Livestock Inspector arrested ଲାଇଭ୍‌ ଷ୍ଟ୍‌କ ନିରୀକ୍ଷକଙ୍କ ଘରୁ ବାହାରିଲା ବିପୁଳ ଟଙ୍କା

Jun 26, 2026 - 20:25
Livestock Inspector arrested ଲାଇଭ୍‌ ଷ୍ଟ୍‌କ ନିରୀକ୍ଷକଙ୍କ ଘରୁ ବାହାରିଲା ବିପୁଳ ଟଙ୍କା

"ଭୁବନେଶ୍ବର: ୮୦ହଜାର ଟଙ୍କା ହାତଗୁଞ୍ଜା ନେଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ (ସିଡିଭିଓ) ଅଧୀନ ରାଇଗଡ଼ର ଲାଇଭ୍‌ଷ୍ଟକ୍‌ ନିରୀକ୍ଷକ (ଏଲ୍‌ଆଇ) ପ୍ରଫୁଲ୍ଲ ହାଲ୍‌ଦାର ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ଟିମ୍‌ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି।

ଏହାପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ଏଲ୍‌ଆଇଙ୍କ ବାସ ଭବନରେ ଚଢ଼ାଉ କରି ଭିଜିଲାନ୍‌ସ ଟିମ୍‌ ଚକିତ ହୋଇଯାଇଛି।

ଘରୁ ପୁଳାପୁଳା ନଗଦ ଟଙ୍କା ଜବତ କରାଯାଇଛି।

Advertisment ଭିଜିଲାନ୍‌ସ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ରିହାତି ଟଙ୍କା ‌ପ୍ରଦାନ କରିବାକୁ ହିତାଧିକାରୀଙ୍କ ଦୌଡ଼ାଉଥିଲେ।

ତେବେ ଏହା ପଛରେ ଏଲ୍‌ଆଇ ହାଲଦାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିଲା।

ଶେଷରେ ମୁହଁ ଖୋଲି ୮୦ହଜାର ଟଙ୍କା ହାତଗୁଞ୍ଜା ଦେଲେ ରିହାତି ଅର୍ଥ ରିଲିଜ୍‌ କରିବେ ବୋଲି କହିଥିଲେ।

କେବଳ ଏହା ନୁହେଁ, ଏହି ଅର୍ଥ ନଦେଲେ ସେମାନଙ୍କ ସବ୍‌ସିଡ ଟଙ୍କା ବନ୍ଦ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।

ଏନେଇ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

ଆଜି ଏହି ଟଙ୍କା ହିତାଧିକାରୀଙ୍କ ଠାରୁ ଗ୍ରହଣ କରିବା ବେଳେ ପୂର୍ବ ଯୋଜନାନୁସାରେ ଛପିଥିବା ଭିଜିଲାନ୍‌ସ ଟିମ୍‌ ଏଲ୍‌ଆଇଙ୍କୁ ରଙ୍ଗେହାତ ଧରିଥିଲା।

ଏହାପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ଏଲ୍‌ଆଇଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ରାଇଗଡ଼ର ବାସଭବନରୁ ୮ଲକ୍ଷ ୨୪ ହଜାର ଟଙ୍କା ନଗଦ ଜବତ ହୋଇଥିଲା।

ଏନେଇ ହାଲ୍‌ଦାରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଓ ବିଏନ୍‌ଏସ୍‌ର ଧାରାରେ ୧୩/୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି।

ଦୁର୍ନୀତିର ପରବର୍ତ୍ତୀ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

"