Liquor tragedy: ଗୁଜରାଟ ବିଷାକ୍ତ ମଦଜନିତ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଲା
"ଅହମଦାବାଦ: ଗୁଜରାଟର ଭାବନଗର ଜିଲ୍ଲାରେ ବିଷାକ୍ତ ମଦ ପିିଇବା ଯୋଗୁଁ ରବିବାର ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଛି।
ରବିବାର ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।
ମୁକେଶ ଦାମୋର (୩୬) ଓ ଭାର୍ଗବ ଉପାଧ୍ୟାୟ (୪୨)ଙ୍କ ସମେତ ଗତ ଦୁଇ ଦିନ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି।Advertisment ଦାମୋର ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଉପାଧ୍ୟାୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଏବେବି ତିନି ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଅତି କମ୍ରେ ୬୭ ଜଣ ଲୋକ ମିଥାନଲ ନାମକ ଅତ୍ୟନ୍ତ ବିଷାକ୍ତ ପଦାର୍ଥ ଥିବା ମଦ ପିଇଥିଲେ।
ତେବେ ଏହି ମଦ ପିଇଥିବା ଅନ୍ୟ ୨୪ ଜଣଙ୍କର ଡାକ୍ତରୀ ପରୀକ୍ଷାପରେ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଜଣେ ଅଧିକାରୀ କହିଛନ୍ତି।
ଗୁଜରାଟରେ ମଦ ଉତ୍ପାଦନ, ବିକ୍ରି ଓ ପିଇବା ମନା ହୋଇଥିଲେ ମଧ୍ୟ ଭାରତରେ ପ୍ରସ୍ତୁତ ବିଦେଶୀ ମଦ ପିଇବା ପରେ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।
ଏହି ମାମଲାରେ ପୁଲିସ ୨୧ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଗିରଫ କରିଛି।
ଗୁରୁବାର ଏକ ସ୍ଥାନୀୟ କୋର୍ଟ ଗିରଫ ଅଭିଯୁକ୍ତଙ୍କୁ ୧୦ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଥିଲେ।
ଫରେନସିକ୍ ସାଇନ୍ସ ଲାବୋରେଟୋରୀ ରିପୋର୍ଟ ଅନୁଯାୟୀ ମଦରେ ୩୮.୫୯ ପ୍ରତିଶତ ମିଥାନଲ ଥିବାବେଳେ ୦.୯୪ ପ୍ରତିଶତ ଇଥାନଲ ରହିଥିଲା।
Dead: ମଦମୁକ୍ତ ରାଜ୍ୟ ଗୁଜରାଟରେ ବିଷାକ୍ତ ମଦ ପିଇ ୭ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

