AI: ଏଆଇ ଚାକିରି ନେଉଛି କମ୍‌, ଦେଉଛି ଅଧିକ: ନୋମୁରା ରିପୋର୍ଟ

Aug 23, 2026 - 17:07
AI: ଏଆଇ ଚାକିରି ନେଉଛି କମ୍‌, ଦେଉଛି ଅଧିକ: ନୋମୁରା ରିପୋର୍ଟ

"ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭାରତରେ ବର୍ତ୍ତମାନ କମ୍‌ ସଂଖ୍ୟକ ଚାକିରି ନେଉଛି ଏବଂ ଅଧିକ ସଂଖ୍ୟକ ଚାକିରି ସୃଷ୍ଟି କରୁଛି।

କିନ୍ତୁ ପ୍ରବେଶ ସ୍ତରରେ କମ୍ପାନିଗୁଡ଼ିକ କମ୍‌ ନିଯୁକ୍ତି ଦେଉଛନ୍ତି ବୋଲି ନୋମୁରା ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଜଣାଯାଇଛି।

ଏଆଇ ଯୋଗୁଁ ଏସିଆର ଶ୍ରମ ବଜାରରେ ଯେଉଁ ଅସୁବିଧା ଦେଖାଦେଇଛି ସେଥିରେ ଭାରତ ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି।

ଭାରତରେ ଶ୍ରମଶକ୍ତି ବହୁ ଅଧିକ ରହିଛନ୍ତି।

ଏଥିସହିତ ବିଶ୍ବର ବ୍ୟାକ୍‌ ଅଫିସ୍‌ ଓ ଆଇଟି ସେବା କେନ୍ଦ୍ର ଭାବେ ଭାରତ କାର୍ଯ୍ୟ କରୁଛି। ‌ନୋମୁରା ପକ୍ଷରୁ ୨୦୨୨ ରୁ ୨୦୨୬ ଅଗଷ୍ଟ ମଧ୍ୟରେ ଏସିଆର ୬୯ଟି କମ୍ପାନିର ତଥ୍ୟ ବିଶ୍ଳେଷଣ କରାଯାଇଛି।

ସେଥିରୁ ଜଣାଯାଇଛି ଯେ ୧,୩୧,୦୦୦ ଏଆଇ ସମ୍ପର୍କିତ ନିଯୁକ୍ତି ସୃଷ୍ଟି ହୋଇଥିବାବେଳେ ୬୧ ହଜାର ନିଯୁକ୍ତି ହରାଇବାକୁ ପଡ଼ିଛି।

ଏଆଇ ସଂପର୍କିତ ନିଯୁକ୍ତିର ସକାରାତ୍ମକ ପ୍ରଭାବ ଭାରତ ସମେତ ଚୀନ ଓ ଫିଲିପାଇନ୍ସରେ ଦେଖିବାକୁ ମିଳିଛି।Advertisment ଏଆଇ ପାଇଁ ଯେଉଁ ଚାକିରି ସୃଷ୍ଟି ହୋଇଛି ସେସବୁ ଚାକିରି ଏଆଇ ନେଇନାହିଁ।

ତେବେ ଏଆଇ ପାଇଁ ପ୍ରାରମ୍ଭିକ ସ୍ତରର ନିଯୁକ୍ତି ସଙ୍କୁଚିତ ହୋଇଛି।

ଏହା ହିଁ ଚାକିରି ଆଶାୟୀ ଯୁବପିଢ଼ୀଙ୍କ ପାଇଁ ଚିନ୍ତାର ବିଷୟ।

ଇଣ୍ଡିଆନ୍‌ କାଉନସିଲ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍ସ ପକ୍ଷରୁ ଭାରତରେ ୬୫୧ଟି ଆଇଟି କମ୍ପାନିକୁ ନେଇ ହୋଇଥିବା ସର୍ଭେରୁ ଜଣାଯାଇଛି ଯେ ୫୫ ପ୍ରତିଶତ କମ୍ପାନିରେ ପ୍ରବେଶ ସ୍ତରରେ ନିଯୁକ୍ତି କମିଛି।

ବରିଷ୍ଠ କର୍ମଚାରୀ ସ୍ତରରେ କେବଳ ୧୪ ପ୍ରତିଶତ କମ୍ପାନିରେ ନିଯୁକ୍ତି ସଙ୍କୁଚିତ ହୋଇଛି।

ଆହୁରି ପଢନ୍ତୁ : Dead: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଭାରତରେ ଏଆଇ ପାଇଁ ଛଟେଇ ନିରବରେ ହେଉଛି।

କମ୍ପାନିଗୁଡ଼ିକ ବହୁସଂଖ୍ୟାରେ କର୍ମଚାରୀ ଛଟେଇ କରିବା ପରିବର୍ତ୍ତେ ଏଆଇ ବ୍ୟବହାର କରି କମ୍‌ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଦେଉଛନ୍ତି।

