Drug addiction: ନିଶା ପାଇଁ ବାପାଙ୍କୁ ହତ୍ୟା: ପଥରରେ ଛେଚିଦେଲା, ପୁଅ ଗିରଫ

Jul 29, 2026 - 07:53
Drug addiction: ନିଶା ପାଇଁ ବାପାଙ୍କୁ ହତ୍ୟା: ପଥରରେ ଛେଚିଦେଲା, ପୁଅ ଗିରଫ

"ଭୁବନେଶ୍ୱର: ରାଜଧାନୀରେ ଜଣେ ମହିଳାଙ୍କ ତଣ୍ଟିକାଟି ହତ୍ୟା ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଆଜି ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

ନିଶା ଖାଇବାକୁ ବିରୋଧ କରିବାରୁ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମଞ୍ଚନାଥ ବିହାରରେ ପଥରରେ ଛେଚି ବାପାକୁ ହତ୍ୟା କରିଛି ପୁଅ।

ମୃତକ ହେଲେ ଗଞ୍ଜାମ ଜିଲ୍ଲା ନୂଆପଡ଼ା ଥାନା ଅନ୍ତର୍ଗତ ଲାଲମେଣ୍ଟା-ଲକ୍ଷ୍ମୀନାରାୟଣପୁରର ଏସ୍ ଦୁର୍ଯ୍ୟୋଧନ (୫୦)।

ଏନେଇ ମଞ୍ଚେଶ୍ୱର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ଅନ୍ୟପଟେ ପୁଅ ଏସ୍ ଦେବରାଜ(୨୫)କୁ ପୁଲିସ ଗିରଫ କରିଛି।

ସୂଚନା ମୁତାବକ, ଦୁର୍ଯ୍ୟୋଧନ ଗଞ୍ଜାମରୁ ଆସି ଭୁବନେଶ୍ୱରରେ ଶ୍ରମିକ ଠିକାଦାର ଭାବେ କାମ କରୁଥିଲେ।

ରାଜଧାନୀରେ ଏକାଧିକ ପ୍ଲଟ କିଣିବା ସହ ମଞ୍ଚନାଥବିହାରରେ ସେ ନିଜ ଘର ନିର୍ମାଣ କରି ସପରିବାର ରହୁଥିଲେ।

ହେଲେ ପୁଅର ନିଶାଖାଇବା ତାଙ୍କୁ ବେଶ୍‌ ଚିନ୍ତାରେ ପକାଇଥିଲା।

ପୁଅକୁ ବାଟକୁ ଆଣିବା ପାଇଁ ସବୁବେଳେ ଉଦ୍ୟମ କରୁଥିଲେ।

ନିଶା ନିବାରଣ କେନ୍ଦ୍ରଠାରୁ ଆରମ୍ଭ କରି ଡାକ୍ତରଙ୍କ ପାଖକୁ ନେଉଥିଲେ।

ଯାହା ଦେବରାଜ ପସନ୍ଦ କରୁ ନଥିଲା।

ଆଉ ବାପାକୁ ଶତ୍ରୁ ବୋଲି ଭାବୁଥିଲା।Advertisment Editorial: ସ୍ମୃତିର କାରାଗାର ସୋମବାର ରାତିରେ ମଧ୍ୟ ନିଶା ଔଷଧ ଖାଇବାକୁ ନେଇ ବାପପୁଅଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା।

ଝଗଡ଼ା ଉଗ୍ର ରୂପ ନେବାରୁ ଭୟରେ ଦୁର୍ଯ୍ୟୋଧନଙ୍କ ପତ୍ନୀ ଏସ୍ ରାଙ୍ଗି ଓ ପରିବାରର ଅନ୍ୟ ସଦସ୍ୟ ଘରଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ।

ମଙ୍ଗଳବାର ସକାଳେ ଘରେ କେବଳ ବାପା-ପୁଅ ଥିବା ବେଳେ ପୁଣି ଝଗଡ଼ା ହୋଇଥିଲା।

ଦୁର୍ଯ୍ୟୋଧନ ଦେବରାଜକୁ ଔଷଧ ଭର୍ତ୍ତି ବିଡ଼ି ଦେଇଥିଲେ।

ହେଲେ ଦେବରାଜ ସାଧାରଣ ବିଡ଼ି ଦେବାକୁ କହିଥିଲା।

ଦୁର୍ଯ୍ୟୋଧନ ଏଥିରେ ମନା କରିବାରୁ ଦେବରାଜ ରାଗିଯାଇ ତାଙ୍କୁ ଏକ ପାଇପରେ ଆକ୍ରମଣ କରିଥିଲା।

ଦୁର୍ଯ୍ୟୋଧନ ତଳେ ପଡ଼ିଯିବା ପରେ ଦେବରାଜ ଘର ସାମ୍ନାରେ ପଡ଼ିଥିବା ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ନିର୍ମମ ଭାବେ ହତ୍ୟା କରି ସେଠାରେ ବସିରହିଥିଲା।

ବାପାପୁଅଙ୍କ ପାଟିଶୁଣି ପଡ଼ୋଶୀ ଧାଇଁ ଆସିବାରୁ ଦୁର୍ଯ୍ୟୋଧନ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିରହିଥିବା ଦେଖି ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ।

ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସେହିପରି ସେଠାରୁ ଦେବରାଜକୁ ଗିରଫ କରିଥିଲା।

ଥାନାକୁ ଆଣି ପଚରା ଉଚରାପରେ ତାକୁ କୋର୍ଟଚାଲାଣ କରାଯାଇଛି।

Heavy Rain: ଲଗାଣ ବର୍ଷାରେ ଧୋଇ ନେଲା ଅସ୍ଥାୟୀ କାଠପୋଲ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲାଜୋନ୍-୫ ଏସିପି ବିଶ୍ୱରଞ୍ଜନ ସେନାପତି କହିଛନ୍ତି‌ ଯେ ଦେବରାଜ ନିୟମିତ ବ୍ରାଉନ୍‌ସୁଗାର୍‌ ସେବନ କରୁଥିଲା।

ଏଥିପାଇଁ ଦୁର୍ଯ୍ୟୋଧନ ପୁଅକୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ପାଖାପାଖି ବର୍ଷେ ରହିବା ପରେ ଘରକୁ ଫେରିଥିଲା।

ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ନିଶା ଛଡ଼ାଇବା ପାଇଁ ଔଷଧକୁ ବିଡ଼ିରେ ପୁରାଇ ସେବନ ପାଇଁ ଦେବରାଜଙ୍କୁ ଦିଆଯାଉଥିଲା।

ହେଲେ ସେ ଏହାକୁ ପସନ୍ଦ କରୁ ନଥିଲା।

ସାଧାରଣ ବିଡ଼ି ଦେବାକୁ କହୁଥିଲା।

ଏହି କଥାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା।

ଘରେ ପହଞ୍ଚିଲେ ୨୦ରୁ ୨୫ ଶ୍ରମିକଦୁର୍ଯ୍ୟୋଧନଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଅଧୀନରେ କାମ କରୁଥିବା ପ୍ରାୟ ୨୦ରୁ ୨୫ ଜଣ ଶ୍ରମିକ ତାଙ୍କ ଘରେ ପହଞ୍ଚିଥିଲେ।

ମାଲିକକୁ ହରାଇବା ଦୁଃଖରେ ଶ୍ରମିକମାନେ ମଧ୍ୟ ଭାଙ୍ଗି ପଡ଼ିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।