Liverpool FC: ଲିଭରପୁଲ୍ ଏଫ୍ସିର ୩୦ ପ୍ରତିଶତ ଅଂଶୋଧନ କିଣିବେ ବ୍ରିଟିସ୍-ଭାରତୀୟ ଉଦ୍ୟୋଗୀ ଅମିତ ଭାଟିଆ
ଲଣ୍ଡନ : ଭାରତୀୟ ଇସ୍ପାତ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲଙ୍କ ଜାମାତା ବ୍ରିଟିଶ-ଭାରତୀୟ ଉଦ୍ୟୋଗୀ ଅମିତ ଭାଟିଆଙ୍କ ନେତୃତ୍ୱାଧୀନ ଏକ କନସୋର୍ଟିୟମ ପ୍ରାୟ ୧.୭ ବିଲିୟନ୍ ୟୁରୋ ବା ଭରତୀୟ ମୁଦ୍ରା ୧୮,୬୧୫ କୋଟି ଟଙ୍କାରେ ଲିଭରପୁଲ ଏଫ୍ସି ୩୦ ପ୍ରତିଶତ ଅଂଶୋଧନ କିଣିବ । ଲିଭରପୁଲ ଏଫ୍ସି ମାଲିକ ଫେନ୍ୱେ ସ୍ପୋର୍ଟ୍ସ ଗ୍ରୁପ୍ (ଏଫ୍ଏସ୍ଜି) ୨୦୧୦ରେ ୩୦୦ ମିଲିୟନ୍ ୟୁରୋ (ପ୍ରାୟ ୩୨୮୫ କୋଟି ଟଙ୍କା)ରେ କ୍ଲବ୍କୁ କିଣିଥିଲା । ଏହାର କିଛି ସେୟାର ବିକ୍ରି କରିବା ଲାଗି ‘୧୮୯୨ ହୋଲ୍ଡିଂ’ କମ୍ପାନି ସହ ଚୁକ୍ତି ହୋଇଛି ।
Airport Firing: ବାରାଣସୀ ବିମାନବନ୍ଦରରେ ପିସ୍ତଲ ଯାଞ୍ଚ୍ ବେଳେ ଫୁଟିଲା ଗୁଳି: ୨ ଆହତ
ଲିଭରପୁଲ୍ ଏଫ୍ସି ପ୍ରତିଷ୍ଠା ବର୍ଷ (୧୮୯୨) ନାଁରେ ହୋଇଥିବା କମ୍ପାନିର ନେତୃତ୍ବ ଅମିତ ନେଉଛନ୍ତି । ଏହି କନସୋର୍ଟିୟମ୍ରେ ଭାଟିଆ ଓ ମିତ୍ତଲ ପରିବାର ଟ୍ରଷ୍ଟ ସହ ଆମଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ କେ୫ ସ୍ପୋର୍ଟ୍ସ, ଫେସ୍ବୁକ୍ ସହପ୍ରତିଷ୍ଠାତା ଏଡୁଆର୍ଡୋ ସାଭେରିନ୍ ଓ ତାଙ୍କ ପତ୍ନୀ ଇଲାଇନ୍ଙ୍କ ପାରିବାରିକ ଅଫିସ୍ ଇଇ କ୍ୟାପିଟାଲ୍ ନିବେଶ କରିଛନ୍ତି । ଏଫ୍ଏସ୍ଜି ବିଶ୍ବର ଚତୁର୍ଥ ସର୍ବାଧିକ ମୂଲ୍ୟବାନ ଫୁଟ୍ବଲ୍ କ୍ଲବ୍ ଲିଭରପୁଲ୍ ଏଫ୍ସରି ଅଧିକାଂଶ ସେୟାର ପାଖରେ ରଖିବା ସହ ଏହାର ପରିଚାଳନା ନିଜ ନିୟନ୍ତ୍ରଣ ରଖିବ । ନୂଆ ନିବେଶ ଚୁକ୍ତି ହେବା ପରେ କୁଇନ୍ସ ପାର୍କ ରେଞ୍ଜର୍ସର ପୂର୍ବତନ ନିର୍ଦେଶକ ଅମିତ ଲିଭରପୁଲର ନୂଆ ଉପାଧ୍ୟକ୍ଷ ହେବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
