Liquor Shop Tenders ମଦ ଦୋକାନ ଟେଣ୍ଡର ରଦ୍ଧ କର , ନଚେତ ପ୍ରତ୍ୟେକ ପଞ୍ଚାୟତରେ ଆନ୍ଦୋଳନ: କଂଗ୍ରେସ
ନବରଙ୍ଗପୁର (ସୁରେଶ ନାଇଡ଼ୁ): ନବରଙ୍ଗପୁର ଜିଲ୍ଲାରେ ମଦ ଦୋକାନ ଟେଣ୍ଡର ତୁରନ୍ତ ବନ୍ଦ କରିବାକୁ କଂଗ୍ରେସ ଦାବି କରିଛି।
ନଚେତ୍ ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଦଳ ଚେତାବନୀ ଦେଇଛି।
Advertisment Westbengal: ପଶ୍ଚିମବଙ୍ଗରେ ମହାଷ୍ଟମୀ ଦିନ ମଦ ବନ୍ଦ: ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ବାଜିବନି ଆଜି ନବରଙ୍ଗପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାନେତ୍ରୀ ଡ ଲିପିକା ମାଝି କହିଛନ୍ତି, ଗତ ୮ ମାସ ଧରି ଜିଲ୍ଲାରେ ମହିଳା ମାନେ ଜିଲ୍ଲା ବ୍ୟାପି ମଦ ବନ୍ଦ ଆନ୍ଦୋଳନ କରି ବିଭିନ୍ନ ସମୟରେ ଏକାଠି ହୋଇ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ସ୍ମାରକପତ୍ର ଦେଇ ଆସୁଛନ୍ତି।
ନୂଆ ଜିଲ୍ଲାପାଳଙ୍କ ଠାରେ ମଧ୍ୟ ଅନୁରୂପ ଦାବି ରଖିଥିଲେ।
ସେମାନଙ୍କ ଆଶା ଓ ବିଶ୍ବାସ ଥିଲା ଯେ, ଜିଲ୍ଲପାଳ ନିଜେ ଜଣେ ମହିଳା ହୋଇଥିବାରୁ ସେମାନଙ୍କର ବ୍ୟଥା ହୃଦୟଙ୍ଗମ କରି ମଦ ବିକ୍ରୟ ବନ୍ଦ କରିବେ।
ତେବେ ସେଭଳି ହେବା ବଦଳରେ ଗତ ୨୩ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳ ଜିଲ୍ଲାର ୨ଟି ସ୍ଥାନ ଡାବୁଗାଁ ବ୍ଲକ ବରିପଦର ଓ ନବରଙ୍ଗପୁର ସଦର ମହକୁମା ସ୍ଥିତ ପୌରାଞ୍ଚଳ ଅନ୍ତର୍ଗତ ୧୬ ନମ୍ବର ୱାର୍ଡ ଭାଟିଶାଳଗୁଡ଼ାରେ ଦେଶୀ ମଦ ଭାଟି ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। anti liquor movement ଠେଙ୍ଗାଧାରୀ ମହିଳାଙ୍କ ରଣହୁଙ୍କାର: ଖାଲି ପଞ୍ଚାୟତ ନୁହେଁ, ଏବେ ସମଗ୍ର ଜିଲ୍ଲାରେ ମଦ ବନ୍ଦ କର ବର୍ତ୍ତମାନ ଜିଲ୍ଲା ତମାମ ମଦ ବିକ୍ରୀ ବନ୍ଦ ରହିଥିବା ବେଳେ ପୁର୍ନବାର ଲୋକଙ୍କୁ ପଥଭ୍ରଷ୍ଟ ହେବାକୁ ଦିଆଯିବ ନାହିଁ।
ଜିଲ୍ଲାପାଳ ସେ ଜାରି କରିଥିବା ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରନ୍ତୁ ନଚେତ୍ କଂଗ୍ରେସ ରାସ୍ତାକୁ ଅହ୍ଲାଇ ମାଆ ମାନଙ୍କ ସହ ଜିଲ୍ଲାପାଳ ଅଫିସ୍ ଘେରାଉ କରାଯିବ ବୋଲି ଡ.ମାଝୀ ଚେତାବନୀ ଦେଇଛନ୍ତି।
Alcohol ban: ତେଜିଲା ମହିଳାଙ୍କ ମଦ ବନ୍ଦ ଅଭିଯାନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଜି.
ସାଇ ରାଜୁ, ବୃନ୍ଦାବନ ତ୍ରିପାଠୀ,ଅନାମ୍ ଦିଆନ,ଦିଲୀପ ବେହେରା, ପ୍ରଦୀପ ସାହୁ, ଏ.ଶିବରାମ ରାଜୁ, ପଦମ ସାଇ ମାଳି, ହୁଶୁନା ବାନୁ, ହାଇଶା ବାନୁ,ସୁରଜ ଲାଲ୍ ପ୍ରମୁଖଙ୍କ ସହ ଅନେକ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗତକାଲି ବିଜେଡି ଓ ଆଜି କଂଗ୍ରେସ ଦୁଇଟି ଦେଶୀ ମଦ ଭାଟି ବିଞ୍ଜପ୍ତିକୁ ରଦ୍ଦ କରିବାକୁ ଦାବି କରିଛନ୍ତି।
ଅପରପକ୍ଷରେ ମଦ ବନ୍ଦ ଆନ୍ଦୋଳନ କରୁଥିବା ମହିଳାମାନେ ମଧ୍ୟ ପ୍ରତ୍ୟେକ ପଞ୍ଚାୟତର ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଜବାଜ ହେଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