ଏକ୍ସଫେନୋ ନାମକ ସଂସ୍ଥାର ଆକଳନ ଅନୁଯାୟୀ, ଭାରତରେ ଆଇଟି କ୍ଷେତ୍ରରେ ନେଟ୍‌ ନିଯୁକ୍ତି ୨୦୨୧-୨୨ରେ ୬ ଲକ୍ଷ ରହିଥିଲା।

୨୦୨୫-୨୬ରେ ଏହା ୧,୪୦,୦୦୦କୁ ହ୍ରାସ ପାଇଛି।

କ୍ୟାମ୍ପସ ନିଯୁକ୍ତି ହ୍ରାସ ଏହାର ଏକ କାରଣ ବୋଲି କୁହାଯାଇଛି।

ଅଧିକ ସଂଖ୍ୟାରେ ଛଟେଇ ପରିବର୍ତ୍ତେ ନିଯୁକ୍ତି ସଂଖ୍ୟା ହ୍ରାସ କରିଦେବାକୁ ସାଇଲେଣ୍ଟ ଫାୟାରିଂ କୁହାଯାଉଛି।ନୋମୁରାର ହିସାବ ଅନୁଯାୟୀ, ଆର୍ଥିକ ସେବା ଓ ପ୍ରଯୁକ୍ତି କ୍ଷେତ୍ରରେ ଏଆଇ ସମ୍ପର୍କିତ ଛଟେଇ ଅଧିକ ହେଉଛି।

ଆର୍ଥିକ ସେବା କ୍ଷେତ୍ରରେ ଏହା ପ୍ରାୟ ୫୮ ପ୍ରତିଶତ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ୩୦ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ଯେଉଁସବୁ ଚାକିରି ବିପଦରେ ରହିଛି ତାହା ହେଲା ନିୟମିତ କିମ୍ବା କମ୍‌ ଦକ୍ଷତା ଆବଶ୍ୟକ ଥିବା ଚାକିରି।

ପ୍ରତ୍ୟକ୍ଷ ଉପସ୍ଥିତି କିମ୍ବା ଅଧିକ ବ୍ୟକ୍ତିଗତ ସମ୍ପର୍କ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକ କମ୍‌ ପ୍ରଭାବିତ ହୋଇଛି।

ଏଆଇ ଦ୍ବାରା ଯେଉଁ ନିଯୁକ୍ତି ସୃଷ୍ଟି ହେଉଛି ସେଥିରୁ ୯୦ ପ୍ରତିଶତରୁ ଅଧିକ ନିଯୁକ୍ତି ପ୍ରଯୁକ୍ତି କ୍ଷେତ୍ରରେ ହେଉଛି।

ଆହୁରି ପଢନ୍ତୁ : Liquor tragedy: ଗୁଜରାଟ ବିଷାକ୍ତ ମଦଜନିତ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଲା ତେବେ ଭାରତରେ ଆଇଟି ସେବା ଏବଂ ବିଜନେସ୍‌ ପ୍ରୋସେସ୍‌ ଆଉଟସୋର୍ସିଂ ଏକ ବଡ଼ ଶିଳ୍ପ।

ଏସବୁ ଶିଳ୍ପରେ ହେଉଥିବା କାର୍ଯ୍ୟଗୁଡ଼ିକ ଏଆଇ ଦ୍ବାରା ପରିଚାଳିତ ହେବା ସହଜ।

ଏଥିପାଇଁ କେତେକ ପାରମ୍ପରିକ ପ୍ରାରମ୍ଭିକ ସ୍ତରର ପଦବି ଏବଂ ବ୍ୟାକ୍‌ ଅଫିସ୍‌ ଚାକିରି ପ୍ରତି ବିପଦ ରହିଛି।

ଅନ୍ୟପକ୍ଷରେ ଏଆଇ ଦ୍ବାରା ଯେଉଁ ନୂଆ ଆବଶ୍ୟକତା ସୃଷ୍ଟି ହେଉଛି ତାହାର ସୁଯୋଗ ଭାରତର ଇଞ୍ଜିନିୟରଂ ଓ ପ୍ରଯୁକ୍ତି କ୍ଷେତ୍ରର ପ୍ରତିଭାମାନେ ନେଇପାରିବେ।

ବର୍ତ୍ତମାନ ସୁଦ୍ଧା ଏଆଇ ଭାରତରେ ଯେତିକି ଚାକିରି ନେଇଛି ତାଠାରୁ ଅଧିକ ଚାକିରି ଦେଇଛି।

କିନ୍ତୁ ପରବର୍ତ୍ତୀ ସମୟରେ କଣ ହେବ ଏହା ଆମକୁ କିଛି କହି ନପାରେ ବୋଲି ନୋମୁରା କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)