Health: ଆପୋଲୋ ହସ୍ପିଟାଲ୍ରେ ହେପାଟାଇଟିସ୍ ଦିବସ
"ଭୁବନେଶ୍ବର: ଆପୋଲୋ ହସ୍ପିଟାଲ୍ସ ଭୁବନେଶ୍ବରରେ ହେପାଟାଇଟିସ୍ ଦିବସ ୨୦୨୬ ପାଳନ କରାଯାଇଛି।
ଏଥିରେ ହସ୍ପିଟାଲ୍ର ମୁଖ୍ୟ ପରିଚାଳନା ଅଧିକାରୀ ଡାକ୍ତର ଆଲୋକ ଶ୍ରୀବାସ୍ତବଙ୍କ ସହିତ ଅନ୍ୟ ଡାକ୍ତର, ସର୍ଜନ, ଯକୃତ ପ୍ରତିରୋପଣ ବିଶେଷଜ୍ଞମାନେ ଭାଗନେଇଥିଲେ।
ଶ୍ରୀ ଶ୍ରୀବାସ୍ତବ କହିଥିଲେ ଯେ ହେପାଟାଇଟିସ୍କୁ ରୋକାଯାଇପାରିବ।
Advertisment ଶୀଘ୍ର ନିରୂପଣ ହେଲେ ତାହାର ଅରୋଗ୍ୟ ମଧ୍ୟ ସମ୍ଭବ।
ହେପାଟାଇଟିସ୍କୁ ନେଇ ସଚେତନତା ବଢ଼ାଇବା, ଟିକାକରଣ, ନିୟମିତ ସ୍କ୍ରିନିଯ ଓ ଉପଯୁକ୍ତ ଚକିିତ୍ସା ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ଏହି ଅବସରରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ହେପାଟୋଲୋଜି ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀ, ଡାକ୍ତର ମନୋଜ କୁମାର ସାହୁ, ଡାକ୍ତର ଜେ ପି ଦାସ, ଡାକ୍ତର ମହମ୍ମଦ ଇବ୍ରାରୁଲା ପ୍ରମୁଖ ଉପସ୍ଥିତ ଥିଲେ।
ସର୍ଜିକାଲ୍ ଜିଆଇ ଓ ଲିଭର ପ୍ରତିରୋପଣ ସର୍ଜନ ଡାକ୍ତର ସୌମେନ ରାୟ ଯକୃତ ସ୍ବାସ୍ଥ୍ୟ ବଜାୟ ରଖିବାକୁ ଟିକାକରଣ, ପରିଷ୍କାର ପରିଚ୍ଛନ୍ନତା ଓ ସୁସ୍ଥକର ଜୀବନଶୈଳୀ ପ୍ରତି ଧ୍ୟାନ ଦେବାକୁ କହିଥିଲେ।
World Hepatitis Day: ବିଶ୍ବ ହେପାଟାଇଟିସ୍ ଦିବସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।