Student's Death: ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଙ୍କ ମୃତ୍ୟୁ, ପ୍ରେମଜନିତ କାରଣରୁ ଆତ୍ମହତ୍ୟା ସନ୍ଦେହ

Jun 13, 2026 - 17:50
Student's Death: ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଙ୍କ ମୃତ୍ୟୁ, ପ୍ରେମଜନିତ କାରଣରୁ ଆତ୍ମହତ୍ୟା ସନ୍ଦେହ

"କୁତ୍ରା: କୁତ୍ରା ବ୍ଲକ୍ ଅର୍ନ୍ତଗତ ହୃଦାନନ୍ଦ ଦାନୀ ଶିଳ୍ପ ତାଲିମ କେନ୍ଦ୍ର, ବିରିଙ୍ଗାଟୋଲିର ଦ୍ବିତୀୟ ବର୍ଷର ଛାତ୍ର ସୋନୁ ଅଭିଷେକ ତନ୍ତି ଜୀବନ ହାରିଛନ୍ତି।

ତାଙ୍କ ଘର ଟାଙ୍ଗରଗାଁରେ।

ରାତିରେ ସନ୍ଦେହଜନକ ପରିସ୍ଥିତିରେ ଛାତରୁ ଡେଇଁ ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ମୃତ୍ୟୁର ପ୍ରକୃତ କାରଣକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।Advertisment ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ  ସୂଚନା ଅନୁଯାୟୀ, ଛାତ୍ରାବାସ ପରିସରରେ ସୋନୁ ଅଭିଷେକ ତନ୍ତି ଛାତରୁ ତଳକୁ ଡେଇଁ ପଡ଼ିଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ କୁତ୍ରା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିତଦନ୍ତଆରମ୍ଭ କରିଛନ୍ତି।

ପୁଲିସ ପକ୍ଷରୁ ଘଟଣାସ୍ଥଳରୁ ବିଭିନ୍ନ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଉଥିବାବେଳେ ମୃତ ଛାତ୍ରଙ୍କ ସହପାଠୀ ଓ ଅନ୍ୟ ସମ୍ପର୍କିତ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।

ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ଘଟଣା ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ତେବେ ପୁଲିସ କହିଛି ଯେ, ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଏହି ଦୁଃଖଦ ଘଟଣାରେ ଶିକ୍ଷାନୁଷ୍ଠାନ ପରିବେଶରେ ଶୋକର ଛାୟା ଖେଳିଯାଇଥିବାବେଳେ ମୃତ ଛାତ୍ରଙ୍କ ପରିବାର ଓ ସହପାଠୀମାନେ ଗଭୀର ମର୍ମାହତ ହୋଇଛନ୍ତି।

ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ:IPS officers: ଡିଜି ପଦ ପାଇଁ ଦୁଇ ଓଡ଼ିଆ ଆଇପିଏସ୍ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।