଅନେକ ବ୍ୟକ୍ତି ମନୋବଳ ଦୃଢ଼ କରି ଏ ରୋଗ ଉପରେ ବିଜୟ ଲାଭ କରିପାରୁଛନ୍ତି।

ପୁନଶ୍ଚ ସେମାନଙ୍କ କ୍ୟାରିୟର୍‌ ଆରମ୍ଭ କରୁଛନ୍ତି, ପରିବାର ଚଳାଉଛନ୍ତି ଓ ଭବିଷ୍ୟତ ଯୋଜନା ମଧ୍ୟ କରୁଛନ୍ତି।

ଅସ୍ମିତାଙ୍କ ଭଳି ଅଦିତି ମଧ୍ୟ ମଲ୍‌ଟିପ୍‌ଲ୍‌ ‌େସ୍କ୍ଲରୋସିସ୍‌କୁ ଜିତିଛନ୍ତି।

ଜଣେ ସଫଳ ଦନ୍ତଚିକିତ୍ସକ ହେବା ସହ ଅଦିତି ଠାକୁର ଜଣେ ସ୍ନେହୀ ମାଆ।

ପାରିବାରିକ ଜୀବନ ଓ ବୃତ୍ତିଗତ ଜୀବନର ବ୍ୟସ୍ତତା ଭିତରେ ଜୀବନ କଟୁଥିଲା।

ପ୍ରଥମେ ତାଙ୍କ ମଥା ଘୂରିଲା।

ଉପରକୁ ଉଠିଲେ ପଡ଼ିଗଲା ଭଳି ବୋଧହେଲା।

ଦେହସାରା ଛୁଞ୍ଚି ଫୋଡ଼ି ହେବା ପରି ଲାଗିଲା।

ଏହାକୁ ସେ ସାମୟିକ ଅସୁସ୍ଥତା ବିଚାରି ଗୁରୁତ୍ବ ଦେଲେନାହିଁ।

କିନ୍ତୁ, ଏ ଲକ୍ଷଣ ନ କମିଲାରୁ ଡାକ୍ତରୀ ପରୀକ୍ଷା କରାଇ ଜାଣିଲେ- ସେ ମଲ୍‌ଟିପ୍‌ଲ୍‌ ‌େସ୍କ୍ଲରୋସିସ୍‌ ଦ୍ବାରା ପୀଡ଼ିତ।

ସେ ମଧ୍ୟ ହଠାତ୍‌ ଅସ୍ଥିର ‌େହାଇପଡ଼ିଲେ।

ଏ ବ୍ୟାଧି ଯୋଗୁଁ ସେ ପୂର୍ବଭଳି ଚଳପ୍ରଚଳ କରିପାରିବେ ନା, ତାଙ୍କ ଅବଶିଷ୍ଟ ଜୀବନ ହ୍ବିଲ୍‌ଚେୟାର୍‌ରେ ବିତିବ!

ତାଙ୍କର ଗୋଟିଏ ଝିଅ।

ସେ ଆଉ ଗୋଟିଏ ପିଲାର ମାଆ ହେବାକୁ ଅଭିଳାଷୀ ଥିଲେ।

ଏ ଅବସ୍ଥାରେ ତାହା କି ସମ୍ଭବ?

ଚିକିତ୍ସା ଚାଲିଲା।

ମୁଣ୍ଡବୁଲା କମିଗଲା।

କିନ୍ତୁ, ସେ ଦ୍ବିତୀୟ ସନ୍ତାନର ମାଆ ହେବା ଅନୁଚିତ ବୋଲି ଡାକ୍ତର ପରାମର୍ଶ ଦେଲେ।

ଦବି ନ ଯାଇ ମନକୁ ଟାଣ କଲେ ସେ।

ପରିବାର ଲୋକଙ୍କ ସହଯୋଗ ଓ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅସୁସ୍ଥତା ଭିତରେ ବି ଜୀବନକୁ ସ୍ବାଭାବିକ କଲେ।

