Local liquor factory: ଦେଶୀ ମଦଭାଟିରେ ଚଢ଼ଉ: ୧୨ହଜାର ଲିଟର ପୋଚ ନଷ୍ଟ ୧୨ଶହ ଲିଟର ମଦ ଜବତ

Jun 14, 2026 - 08:39
Local liquor factory: ଦେଶୀ ମଦଭାଟିରେ ଚଢ଼ଉ: ୧୨ହଜାର ଲିଟର ପୋଚ ନଷ୍ଟ ୧୨ଶହ ଲିଟର ମଦ ଜବତ

"ଭୁବନେଶ୍ବର: ରଜ ପୂର୍ବରୁ ଅବକାରୀ ବିଭାଗ ପକ୍ଷରୁ ସାଲିଆସାହିରେ ବଡ଼ଧରଣର ଚଢ଼ଉ କରାଯାଇଛି।

ବସ୍ତିର ପ୍ରାୟ ୫ଟି ଜାଗାରେ ଚଢ଼ଉ କରି ଅବକାରୀ ବିଭାଗ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ନଷ୍ଟ କରିଛି।

ଏହା ସହିତ ମିନି ଦେଶୀ ମଦଭାଟିକୁ ସିଲ୍ କରିଛି।

ଘଟଣାସ୍ଥଳରୁ ୨ଜଣ ମହିଳାଙ୍କ ସମେତ ୩ ନିଶାବେପାରୀଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସୁଲୋଚନା ସୋରେନ୍, ସୁକାନ୍ତି ହେମ୍ରମ୍ ଓ ରବୀନ୍ଦ୍ର ହେମ୍ରମ୍।

ଘଟଣାସ୍ଥଳରୁ ମଦ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ଓ ଏକ ବାଇକ୍ ଅବକାରୀ ଜବତ କରିଛି।

ବଡ଼ କଥା ହେଉଛି ଏହି ଦେଶୀ ମଦଭାଟି ଚଳାଇବା ପଛରେ ଗିରଫ ୨ ମହିଳା ନିଶା ମାଫିଆ ହିଁ ସୂତ୍ରଧର ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ଅପରପଟେ ଆଉ ଜଣେ ଦେଶୀ ମଦବେପାରୀ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛି।Advertisment Dharmendra Pradhan: ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ୩ଗିରଫ, ବାଇକ୍ ଜବତମଙ୍ଗ ଧରିଥିଲେ ମହିଳା ନିଶା ବେପାରୀ ସୂଚନାନୁସାରେ, ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ୨ଟି ସ୍ବତନ୍ତ୍ର ଟିମ୍ ପୂର୍ବାହ୍ଣ ପ୍ରାୟ ୯ଟାରେ ସାଲିଆସାହିରେ ଚଢ଼ଉ ଆରମ୍ଭ କରିଥିଲେ।

ପ୍ରଥମେ ସାଲିଆସାହିର ନୀଳଚକ୍ରନଗର ବସ୍ତି, ନୟାଗଡ଼ ବସ୍ତିର ଏକାଧିକ ସ୍ଥାନରେ ଚଢ଼ଉ କରିଥିଲେ।

ମାତ୍ର ପୂର୍ବ ସୂଚନା ପାଇ ନିଶାବେପାରୀମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।

ଏହା ପରେ ମଧ୍ୟାହ୍ନ ବେଳକୁ ଇଡ୍‌କୋ ବସ୍ତିରେ ଅବକାରୀ ବିଭାଗ ଚଢ଼ଉ ଆରମ୍ଭ କରିଥିଲା।

ସେଠାରେ ରବୀନ୍ଦ୍ର ହେମ୍ରମ୍‌ଙ୍କ ଘରେ ଚଢ଼ଉ ବେଳେ ୨ଟି ବନ୍ଦ ଘର ଠାବ କରିଥିଲା।

କବାଟ ଭାଙ୍ଗିବା ପରେ ଜଣାପଡ଼ିଥିଲା ଯେ ଏହି ଘରେ ଦେଶୀମଦ କାରଖାନା ଚାଲୁଥିଲା।

ରଜ ପାଇଁ ରାଜଧାନରୀ ବିଭିନ୍ନ ବସ୍ତି ଓ ଉପାନ୍ତ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀମଦ ବରାଦ ହୋଇଥିଲା।

ସେହି ଅନୁସାରେ, ସୁକାନ୍ତି ଓ ସୁଲୋଚନା ଏକ ମଦ ଭାଟି ତିଆରି ପ୍ରାୟ ୧୨ହଜାର ଲିଟରରୁ ଅଧିକ ପୋଚ ମହଜୁଦ ରଖିଥିଲେ।

ବିଳମ୍ବିତ ରାତିରେ ସେ ସବୁକୁ ରନ୍ଧାଯାଇ ଦେଶୀ ମଦ ପ୍ରସ୍ତୁତ କରାଯାଇଥା"ନ୍ତା।

ପରେ ବିିଭିନ୍ନ ବସ୍ତିକୁ ପଠାଯାଇଥା"ନ୍ତା।

ଏହି କ୍ରମରେ ପ୍ରସ୍ତୁତ ହୋଇଥିବା ୧୨ଶହ ଲିଟରରୁ ଅଧିକ ଦେଶୀ ମଦକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି।

BJD: ଓଡ଼ିଆ ଭାଷାର ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ ନବୀନ ପଟ୍ଟନାୟକ: ବିଜେଡି ମଦ ଫ୍ୟାକ୍ଟ୍ରିରେ ବୁଲ୍‌ଡୋଜର୍ ବୁଲିବଅବକାରୀ ବିଭାଗ ଡିଏସ୍‌ପି ରାଜଶେଖର ସ୍ବାଇଁ କହିଛନ୍ତି, ଯେ ସରକାରୀ ଜାଗା ଜବରଦଖଲ କରି ରହିବା ଆଳରେ କିଛି ନିଶାମାଫିଆ ବସ୍ତିରେ ମଦ ଭାଟି କରିଥିଲେ।

ତେଣୁ ଇଡ୍‌କୋ ବସ୍ତିରେ ଠାବ ହୋଇଥିବା ଏହି ଦେଶୀ ମଦଭାଟିକୁ ଏବେ ସିଲ୍ କରାଯାଇଛି।

ରଜ ପାଇଁ ଏବେ ରାଜଧାନୀରେ ଉଚ୍ଛେଦ କାମ ବନ୍ଦ ରହିଛି।

ରଜ ପରେ ବିଭାଗୀୟ କର୍ତ୍ତୃପକ୍ଷ ଏହି ମଦଭାଟିକୁ ଉଚ୍ଛେଦ ପାଇଁ ବିଡିଏ ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଚିଠି ଲେଖିବେ।

ଏହା ପରେ  ଦେଶୀ ମଦଭାଟି ସମେତ ଏହି ଘରକୁ ମଧ୍ୟ ଉଚ୍ଛେଦ କରାଯିବ ବୋଲି ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।