North Odisha: ଉତ୍ତର ଓଡ଼ିଶା ଜଳାର୍ଣ୍ଣବ: ବୈତରଣୀରେ ବଡ଼ ବନ୍ୟା, ବୁଢ଼ାବଳଙ୍ଗ, ସାଳନ୍ଦୀ, ଜଳକା ଉବୁଟୁବୁ
"କେନ୍ଦୁଝର/ଯାଜପୁର/ଦଶରଥପୁର: ଉପରମୁଣ୍ଡ କେନ୍ଦୁଝର ଗୋନାସିକାରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ଆଜି ଭୟଙ୍କର ରୂପ ଧାରଣ କରିଛି।
ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଫଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଏବଂ ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଓ ବିଂଝାରପୁର ବ୍ଲକ୍ରେ ବଡ଼ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।
ଆଜି ରାତି ପ୍ରାୟ ୧୧ଟାବେଳେ ପ୍ରବଳ ବଢ଼ି ପାଣି ଆସିବା ଯୋଗୁଁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବୈତରଣୀ ନଦୀର ଜୟନ୍ତରା ପଞ୍ଚାୟତ (ମହାପାତ୍ରସାହି)ଠାରେ ଏକ ନଦୀବନ୍ଧ ଭାଙ୍ଗିଯାଇଛି।
ଫଳରେ ମହାପାତ୍ର ସାହିର ୧୦୦ରୁ ଅଧିକ ଘରେ ବନ୍ୟାଜଳ ପ୍ରବେଶ କରିଛି।
ପରିସ୍ଥିତି ସଙ୍ଗିନ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ବାଲିବସ୍ତା ପକାଇ ଜଳସ୍ରୋତକୁ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି।
ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଛି।Advertisment Vedanta Aluminium: ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କଲା ବେଦାନ୍ତ ଆଲୁମିନିୟମ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାକୁ ରେଡ୍ ଆଲର୍ଟ, ମହାନଦୀ ପ୍ରତି ବିପଦ ବଢ଼ୁଛି ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାର କାନପୁର ପ୍ରକଳ୍ପ ଜଳଭଣ୍ଡାର ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇଛି।
କେନ୍ଦୁଝର ଜିଲ୍ଲା ଜରୁରିକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଅପରାହ୍ଣ ୪ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ସକାଳ ୮ରୁ ଅପରାହ୍ଣ ୪ଟା ମଧ୍ୟରେ ଜିଲ୍ଲାରେ ୧୦୬୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଏଠାରେ ହାରାହାରି ବର୍ଷା ୮୧.୭୨ ମିଲିମିଟର ରହିଛି।
ତେଲକୋଇରେ ସର୍ବାଧିକ ୧୭୬.୮ ମିଲିମିଟର ବର୍ଷା ହୋଇଛି।
କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ମୁତାବକ ବୈତରଣୀର ସତର୍କତା ସ୍ତର ଆନନ୍ଦପୁରଠାରେ ୩୭.୪୪୫ ମିଟର ଏବଂ ବିପଦ ସଙ୍କେତ ୩୮.୩୬୦ ମିଟର।
ଅପରାହ୍ଣ ୫ଟା ସୁଦ୍ଧା ଏଠାରେ ଜଳସ୍ତର ୩୯.୩୮୦ ମିଟରରେ ପହଞ୍ଚିଥିଲା।
ଅର୍ଥାତ୍ ବୈତରଣୀ ବିପଦ ସଙ୍କେତଠାରୁ ପ୍ରାୟ ୧.୦୨ ମିଟର ଉପରେ ପ୍ରବାହିତ ହେଉଛି।
ଲଗାଣ ବର୍ଷାର ସିଧାସଳଖ ପ୍ରଭାବ କାନପୁର ଜଳସେଚନ ପ୍ରକଳ୍ପ ଉପରେ ପଡ଼ିଛି।
