Lakhpati Didi: ପିଲାଙ୍କ ପାଠପଢ଼ା ପାଇଁ ଆରମ୍ଭ କରିଥିଲେ ଛୋଟ ବ୍ୟବସାୟ, ଏବେ ମାସକୁ ରୋଜଗାର ୪୦ ହଜାର

Nov 01, 2026 - 22:06
Lakhpati Didi: ପିଲାଙ୍କ ପାଠପଢ଼ା ପାଇଁ ଆରମ୍ଭ କରିଥିଲେ ଛୋଟ ବ୍ୟବସାୟ, ଏବେ ମାସକୁ ରୋଜଗାର ୪୦ ହଜାର

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଦିନେ ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଆରମ୍ଭ କରିଥିଲେ କାମ।

ଆଜି ନିଜ ଉଦ୍ୟମରେ ପରିଚୟ ସୃଷ୍ଟି କରିବା ସହ ସ୍ୱାମୀଙ୍କୁ ମଧ୍ୟ କରିଛନ୍ତି ଆତ୍ମନିର୍ଭର।

ତାଙ୍କ ସଫଳତାର କାହାଣୀ ଅନ୍ୟ ମହିଳାଙ୍କ ପାଇଁ ପାଲଟିଛି ପ୍ରେରଣା।

ଉତ୍ତରପ୍ରଦେଶ ର ସନ୍ଥ କବୀର ନଗର ଜିଲ୍ଲାର ବିନ୍ଦ୍ରା ଦେବୀ ଆଜି 'ଲକ୍ଷପତି ଦିଦି' ଭାବେ ପରିଚିତ।

ଦିନେ ପରିବାରର ଆର୍ଥିକ ଅଭାବ ଓ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚକୁ ନେଇ ଚିନ୍ତିତ ଥିବା ବିନ୍ଦ୍ରା ଆଜି ନିଜ ପରିଶ୍ରମ ବଳରେ ମାସକୁ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି।

ଧନଘଟା ବିଧାନସଭା ଅନ୍ତର୍ଗତ କୋଡାରୀ ଗ୍ରାମ ପଞ୍ଚାୟତର ବାସିନ୍ଦା ବିନ୍ଦ୍ରାଙ୍କ ବିବାହ ୨୦୦୦ ମସିହାରେ ରାମଦାସ ରାଜଭରଙ୍କ ସହ ହୋଇଥିଲା।

ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

Advertisment ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ବଢ଼ିବା ସହ ପରିବାରର ଆର୍ଥିକ ଆବଶ୍ୟକତା ମଧ୍ୟ ବଢ଼ିବାକୁ ଲାଗିଲା।

ଏହାକୁ ଦେଖି କିଛି ନୂଆ କରିବାକୁ ଚିନ୍ତା କରିଥିଲେ ବିନ୍ଦ୍ରା।

ନିଜ ଇଚ୍ଛା ବିଷୟରେ ସ୍ୱାମୀଙ୍କୁ ଜଣାଇବା ପରେ ସେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

ଏହାପରେ ଗାଁ ନିକଟରେ ଥିବା ଜମିରେ ଦୁଇଟି କୋଠରି ନିର୍ମାଣ କରି ୨୦୧୩ ମସିହାରେ ଏକ ବିୟୁଟି ପାର୍ଲର ଆରମ୍ଭ କରିଥିଲେ।

ଧୀରେ ଧୀରେ ତାଙ୍କର ସ୍ଥାନୀୟ ଲୋକଙ୍କ ସହ ସମ୍ପର୍କ ବଢ଼ିବା ସହ ସାମାଜିକ ପରିଚୟ ମଧ୍ୟ ବଢ଼ିଥିଲା।

ବର୍ତ୍ତମାନ ସେ ୱାର୍ଡ ନମ୍ବର ୧୫ର କ୍ଷେତ୍ର ପଞ୍ଚାୟତ ସଦସ୍ୟା ମଧ୍ୟ ଅଛନ୍ତି।

ଋଣ ନେଇ କରିଥିଲେ ବ୍ୟବସାୟ କେବଳ ବିୟୁଟି ପାର୍ଲରରେ ସୀମିତ ନରହି ୨୦୨୦ ମସିହାରେ ବ୍ୟବସାୟକୁ ଆହୁରି ବଢ଼ାଇବାକୁ ଯୋଜନା କରିଥିଲେ ସେ।