ଏବେ ସେ ଯଥାସାଧ୍ୟ ପୂର୍ବବତ୍‌ ଜୀବନଯାପନ କରୁଛନ୍ତି।

Lightning dead: ଭଦ୍ରକରେ ବଜ୍ରପାତ, ୨୫ ବର୍ଷରେ ୧୪୪ ମୃତ ଖୁବ୍‌ ସାନ ଥିବା ବେଳେ ମଲ୍‌ଟିପ୍‌ଲ୍‌ ‌େସ୍କ୍ଲରୋସିସ୍‌ ରାହୁଲ୍‌ଙ୍କ ଜୀବନଧାରା ବଦଳାଇ ଦେଲା।

ସେ ବିନା ଆଶ୍ରାରେ ଠିଆ ହୋଇ ପାରିଲେ ନାହିଁ କି, ଚାଲିପାରିଲେ ନାହିଁ।

ଛୋଟ ଛୋଟ କାମ ପାଇଁ ମଧ୍ୟ ତାଙ୍କର ସହାୟତା ଦରକାର ହେଲା।

ଆର୍ଥିକ ଅସ୍ବଚ୍ଛଳ ପରିବାରର ସନ୍ତାନ ରାହୁଲ୍‌ ଗୋଟାଏ ଏନ୍‌ଜିଓରେ କମ୍ପ୍ୟୁଟର୍‌ ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଥିଲେ।

ଏତାଦୃଶ ସ୍ବାସ୍ଥ୍ୟାବସ୍ଥା ତାଙ୍କ ଜୀବନକୁ ଦୁର୍ବିଷହ କରିପକାଇଲା।

ଦୀର୍ଘକାଳୀନ ଚିକିତ୍ସା ଓ ତତ୍ତ୍ବାବଧାନ ଥିଲା ତାଙ୍କ ନିମନ୍ତେ ବଡ଼ ଚ୍ୟାଲେଞ୍ଜ।

କିନ୍ତୁ, ତାଙ୍କ ପ୍ରତିବଦ୍ଧତା ଯୋଗୁଁ କ୍ରମଶଃ ପ୍ରତିବନ୍ଧକ ସବୁ ଦୂରେଇଗଲା।

ଚିକିତ୍ସା ଓ ପରାମର୍ଶ, ସ୍ବାସ୍ଥ୍ୟଗତ ପୁନର୍ବାସ ବ୍ୟବସ୍ଥା, ଆବେଗିକ ଦୃଢ଼ତା ଓ ମଲ୍‌ଟିପ୍‌ଲ୍‌ ‌େସ୍କ୍ଲରୋସିସ୍‌ ସୋସାଇଟି ଅଫ୍‌ ଇଣ୍ଡିଆ ଭଳି ସଂଗଠନର ସହାୟତା ଯୋଗୁଁ ରାହୁଲ୍‌ ଫେରିପାଇଲେ ଆତ୍ମବିଶ୍ବାସ ଓ ଆତ୍ମନିର୍ଭରଶୀଳତା।

ରାହୁଲ୍‌ କହନ୍ତି, ""ଅନ୍ୟମାନଙ୍କ ପରି ମୋ ଜୀବନ ସ୍ବାଭାବିକ ନୁହେଁ, କିନ୍ତୁ ମୁଁ ଜୀବନରେ କୌଣସି ଜିନିଷ ହରାଉନାହିଁ; ଈଶ୍ବରଙ୍କ କୃପାରୁ ମୁଁ ସବୁ କିଛି କରିପାରୁଛି।ମଲ୍‌ଟିପ୍‌ଲ୍‌ ‌େସ୍କ୍ଲରୋସିସ୍‌ ଜୀବନ ପଥ ବଦଳାଇ ଦେଇପାରେ, କିନ୍ତୁ କଦାପି ମାନବୀୟ ଉଚ୍ଛ୍ବାସ ହ୍ରାସ କରିପାରେ ନାହିଁ।"" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।