ପ୍ରଥମଥର ପାଇଁ ଜଳଭଣ୍ଡାର ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ କ୍ରେଷ୍ଟ ଲେବଲ୍ରେ ପହଞ୍ଚିଛି।
ପରିସ୍ଥିତି ଉପରେ ଜଳସେଚନ ବିଭାଗର ଅଧିକାରୀମାନେ ନଜର ରଖିଛନ୍ତି।
ଆବଶ୍ୟକ ପଡ଼ିଲେ ଗେଟ୍ ଖୋଲିବାକୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦି ପରିସ୍ଥିତି ସୃଷ୍ଟି ହୋଇଛି।
ଛାତ୍ରଛାତ୍ରୀଙ୍କ ଯାତାୟାତରେ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ଆଜି ଅପରାହ୍ଣ ୨ଟାରୁ ପାଠପଢ଼ା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା।
ସନ୍ଧ୍ୟା ୬ଟାରେ ଆଖୁଆପଦାଠାରେ ବୈତରଣୀର ଜଳସ୍ତର ୧୯.୧୦ ମିଟରରେ ପହଞ୍ଚିଥିଲା।
ବୈତରଣୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ଯାଜପୁର, ବିଂଝାରପୁର ଓ ଦଶରଥପୁର ବ୍ଲକ୍ ଅଞ୍ଚଳର ଶତାଧିକ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ବୈଠକ ବସିଥିଲା।
ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସଜାଗ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
୨୪ ଘଣ୍ଟାରେ ଜିଲ୍ଲାରେ ହାରାହାରି ୬୨.୯୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଦଶରଥପୁରରେ ସର୍ବାଧିକ ୧୨୨ ମିଲିମିଟର ବର୍ଷା ହୋଇଛି।
ତଳିଆ ଓ ବନ୍ୟାପ୍ରବଣ ଅଞ୍ଚଳର ଲୋକଙ୍କୁ ପର୍ଯ୍ୟାୟକ୍ରମେ ବନ୍ୟାବାତ୍ୟା ଆଶ୍ରୟସ୍ଥଳ ସହ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବେ ଚିହ୍ନଟ ସ୍କୁଲଗୁଡ଼ିକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
Soumyaranjan Death: ଡିଏଫ୍ଓ ଜେଲ୍ ଗଲେ, ମନ୍ମଥ କେଉଁଠି?
ଜାମିନବିହୀନ ପରୱାନାକୁ ଦୁଇ ବର୍ଷ ହେଲା ଆବଶ୍ୟକ ସ୍ଥାନରେ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇବାକୁ ବିଡିଓ ଓ ତହସିଲଦାରଙ୍କୁ କୁହାଯାଇଛି।
ପ୍ରଭାବିତ ବ୍ଲକ୍ଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା, ଶୁଖିଲା ଖାଦ୍ୟ ଓ ପଲିଥିନ୍ ମହଜୁଦ ରଖିବା, ଆସନ୍ନପ୍ରସବାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ସମସ୍ତ ଡାକ୍ତରଖାନାରେ ସାପକାମୁଡ଼ା ଇଞ୍ଜେକ୍ସନ୍, ଓଆର୍ଏସ୍, ବ୍ଲିଚିଂ ପାଉଡର ଓ କ୍ଲୋରିନ୍ ଟାବଲେଟ୍ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଟିମ୍ ମୁତୟନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ, ପଶୁ ସମ୍ପଦ ବିଭାଗକୁ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା ଓ ଗୋଖାଦ୍ୟ ମହଜୁଦ ରଖିବା, କୃଷି ବିଭାଗକୁ ବନ୍ୟା ପରବର୍ତ୍ତୀ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାକୁ କୁହାଯାଇଛି।
ଉପର ମୁଣ୍ଡରେ ବର୍ଷା ଲାଗି ରହିଲେ ପରିସ୍ଥିତି ଆହୁରି ସଂଗିନ ହେବାର ଆଶଙ୍କା ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।