ନିଜେ ନୁଡଲ୍ସ, ସାବୁନ, ଅଗରବତୀ ଓ ସାମ୍ପୁ ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରିବା ଆରମ୍ଭ କରିଥିଲେ।

କିନ୍ତୁ ବ୍ୟବସାୟର ସମ୍ପ୍ରସାରଣ ପାଇଁ ଅଧିକ ପୁଞ୍ଜିର ଆବଶ୍ୟକତା ରହିଥିଲା।

ଏହି ସମୟରେ ସରକାରୀ ଯୋଜନା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ପର୍କରେ ଜାଣିବାକୁ ପାଇଥିଲେ।

ଗୋଷ୍ଠୀରେ ସାମିଲ ହେବା ପରେ ଋଣ ନେଇ ନିଜ ବ୍ୟବସାୟକୁ ଆଗକୁ ବଢ଼ାଇଥିଲେ।

ଏପରିକି ଏହି ଗୋଷ୍ଠୀ ମାଧ୍ୟମରେ ଋଣ ନେଇ ସ୍ୱାମୀଙ୍କ ପାଇଁ ଏକ ଟ୍ରାକ୍ଟର ମଧ୍ୟ କିଣିଥିଲେ।

ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ବର୍ତ୍ତମାନ ବିନ୍ଦ୍ରା ଦେବୀଙ୍କ ୮×୨୫ ଫୁଟର ଏକ ଦୋକାନରେ ସିଲେଇ, ବିୟୁଟି ପାର୍ଲର ସହ ଧୂପକାଠି, ସାବୁନ ଓ ନୁଡଲ୍ସ ପ୍ରସ୍ତୁତି କାମ ଚାଲିଛି।

ଏଥିସହ ସେ ଗାଁର ଅନ୍ୟ ଝିଅମାନଙ୍କୁ ମଧ୍ୟ ବିୟୁଟି ପାର୍ଲର କାମ ଶିଖାଉଛନ୍ତି।

ଘରର ସମସ୍ତ ଦାୟିତ୍ୱ ତୁଲାଇବା ସହ ବ୍ୟବସାୟକୁ ସଠିକ୍ ସମୟରେ ପରିଚାଳନା କରୁଛନ୍ତି।

ତାଙ୍କ ସ୍ୱାମୀ ମଧ୍ୟ ଟ୍ରାକ୍ଟର ମାଧ୍ୟମରେ ରୋଜଗାର କରୁଛନ୍ତି।

ଏହିପରି ଭାବେ ପରିବାରର ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ଆଣିପାରିଛନ୍ତି ବିନ୍ଦ୍ରା।

ଅଳିଆ ସଫା କରିବାକୁ ଯାଇ ୪ ଶ୍ରମିକ ମୃତ ଦିନେ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସଂଘର୍ଷ କରୁଥିବା ବିନ୍ଦ୍ରା ଆଜି ମାସକୁ ୩୦ରୁ ୪୦ ହଜାର ଟଙ୍କା ଆୟ କରୁଛନ୍ତି।

ତାଙ୍କର ଏହି ସଫଳତାକୁ ସ୍ୱୀକୃତି ଦେଇ ତାଙ୍କୁ 'ଲକ୍ଷପତି ଦିଦି' ଭାବେ ଚିହ୍ନଟ କରାଯାଇଛି।

ଜିଏନ୍‌ଟିର ରିପୋର୍ଟ ଅନୁସାରେ, ୨୦୨୫ ଅଗଷ୍ଟ ୧୫ରେ ଦିଲ୍ଲୀର ଲାଲକିଲ୍ଲାରେ ତାଙ୍କୁ ସମ୍ମାନିତ କରିବା ପାଇଁ ମଧ୍ୟ ଚୟନ କରାଯାଇଥିଲା।

ବିନ୍ଦ୍ରାଙ୍କ ଏହି ଯାତ୍ରା ପ୍ରମାଣ କରୁଛି ଯେ, ଦୃଢ଼ ଇଚ୍ଛାଶକ୍ତି, ପରିଶ୍ରମ ଓ ସୁଯୋଗର ସଠିକ୍ ଉପଯୋଗ ଦ୍ୱାରା ଜଣେ ମହିଳା କେବଳ ନିଜେ ଆତ୍ମନିର୍ଭର ହୋଇପାରନ୍ତି ନାହିଁ, ବରଂ ପୂରା ପରିବାରର ଭାଗ୍ୟ ବଦଳାଇପାରନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)