Liquor Shop Assault ମଦ ଦୋକାନରେ ଆକ୍ରମଣ ମାମଲା, ଦୋକାନୀ ମାଲିକ ଗିରଫ

Jun 11, 2026 - 20:33
Liquor Shop Assault ମଦ ଦୋକାନରେ ଆକ୍ରମଣ ମାମଲା, ଦୋକାନୀ ମାଲିକ ଗିରଫ

"ମୈଦଲପୁର: ମୈଦଲପୁର ସ୍ଥିତ ଠିପି ଖୋଲା ମଦ ଦୋକାନରେ ଅଧିକ ଦାମରେ ମଦ ବିକ୍ରିକୁ କେନ୍ଦ୍ର କରି ଦୋକାନ ମାଲିକ ଓ କ୍ରେତାଙ୍କ ମଧ୍ୟରେ ବିବାଦଘଟିଥିଲା।

ଦୋକାନମାନଲିକଙ୍କ ମାଡ଼ରେ ଜଣେ କ୍ରେତା ଗୁରୁତର ଆହତ ହୋଇଥିଲେ।

ଏହି ମାମଲାରେ ଆଜି ଅଭିଯୁକ୍ତ ଦୋକାନ ମାଲିକ ରଞ୍ଜନ କୁମାରଙ୍କୁ ପୁଲିସ ଗିରଫ କରିଛି।

Advertisment ବୁଧବାର ଅପରାହ୍‌  ୨ଟା ବେଳେ ସେମଳା ଗ୍ରାମର ଚନ୍ଦନ ଭତ୍ରା ଓ ଦେଓପାଲି ଗ୍ରାମର ସୁସ୍ଥାପ ଛାତି ମଦ କିଣିବାକୁ ମଦଦୋକାନରେ ପହଞ୍ଚିଥିଲେ।

ସେଠାରେ ମଦର ଦାମକୁ ନେଇ  ଦୋକାନ ମାଲିକଙ୍କ ସହ ବିବାଦ ହୋଇଥିଲା।

ସୁସ୍ଥାପ ଓ ଚନ୍ଦନ କୁ ହକି ଷ୍ଟିକ ରେ ଦୋକାନୀ ମାଲିକ ରଞ୍ଜନ କୁମାର ଆକ୍ରମଣ କରିଥଲା l ଏଥିରେ ସୁସ୍ଥାପର ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା।

ସମ୍ପ୍ରତି ସେ ନବରଙ୍ଗପୁର ମେଡିକାଲରେ ଚିକିତ୍ସା ହେଉଛନ୍ତି l  Assault at Liquor Shop ମଦ ଦୋକାନୀ ମାଲିକଙ୍କ ମାଡ଼ରେ ମଦକ୍ରେତା ଗୁରୁତର ଏହି ମାମଲା ରେ ମୈଦଲପୁର ଥାନାରେ କେସ୍‌ ନଂ ୭୯/୨୦୨୬ରେ ମାମଲା ରଜୁ ହୋଇଛି।

ଆଜି ଅଭିଯୁକ୍ତ ରଞ୍ଜନ କୁମାର ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା‌ ବେଳେ  ଅନ୍ୟ ଅଭିଯୁକ୍ତ ଫେରାର ଥିବା ନେଇ ଥାନା ଅଧିକାରୀ ଯୁଗଳ ଶବର କହିଛନ୍ତି l  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।