Rathkhala review: ରଥଖଳା: ତେର ପରସ୍ତ ପୋଟଳ କାର୍ଯ୍ୟ ଆରମ୍ଭ, ରଥଖଳା ବୁଲି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆର୍ଡିସି
"ପୁରୀ: ରଥ ନିର୍ମାଣ ୫୪ ଦିନରେ ପହଞ୍ଚିଛି।
ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ରଥ କାମ ଆରମ୍ଭ କରିଥିଲେ।
ଅଗ ଭୂଇଁ ତଥା ତୃତୀୟ ଭୂଇଁ ପୂର୍ବରୁ ସଂଯୋଗ ହୋଇ ସାରିଥିଲା।
ଏବେ ଏହା ଉପରେ ତେର ପରସ୍ତ ପୋଟଳ କାର୍ଯ୍ୟ ଆରମ୍ଭ ହୋଇଛି।
ତେର ପରସ୍ତ ମଧ୍ୟରୁ ୧ ପରସ୍ତ ପୋଟଳ ସଂଯୋଗ ହୋଇଛି।
ବାକି ବାର ପରସ୍ତ ପୋଟଳ ଓ ପାରାଭାଡ଼ିକୁ ମଶାଇ ନିର୍ମାଣ କାର୍ଯ୍ୟ ଜାରି ରହିବ।
ରଥ କାର୍ଯ୍ୟ ଚାଲିଥିବା ବେଳେ ଆଜି କେନ୍ଦ୍ରାଞ୍ଚଳ ଆର୍ଡିସି ସୁଧାଂଶୁ ମୋହନ ସାମଲ ରଥଖଳା ପରିଦର୍ଶନ କରିଛନ୍ତି।
ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଓ ଅନ୍ୟ ରଥ ନିର୍ମାଣକାରୀ ସେବକଙ୍କୁ ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ।Advertisment Book Released: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତା ପୁସ୍ତିକା ଲୋକାର୍ପିତ ଗତକାଲି ଆଗ ଆଣି ଓ ପଛ ଆଣି ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଥିଲା।
ଆଜି ରଥ ତ୍ରୟର କନକ ମୁଣ୍ଡି, ଅଁଳା ପିଣ୍ଡି, କଳସ ପିଣ୍ଡି ନିର୍ମାଣ ପାଇଁ ୪ଟି ଲେଖାଏଁ ଶିମିଳି କାଠ ଚଉପଟ କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ରୂପକାର ସେବକମାନେ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରି ବାକି ଥିବା ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିଛନ୍ତି।
ଗୋଟିଏ ଲେଖାଏଁ ଚାର ପରିଛାରେ ପଦ୍ମ ଫୁଲ ସହ ପଦ୍ମ କଢ଼ି, ଡାଳି ଓ ଲତା ଚିତ୍ର ଖୋଦେଇ କାର୍ଯ୍ୟ ଶେଷ କରିଛନ୍ତି।
ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ କଇଁଚି କଣ୍ଟା ସହ ନରାଜ କଣ୍ଟା ଓ ପୋଟଳ ନଡ଼ା କଣ୍ଟା ନିର୍ମାଣ କରୁଛନ୍ତି।
ଦୋଳବେଦିଠାରେ ପାହି ମହାରଣାମାନେ ଅଣସର ଏବଂ ରଥଯାତ୍ରାରେ ତିନି ରଥର ଠାକୁରଙ୍କ ବେଶ ପାଇଁ ବେଶ ଘୋଡ଼ିଆ, ଚାଙ୍ଗଡ଼ା ଷ୍ଟାଣ୍ଡ, ବାସୁଙ୍ଗା ପାଟ ଦଉଡ଼ି ବୋଳିବା ପାଇଁ ବାଉଁଶ କାଠି ନିର୍ମାଣ କରୁଛନ୍ତି।
ଚିତ୍ରକାର ସେବକମାନେ ତିନିରଥର ପାର୍ଶ୍ୱ ଦେବାଦେବୀ, ସଖୀ, ଓଲଟ ଶୁଆ ଓ ଶିଖର ଡମ୍ବରୁ ଆଦିର ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି।
BJD: ଓଡ଼ିଆ ଭାଷାର ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ ନବୀନ ପଟ୍ଟନାୟକ: ବିଜେଡି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।